Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଆର୍ଯ୍ୟନଙ୍କ ଜାମିନ ପାଇଁ ଗୌରୀ କଲେ ମାନସିକ : ଏହାର ଖୁଲାସ କଲେ ସମ୍ପର୍କୀୟ…

15/10/2021 at 11:43 AM

ମୁମ୍ବାଇ ୧୫।୧୦ : କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗିରଫ କରାଯାଇଛି। ଆର୍ଯ୍ୟନଙ୍କର ଅସୁବିଧା ଥମିବାର ନାଁ ଧରୁ ନାହିଁ । ସେପଟେ ଅକ୍ଟୋବର ୮ ରେ, ଗୌରୀ ଖାନଙ୍କ ଜନ୍ମଦିନରେ ସେ ତାଙ୍କ ପୁଅ ଘରୁକୁ ଆସିବା ପାଇଁ ଚାହିଁ ରହିଥିଲେ । ହେଲେ ତାହା ହେଲା ନାହିଁ । ଏଥିସହିତ ଶାହାରୁଖ-ଗୌରୀ ଘନିଷ୍ଠ ସମ୍ପର୍କୀୟଙ୍କ ଠାରୁ ଖବର ଆସିଛି ଯେ ସେମାନେ ବାହାରୁ ଦୃଢ ଦେଖାଯାଉଛନ୍ତି କିନ୍ତୁ ଭିତରୁ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ସୂଚନା ଅନୁଯାୟୀ ନବରାତ୍ରୀରେ ଗୌରୀ ଆର୍ଯ୍ୟନଙ୍କ ପାଇଁ ଏକ ଶପଥ ନେଇଥିଲେ। ଏବଂ ସେ ପୁରା ସମୟ ପ୍ରାର୍ଥନା କରି ଚାଲିଥିଲେ।

ଶାହରୁଖଙ୍କ ପରିବାର ବନ୍ଧୁ କହିଛନ୍ତି ଯେ ନବରାତ୍ରୀ ଆରମ୍ଭ ହେବା ପରେ ଗୌରୀ ଏକ ଶପଥ ନେଇଥିଲେ। ଏହି କାରଣରୁ ସେ ଚିନି ଏବଂ ମିଠା ଜିନିଷ ଖାଇବା ଛାଡି ଦେଇଛନ୍ତି। ଆର୍ଯ୍ୟନ୍ ଖାନଙ୍କ ଓକିଲ ସତୀଶ ମାନସିନ୍ଦେ ଏବଂ ଅମିତ ଦେଶାଇ ତାଙ୍କ ଜାମିନ ପାଇଁ କଠିନ ପରିଶ୍ରମ କରୁଛନ୍ତି। ମୁମ୍ବାଇ ସେସନ୍ସ କୋର୍ଟର ବିଚାରପତି ଉଭୟ ପକ୍ଷର ଶୁଣାଣି କରିଛନ୍ତି କିନ୍ତୁ ଜାମିନ ଆବେଦନ ଅକ୍ଟୋବର ୨୦କୁ ଘୁଞ୍ଚି ଯାଇଛି । ଏହି ସମୟରେ ଆର୍ଯ୍ୟଙ୍କୁ ଆର୍ଥର ରୋଡ ଜେଲର କ୍ୱାରାଣ୍ଟିନରୁ ଜେନେରାଲ ସେଲକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ, ସେ ୯୫୬ ନମ୍ବର କଏଦୀଙ୍କ ଟ୍ୟାଗ୍ ପାଇଛନ୍ତି। ପୂର୍ବରୁ ଖବର ଆସିଥିଲା ​​ଯେ ଆର୍ଯ୍ୟନ୍ ଜେଲ୍ ଖାଦ୍ୟ ଖାଉ ନାହାଁନ୍ତି କେବଳ ବିସ୍କୁଟ ଖାଉଛନ୍ତି। ରିପୋର୍ଟ ଅନୁଯାୟୀ, ଏବେ ଆର୍ଯ୍ୟନ୍ ଜେଲ୍ର ଖାଦ୍ୟ ଖାଉଛନ୍ତି।

   Related Posts