Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

୧୦ ବର୍ଷ ପରେ କରନଙ୍କ ସହ କାମ କରିବେ ଶାହାରୁଖ…ରଣବୀର କପୁରଙ୍କ ସହ ସେୟାର କରିବେ ସ୍କ୍ରିନ୍

19/01/2020 at 11:08 AM

ମୁମ୍ବାଇ୧୯|୧: ଦୀର୍ଘ ଦିନ ପରେ ବଲିଉଡ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ କରନ ଜୋହରଙ୍କ ସହ କାମ କରିବେ କିଙ୍ଗ ଖାନ୍‌ ଶାହାରୁଖ। ଫିଲ୍ମ ଜିରୋ ପରେ ପରଦାରୁ ଦୂରେଇ ଯାଇଥିଲେ ଶାହରୁଖ। ଏବେ ପୁଣିଥରେ ତାଙ୍କୁ ଏକ ଜବରଦସ୍ତ ଫିଲ୍ମରେ ଦେଖାଯିବ ବୋଲି ଶୁଣାଯାଉଛି। ଏହି ଫିଲ୍ମରେ ଶାହରୁଖଙ୍କ ସହ ରକ୍‌ଷ୍ଟାର ରଣବୀର କପୁର ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିବେ।

ପ୍ରଶଂସକମାନେ ଶାହାରୁଖଙ୍କୁ ପରଦାରେ ଦେଖିବାକୁ ଖୁବ ଉତ୍ସାହିତ ଅଛନ୍ତି। ଶାହରୁଖ ନିଜ ଜନ୍ମଦିନରେ ଘୋଷଣା କରିଥିଲେ ଯେ, ୨୦୨୦ମସିହାରେ ସେ ପରଦାକୁ ନିଶ୍ଚୟ ଫେରିବେ । ଖୁବ ଶୀଘ୍ର ସେ ନିଜ ଫିଲ୍ମ ବିଷୟରେ ଏଲାନ କରିବେ। ପାଖାପାଖି ୧୦ବର୍ଷ ପରେ ଶାହରୁଖ ନିର୍ଦ୍ଦେଶକ କରନ ଜୋହରଙ୍କ ସହ କାମ କରିବାକୁ ଯାଉଛନ୍ତି।

‘ମାଇଁ ନେମ୍‌ ଇଜ୍‌ ଖାନ୍‌’ପରେ ସେ କରନଙ୍କର କୌଣସି ଫିଲ୍ମରେ କାମ କରି ନାହାନ୍ତି। ଏହି ଫିଲ୍ମ ବିଷୟରେ ଏଯାଏଁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇନାହିଁ। ଫିଲ୍ମରେ ଶାହାରୁଖଙ୍କ ସହ ରଣବୀର କପୁରଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଶାହରୁଖଙ୍କ କହିବା ଅନୁସାରେ ସେ ନିଜ ଆଗାମୀ ପ୍ରୋଯେକ୍ଟ ପାଇଁ ଏଥର ଭାବି ଚିନ୍ତି ନିଷ୍ପତ୍ତି ନେଇଛନ୍ତି।

   Related Posts