ମୁମ୍ବାଇ ୨୫/୬: ବହୁତ ଷ୍ଟାର ଏପରି ଅଛନ୍ତି ଯେଉଁମାନଙ୍କ ବଲିଉଡ ଯାତ୍ରାର ଆରମ୍ଭ ଟେଲିଭିଜନରୁ ହୋଇଛି। ଟିଭିରୁ ଅନେକ ବଲିଉଡ ଷ୍ଟାର ଆସିଛନ୍ତି କିନ୍ତୁ ଶାହରୁଖ ଖାନଙ୍କ ଭଳି ଷ୍ଟାରଡମ୍ ସମସ୍ତଙ୍କ ଭାଗ୍ୟରେ ନଥାଏ। କିଙ୍ଗ ଖାନ୍ ଆଜି ଫିଲ୍ମ ଇଣ୍ଡଷ୍ଟ୍ରିରେ ୨୭ବର୍ଷ ପୂରା କରି ସାରିଛନ୍ତି। ଏହି ବିଷୟରେ ସୂଚନା ନିଜେ ଶାହରୁଖ ସୋଶିଆଲ ମିଡିଆରେ ଦେଇଛନ୍ତି। ଏହା ପରଠୁ ଫ୍ୟାନମାନଙ୍କର ଶୁଭେଚ୍ଛାର ବର୍ଷା ଆରମ୍ଭ ହୋଇଯାଇଥିଲା। ଆସନ୍ତୁ ଜାଣିବା ଏପରି ଆଉ କେଉଁ ସେଲିବ୍ରିଟି ଅଛନ୍ତି ଯେଉଁମାନେ ଟିଭିରୁ ବଲିଉଡକୁ ଏଣ୍ଟ୍ରି କରିଛନ୍ତି।
{"id":127299}୧.ଶାହରୁଖ ଖାନ୍ : ଏହି ତାଲିକାରେ ସବୁଠୁ ପ୍ରଥମ ନାଁ ଶାହରୁଖ ଖାନଙ୍କର ଆସିଥାଏ। ଶାହରୁଖ ପ୍ରଥମ ଥର ‘ଫୈାଜି’ ଧାରାବାହିକରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଏହି ଧାରାବାହିକର ନିର୍ଦେଶନା କର୍ଣ୍ଣଲ ରାଜ କପୁର କରିଥିଲେ। ଏହାପରେ ‘ସର୍କସ’ ଏବଂ ‘ଦିଲ ଦରିଆ’ରେ ନଜର ଆସିଥିଲେ। ଏହାପରେ କିଙ୍ଗ ଖାନ୍ ‘ଦିଓ୍ବାନା’ ଫିଲ୍ମରୁ ବଲିଉଡରେ ପାଦ ରଖିଥିଲେ। ଏହା ପରଠୁ ସେ କେବେ ପଛକୁ ଫେରି ଚାହିଁ ନାହାନ୍ତି। ଶାହରୁଖଙ୍କୁ ଆଜି ସିନେମା ଜଗତର ବାଦଶାହ କୁହାଯାଏ।
{"id":127300}୨.ବିଦ୍ୟା ବାଲାନ୍ : ଏହି ତାଲିକାରେ ଦ୍ବିତୀୟ ନାଁ ଆସିଥାଏ ବିଦ୍ୟା ବାଲାନଙ୍କର। ବିଦ୍ୟା ୧୯୯୫ମସିହାରେ ‘ହମ ପାଞ୍ଚ’ ଧାରାବାହିକରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଏହି ଧାରାବାହିକ ସୁପରହିଟ୍ ହୋଇଥିଲା। ‘ହମ ପାଞ୍ଚ’ ଧାରାବାହିକରେ ବିଦ୍ୟାଙ୍କୁ ଚିହ୍ନିବା କଷ୍ଟ ଥିଲା। ଏବେ ତାଙ୍କ ଲୁକରେ ବହୁତ ପରିବର୍ତ୍ତନ ହୋଇଛି। ବିଦ୍ୟାଙ୍କ ପ୍ରଥମ ବଲିଉଡ ଫିଲ୍ମ ‘ପରିଣୀତା’ ଥିଲା ଯାହା ୨୦୦୫ମସିହାରେ ରିଲିଜ ହୋଇଥିଲା। ଏହି ଫିଲ୍ମ ପରଠୁ ସେ କେବେ ପଛକୁ ଫେରି ଚାହିଁନାହାନ୍ତି। ବିଦ୍ୟାଙ୍କର ଅନେକ ସୁପରହିଟ୍ ଫିଲ୍ମ ରହିଛି।
{"id":127301}୩.ସୁଶାନ୍ତ ସିଂହ ରାଜପୁତ : ସୁଶାନ୍ତ ସିଂହ ରାଜପୁତ ମଧ୍ୟ ଟିଭି ଜଗତରୁ ବଲିଉଡକୁ ପ୍ରବେଶ କରିଥିଲେ। ସୁଶାନ୍ତଙ୍କ ପ୍ରଥମ ଧାରାବାହିକ ‘କିସ ଦେଶ ମେ ହେ ମେରା ଦିଲ୍’ ଥିଲା। ଏହା ପରେ ସେ ‘ପବିତ୍ର ରିସ୍ତା’ରେ ନଜର ଆସିଥିଲେ। ପବିତ୍ର ରିସ୍ତା’ ଧାରାବାହିକ ହିଟ୍ ହୋଇଥିଲା। ଏହାପରେ ସେ ରିୟଲିଟି ଶୋ କରିଥିଲେ। ୨୦୧୩ମସିହାରେ ସୁଶାନ୍ତ ‘କାଏ ପୋ ଚେ’ ଫିଲ୍ମରୁ ବଲିଉଡକୁ ଏଣ୍ଟ୍ରି କରିଥିଲେ।
{"id":127302}୪.ଇରଫାନ୍ ଖାନ୍: ଆକ୍ଟର ଇରଫାନ୍ ଖାନ୍ ମଧ୍ୟ ଟିଭିରୁ ବଲିଉଡକୁ ପ୍ରବେଶ କରିଥିଲେ। ତାଙ୍କର ଧାରାବାହିକ ଗୁଡ଼ିକ ହେଲା ‘ଚାଣକ୍ୟ’,‘ଭାରତ କି ଖୋଜ’,‘ସାରା ଜାହାଁ ହମାରା’,‘ବନେଗି ଅପନି ବାତ’ ଏବଂ ‘ଚନ୍ଦ୍ରକାନ୍ତା’। ଏହି ଧାରାବାହିକଗୁଡ଼ିକ ପରେ ଇରଫାନ୍ ବଲିଉଡକୁ ପ୍ରବେଶ କରିଥିଲେ।
{"id":127303}୫.ଆର ମାଧବନ : ଟିଭିରେ ନାଁ କମାଇବା ପରେ ଆର ମାଧବନ ବଲିଉଡରେ ପ୍ରବେଶ କରିଥିଲେ। ଆର ମାଧବନ ‘ବନେଗି ଅପନି ବାତ’,‘ଘର ଜମାଇ’ ଏବଂ ‘ସି ହକ୍ସ’ଭଳି ଧାରାବାହିକ କରିଥିଲେ। ଟିଭି ପରେ ଆର ମାଧବନ୍ ବଲିଉଡରେ ଧମାକାଦାର ଏଣ୍ଟ୍ରି କରିଥିଲେ। ମାଧବନଙ୍କୁ ପରିଚୟ ‘ରେହେନା ହେ ତେରେ ଦିଲ ମେ’ରୁ ମିଳିଥିଲା। ଏହା ପରେ ମାଧବନ ପଛକୁ ଫେରି ଚାହିଁ ନଥିଲେ।
{"id":127304}୬.ଆୟୁଷ୍ମାନ ଖୁରାନା : ଏହି ତାଲିକାରେ ଆୟୁଷ୍ମାନ ଖୁରାନାଙ୍କ ନାଁ ମଧ୍ୟ ସାମିଲ ରହିଛି। ଆୟୁଷ୍ମାନ୍ ୨୦୦୨ମସିହାରେ ‘ପପଷ୍ଟାର୍ସ’ ରିୟଲିଟି ଶୋରେ ପ୍ରତିଯୋଗୀ ଭାବେ ଭାଗ ନେଇଥିଲେ। ଏହା ପରେ ସେ ‘ରୋଡିସ୍ ୨’ ଜିତିଥିଲେ ଏବଂ ଆରଜେ ଭାବେ ମଧ୍ୟ କାମ କରିଥିଲେ। ଆୟୁଷ୍ମାନ ‘ବିକ୍କି ଡୋନର’ ଫିଲ୍ମରୁ ନିଜର ବଲିଉଡ କ୍ୟାରିଅର ଆରମ୍ଭ କରିଥିଲେ। ଆୟୁଷ୍ମାନ ନିଜର ଚମତ୍କାର ଅଭିନୟ ପାଇଁ ଲୋକଙ୍କ ମନ ଜିଣି ପାରିଥିଲେ।
{"id":127305}୭.ପଙ୍କଜ କପୁର : ପଙ୍କଜ କପୁର ଟିଭି ପରେ ବଲିଉଡରେ ପ୍ରବେଶ କରିଥିଲେ। ‘ଅଫିସ ଅଫିସ୍’ରେ ମୁସଡ୍ଡିଲାଲ ଚରିତ୍ର ପଙ୍କଜଙ୍କୁ ହିଟ୍ କରିଥିଲା। ଏହାପରେ ପଙ୍କଜ କପୁର ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ରଖିଥିଲେ। ପଙ୍କଜ କପୁର ବଲିଉଡରେ ନିଜର ଏକ ଖାସ୍ ପରିଚୟ ସୃଷ୍ଟି କରିଥିଲେ। ସେ ‘ଗାନ୍ଧୀ’,‘ଜାନେ ଭି ଦୟାର’,‘ଖଣ୍ଡର’,‘ଖାମୋଶ’,‘ମୁସାଫିର’,‘ମକବୁଲ’ ଭଳି ଫିଲ୍ମରେ ଅଭିନୟ କରିଥିଲେ।
{"id":127306}୮.ରାଜୀବ ଖଣ୍ଡେଲଓ୍ବାଲ : ଏକତା କପୁରଙ୍କ ଧାରାବାହିକ ‘କହିଁ ତୋ ହୋଗା’ ରାଜୀବ ଖଣ୍ଡେଲଓ୍ବାଲଙ୍କୁ ସମୃଦ୍ଧିର ଶିଖରରେ ପହଞ୍ଚାଇଥିଲା। ଏହାପରେ ‘ଲେଫ୍ଟ ରାଇଟ୍ ଲେଫ୍ଟ’ ଏବଂ ‘ଟାଇମ୍ ବମ୍ବ’ ଭଳି ଧାରାବାହିକରେ ରାଜୀବ ନଜର ଆସିଥିଲେ। ଏହାପରେ ରାଜୀବ ବଲିଉଡର ଅନେକ ଫିଲ୍ମ କରିଥିଲେ କିନ୍ତୁ କୈାଣସି ଫିଲ୍ମ କମାଲ ଦେଖାଇ ପାରିନଥିଲା। ନିକଟରେ ରାଜୀବ ଏକ ଓ୍ବେବ୍ ସିରିଜରେ ନଜର ଆସିଥିଲେ ଯାହାର ନାଁ ‘ହକ ସେ’ ଥିଲା।
{"id":127307}୯. ପ୍ରାଚୀ ଦେଶାଇ : ‘କସମ ସେ’ ଧାରାବାହିକ ପ୍ରାଚୀ ଦେଶାଇଙ୍କୁ ଟେଲିଭିଜନ ଦୁନିଆରେ ଏକ ଖାସ୍ ପରିଚିତି ଦେଇଥିଲା। ଏହାପରେ ପ୍ରାଚୀ ଦେଶାଇ ବଲିଉଡରେ ଏଣ୍ଟ୍ରି କରିଥିଲେ। ପ୍ରାଚୀଙ୍କ ପ୍ରଥମ ଫିଲ୍ମ ‘ରକ୍ ଅନ୍’ ଥିଲା। ଫିଲ୍ମ ହିଟ୍ ହେବା ସହ ପ୍ରାଚୀ ଲାଇମଲାଇଟକୁ ଆସିଥିଲେ। ଏହାପରେ ‘ଲାଇଫ ପାର୍ଟନର’,‘ଓ୍ବାନସ ଅପନ ଏ ଟାଇମ୍ ଇନ୍ ମୁମ୍ବାଇ’,ତେରି ମେରି କାହାନୀ’,‘ବୋଲ ବଚ୍ଚନ’,‘ଆଝାର’ ଭଳି ଫିଲ୍ମ କରିଛନ୍ତି।