Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ନଭେମ୍ବର ଉଭୟ ବାପା-ପୁଅଙ୍କ ଜନ୍ମଦିନ: ଏହାପରେ ଫିଲ୍ମ ଶୁଟିଂ ଆରମ୍ଭ କରିବେ ଶାହରୁଖ, ଆର୍ଯ୍ୟନଙ୍କ ପାଇଁ ଚାଲିଛି ସ୍ପେଶାଲ ପ୍ଲାନିଂ

30/10/2021 at 9:30 PM

ମୁମ୍ବାଇ ୩୦/୧୦ : ଅକ୍ଟୋବର ୨ ତାରିଖରେ କ୍ରୁଜ ଡ୍ରଗ୍ସ ମାମଲାରେ ଆର୍ଯ୍ୟନ ଖାନ ଗିରଫ ହେବାପରେ ଶାହରୁଖ ଖାନ ସ୍ପେନରେ ଫିଲ୍ମ ‘ପଠାନ’ର ଶୁଟିଂ ବାତିଲ କରିଦେଇଥିଲେ। ସୂଚନା ଅନୁଯାୟୀ, ଶାହରୁଖ ବର୍ତ୍ତମାନ ନଭେମ୍ବର ଶେଷ ଆଡକୁ ଦୁଇଟି ଫିଲ୍ମର ଶୁଟିଂ ଆରମ୍ଭ କରିବେ। କାରଣ ନଭେମ୍ବର ୧୩ ତାରିଖରେ ଆର୍ଯ୍ୟନଙ୍କ ଜନ୍ମଦିନ ଅଛି। ନଭେମ୍ବର ମାସ ଖାନ ପରିବାର ପାଇଁ ଖାସ କାରଣ ଶାହରୁଖଙ୍କ ଜନ୍ମଦିନ ମଧ୍ୟ ୨ ତାରିଖରେ।

ରିପୋର୍ଟ ଅନୁଯାୟୀ, ଆର୍ଯ୍ୟନ ଗିରଫ ହେବାପରେ ଶାହରୁଖ ଚିନ୍ତିତ ହୋଇଯାଇଥିଲେ। ପୁଅକୁ ଜେଲରୁ ରିହା କରିବାକୁ ସେ ବହୁତ କଷ୍ଟ କରିଛନ୍ତି। ଆର୍ଯ୍ୟନଙ୍କ ସ୍ୱାସ୍ଥ୍ୟକୁ ନେଇ ସେ ବହୁତ ଚିନ୍ତିତ ଥିଲେ। ସେଥିପାଇଁ ସେ ଏବେ ଆର୍ଯ୍ୟନଙ୍କ ସହ କିଛି ସମୟ ବିତାଇବାକୁ ଚାହୁଁଛନ୍ତି। ତେବେ ଫିଲ୍ମ ଶୁଟିଂ ପାଇଁ ନିର୍ମାତାଙ୍କୁ ମଧ୍ୟ ଅଧିକ ଅପେକ୍ଷା କରାଇବାକୁ ଚାହୁଁ ନାହାନ୍ତି। ସେଥିପାଇଁ ସେ ନଭେମ୍ବର ଶେଷ ସୁଦ୍ଧା କାମ ଆରମ୍ଭ କରିବେ ବୋଲି କହିଛନ୍ତି।

ଗତ ୨୭ ଦିନ ଆର୍ଯ୍ୟନଙ୍କ ପାଇଁ କୌଣସି ଖରାପ ସ୍ବପ୍ନ ଠାରୁ କମ ନଥିଲା। ଏହି ଦିନ ସେ ଜୀବନରେ କେବେ ଭୁଲିବେନି। ପୁଅର ଏହି କଷ୍ଟକୁ ବାପା-ମା’ ଭଲ ଭାବେ ବୁଝିଛନ୍ତି। ସେଥିପାଇଁ ଶାହରୁଖ ଓ ଗୌରୀ ଆର୍ଯ୍ୟନଙ୍କ ପାଇଁ ସ୍ପେଶାଲ ରୁଟିନ ଚାଟ ପ୍ରସ୍ତୁତ କରିଛନ୍ତି। ଆର୍ଯ୍ୟନଙ୍କର ଅନେକ ମେଡିକାଲ ଚେକଅପ କରାଯିବ। ତାଙ୍କର ମାନସିକ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଦୃଷ୍ଟି ଦିଆଯିବ। ବାପା-ମା’ ପୁଅ ପାଇଁ କାଉନସିଲିଂ ସେସନ ମଧ୍ୟ ପ୍ଲାନ କରିଛନ୍ତି।

   Related Posts