Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ଡ୍ରଗ୍ସ ପାର୍ଟି ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଗିରଫ

3/10/2021 at 4:08 PM

ମୁମ୍ବାଇ ୦୩/୧୦ : ମୁମ୍ବାଇରେ ହାଇପ୍ରୋଫାଇଲ ଡ୍ରଗ୍ସ ପାର୍ଟି ମାମଲାରେ ନାର୍କୋଟିକ୍ସ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଗିରଫ କରିଛି। ଏନସିବି ତାଙ୍କୁ ହେପାଜତକୁ ନେଇ ପଚରାଉଚୁରା କରୁଥିଲା। ଏହି ମାମଲାରେ ୩ ଯୁବତୀ ସମେତ ୮ଜଣଙ୍କୁ ହେପାଜତକୁ ନେଇଛି। ସମସ୍ତଙ୍କୁ ପଚରାଉଚୁରା କରୁଛି ଏନସିବି। ଏହି ଡ୍ରଗ୍ସ ପାର୍ଟି ମୁମ୍ବାଇ ନିକଟସ୍ଥ ‘କାର୍ଡିଲୀୟା ଦ ଇମ୍ପ୍ରେସ’ କ୍ରୁଜରେ ଚାଲିଥିଲା।

ଯେତେବେଳେ ଏନସିବି ଚଢ଼ଉ କରିଥିଲା ସେତେବେଳେ ପାର୍ଟିରେ ୬୦୦ ଲୋକ ସାମିଲ ଥିଲେ। ଏନସିବି ସୂତ୍ର ଅନୁଯାୟୀ, ଆର୍ଯ୍ୟନ ମଧ୍ୟ ସେହି କ୍ରୁଜରେ ଉପସ୍ଥିତ ଥିଲେ. ଯେଉଁଠି ରେଭ ପାର୍ଟି ଚାଲିଥିଲା। ତେବେ ସେ ଡ୍ରଗ୍ସ ସେବନ କରିଥିଲେ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଏନସିବି ରେଭ ପାର୍ଟିର ଆୟୋଜକଙ୍କୁ ପଚରାଉଚୁରା ପାଇଁ ଡାକିଛି। ଆୟୋଜକଙ୍କୁ ଆଜି ରାତି ୧ଟା ସୁଦ୍ଧା ଏନସିବି ନିକଟରେ ହାଜର ହେବାକୁ ପଡିବ।

ବର୍ତ୍ତମାନ ଏନସିବି ମୁନମୁନ ଧମେଚା, ନୁପୁର ସାରିକା, ଇସ୍ମିତ ସିଂହ, ମୋହକ ଜସୱାଲ, ବିକ୍ରନ୍ତ ଛୋକର, ଗୋମିତ ଚୋପ୍ରା, ଆର୍ଯ୍ୟନ ଖାନ ଓ ଅରବାଜ ମୋର୍ଚେଣ୍ଟଙ୍କୁ ପଚରାଉଚୁରା କରିଛି।

   Related Posts