'ମୋ ପତ୍ନୀ ହିନ୍ଦୁ,ମୁଁ ମୁସ୍‌ଲିମ୍‌ ଏବଂ ମୋ ପିଲାମାନେ ହିନ୍ଦୁସ୍ତାନୀ', ଭାଇରାଲ ହେଲା ଶାହରୁଖଙ୍କର ଏହି ଭିଡିଓ…

Published By : Prameya-News7 Bureau | January 27, 2020 IST

ମୁମ୍ବାଇ୨୭|୧: ନିକଟରେ ବଲିଉର ବାଦଶାହ ଶାହରୁଖ ଖାନ ରିଆଲିଟି ସୋ ଡାନ୍ସ ପ୍ଲସରେ ନଜର ଆସିଥିଲେ। ଏବେ ଶାହରୁଖ ଫିଲ୍ମଠାରୁ ଦୂରାଇ ଅଛନ୍ତି। ଅନେକ ଦିନ ହେବ ସେ ପରଦାରେ ନଜର ଆସିନାହାନ୍ତି। ଶାହରୁଖ ଖାନ କେବଳ ଜଣେ ଭଲ ଅଭିନେତା ନୁହେଁ ବରଂ ଜଣେ ଭଲ ସ୍ବାମୀ ଓ ବାପା ମଧ୍ୟ । ସେଥିପାଇଁ ମଧ୍ୟ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ତେବେ ରିଆଲିଟି ସୋ ଡାନ୍ସ ପ୍ଲସରେ ଶାହରୁଖ ଧର୍ମକୁ ନେଇ ନିଜ ମନ୍ତବ୍ୟ ରଖିଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦର୍ଶକ ଶାହରୁଖଙ୍କର ଏହି ବୟାନର ଅନେକ ପ୍ରଶଂସା କରୁଛନ୍ତି।

{"id":216468,"sizeSlug":"large"}

ଶୋ’ରେ ଶାହରୁଖ ନିଜ କ୍ୟାରିୟର ଏବଂ ପରିବାରକୁ ନେଇ ଅନେକ କଥା କହିଥିଲେ। ଯାହା ଦର୍ଶକ ବହୁତ ପସନ୍ଦ କରୁଛନ୍ତି। ଶାହରୁଖ କହିଥିଲେ ଯେ, ସେ କେବେ ବି ହିନ୍ଦୁ-ମୁସଲମାନ ଭିତରେ କୌଣସି ପାର୍ଥକ୍ୟ କରନ୍ତି ନାହିଁ। ତାଙ୍କ ପତ୍ନୀ ହିନ୍ଦୁ, ଓ ସେ ମୁସଲମାନ ଓ ତାଙ୍କ ପିଲାମାନେ ହେଉଛନ୍ତି ଭାରତୀୟ। ଶାହରୁଖଙ୍କ ଝିଅ ସୁହାନା ଛୋଟ ଥିବା ବେଳେ ଏକ ଫର୍ମରେ ଧର୍ମ କ'ଣ ପୂରଣ କରିବାର ଥିଲା। ଏହା ଦେଖି ସେ ନିଜ ବାପାଙ୍କୁ ତାଙ୍କ ଧର୍ମ କଣ ବୋଲି ପଚାରିଥିଲେ। ଏହା ନେଇ ଶାହରୁଖ ସ୍କୁଲର ସେହି ଫର୍ମରେ ସେମାନେ ଭାରତୀୟ ବୋଲି ପୂରଣ କରିଥିଲେ।

{"id":216469,"sizeSlug":"large"}

ଏହା ସହ ଶାହରୁଖ କହିଛନ୍ତି ଯେ, କୌଣସି ଧର୍ମ ନାହିଁ ଏବଂ ରହିବା କଥା ନୁହେଁ। ଶାହରୁଖଙ୍କ ଏଭଳି ବୟାନ ଆସିବା ପରେ ଏନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି।ଶାହରୁଖ ଶେଷ ଥର ପାଇଁ ଫିଲ୍ମ'ଜିରୋ'ରେ ନଜର ଆସିଥିଲେ। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ କ୍ୟାଟ୍ରିନା କୈଫ୍ ଅଭିନୟ କରିଥିଲେ। ଏବେ ଶାହରୁଖଙ୍କ ପ୍ରଯୋଜନାରେ ତିଆରି ହେଉଥିବା ଫିଲ୍ମ ‘ବବ୍‌ ବିଶ୍ୱାସ’ର ଶୁଟିଂ ଆରମ୍ଭ ହୋଇସାରିଛି। ଏହି ଫିଲ୍ମରେ ଅଭିଷେକ ବଚ୍ଚନ ଓ ଅଭିନେତ୍ରୀ ଚିତ୍ରାଙ୍ଗଦା ସିଂହ ମୁଖ୍ୟ ଭୂମିକାରେ ନଜର ଆସିବେ।

wp:core-embed/twitter {"url":"https://twitter.com/neeljoshiii/status/1221113992229244928","type":"rich","providerNameSlug":"twitter","className":""}
https://twitter.com/neeljoshiii/status/1221113992229244928
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.