ଶାହରୁଖ ଖାନ ନିଜ ଝିଅ ସୁହାନାଙ୍କ ବୟଫ୍ରେଣ୍ଡଙ୍କୁ ନେଇ ଦେଲେ ବଡ ବୟାନ, କହିଲେ ଏମିତି କଥା…
29/10/2019 at 4:34 PM

ମୁମ୍ବାଇ୨୯|୧୦: ବଲିଉଡର ବାଦଶାହ ଶାହରୁଖ ଖାନ କେବଳ ଜଣେ ଭଲ ଅଭିନେତା ନୁହେଁ ବରଂ ଜଣେ ଭଲ ସ୍ବାମୀ ଓ ବାପା ମଧ୍ୟ । ସେଥିପାଇଁ ମଧ୍ୟ ସେ ଚର୍ଚ୍ଚାରେ ରୁହନ୍ତି। ନିକଟରେ ନିଜ ବିବାହର ବାର୍ଷିକ ଉତ୍ସବରେ ଶାହରୁହ ତାଙ୍କ ପତ୍ନୀ ଗୌରୀଙ୍କ ସହ ସୋସିଆଲ ମିଡିଆରେ ଫଟୋ ସେୟାର କରିଥିଲେ। ଫଟୋ ସେୟାର କରିବା ସହ ସେ ଲେଖିଥିଲେ ଯେ, ଶାହରୁଖ ନିଜ ଝିଅ ସୁହାନା ପାଇଁ ବହୁତ ପ୍ରୋଟେକ୍ଟିଭ।

ଶାହରୁଖ ଖାନ ଏକ ସାକ୍ଷାତକାରରେ ସୁହାନାଙ୍କୁ ନେଇ ଅନେକ କଥା କହିଥିଲେ। ଶାହରୁଖ ଶୋ’ରେ କହିଛନ୍ତି ଯେ, ସେ ସବୁବେଳେ ନିଜ ପିଲାଙ୍କ ସହ ଅଧିକରୁ ଅଧିକ ସମୟ ବିତାଇବାକୁ ଚେଷ୍ଟା କରନ୍ତି। ନିଜ ପିଲାଙ୍କ କଥା ଶୁଣି ସବୁ ସମସ୍ୟା ଦୂର କରିବାକୁ ଚାହାନ୍ତି। ହେଲେ ଯେତେବେଳେ ସେମାନେ ବୟଫ୍ରେଣ୍ଡ ଗର୍ଲଫ୍ରେଣ୍ଡ ସମସ୍ୟା ନେଇ ଆସନ୍ତି ସେତେବେଳେ ଶାହରୁଖଙ୍କୁ ବହୁତ ଅସୁବିଧା ହୁଏ।

ସୁହାନାଙ୍କ ବୟଫ୍ରେଣ୍ଡ ସମସ୍ୟା ଡିଲ କରିବା ପାଇଁ ସେ ବହୁତ ରାଗନ୍ତି । ଅବଶ୍ୟ ଝିଅ ସାମ୍ନାରେ କ୍ଷୋଭ ପ୍ରକାଶ କରନ୍ତି ନାହିଁ। ଏମିତି ସ୍ଥିତି ମଧ୍ୟ ଆସିଛି ଯେବେ ସେ ସୁହାନାଙ୍କ ଖାସ ଫ୍ରେଣ୍ଡଙ୍କ ପାଇଁ ଗିଫ୍ଟ ବାଛିବାରେ ତାଙ୍କ ସାହାଯ୍ୟ କରନ୍ତି।ହେଲେ ସେ ସୁହାନାଙ୍କ ଜୀବନରେ କୌଣସି ପୁରୁଷଙ୍କୁ ସହି ପାରନ୍ତି ନାହିଁ କାରଣ ସେ ବହୁତ ଚିନ୍ତିତ ଥାନ୍ତି।

ଇଚ୍ଛା ନଥିଲେ ମଧ୍ୟ ସେ ସୁହାନାଙ୍କ ପାଇଁ ଗିଫ୍ଟ ବାଛିବାରେ ସାହାଯ୍ୟ କରନ୍ତି। ପୁଅ ଆର୍ଯ୍ୟନ ବିଷୟରେ ମଧ୍ୟ ଶାହରୁଖ କହିଛନ୍ତି ଯେ, ଆର୍ଯ୍ୟନଙ୍କୁ ଅଭିନେତା ହେବାର କୌଣସି ଇଚ୍ଛା ନାହିଁ ଓ ସେ ଜଣେ ଭଲ ଲେଖକ ।