Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ସୁଶାନ୍ତ ମାମଲାରେ ଗିରଫ କୁନାଲଙ୍କ ଶାହରୁଖଙ୍କ ସହ ରହିଛି ଭଲ ସମ୍ପର୍କ: ସୁରାକ ପାଇବା ପରେ କ୍ରୁଜରେ ଚଢ଼ଉ ପାଇଁ ଏନସିବି କିଣିଥିଲା ୪.୮ ଲକ୍ଷର ଟିକେଟ୍

5/10/2021 at 9:15 PM

ମୁମ୍ବାଇ ୦୫/୧୦ : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ସ ମାମଲାରେ ସେପ୍ଟେମ୍ବର ୩୦ ତାରିଖରେ ଗିରଫ ହୋଇଥିବା ହୋଟେଲ ବ୍ୟବସାୟୀ କୁନାଲ ଜାନିଙ୍କ ଜାମିନ ଆବେଦନ ମଙ୍ଗଳବାର ଦିନ କିଲା କୋର୍ଟ ଖାରଜ କରିଦେଇଛନ୍ତି। କୁନାଲ ବର୍ତ୍ତମାନ ଏନସିବି କଷ୍ଟଡିରେ ଅଛନ୍ତି। ସୂତ୍ର ଅନୁଯାୟୀ, କୁନାଲଙ୍କ ଫୋନ ଯାଞ୍ଚ ବେଳେ ଏନସିବିକୁ କାର୍ଡିଲିୟା କ୍ରୁଜରେ ଡ୍ରଗ୍ସ ପାର୍ଟି ହେବା ନେଇ ସୁରାକ ମିଳିଥିଲା। ଶାହରୁଖ ଖାନ ଓ ତାଙ୍କ ପତ୍ନୀ ଗୌରୀ ଖାନଙ୍କର କୁନାଲଙ୍କ ସହ ଭଲ ସମ୍ପର୍କ ଥିବା କୁହାଯାଉଛି। କୁନାଲଙ୍କ ବଲିଉଡ ଇଣ୍ଡଷ୍ଟ୍ରିରେ ଆହୁରି ଅନେକ ସେଲିବ୍ରିଟିନ ସହ ଲିଙ୍କ ଥିବା କୁହାଯାଉଛି। କୁନାଲ ଗିରଫ ହେବାପରେ ଏନସିବି ରାଡ଼ାରରେ ଅନେକ ବଡ ବଡ ବଲିଉଡ ତାରକା ଆସିପାରନ୍ତି ବୋଲି କୁହାଯାଉଛି। ଶାହରୁଖଙ୍କ ସହ ଭଲ ସମ୍ପର୍କ ଥିବାରୁ କାର୍ଡିଲିୟାରେ ହେବାକୁଥିବା ପାର୍ଟି ସମ୍ପର୍କରେ କୁନାଲ ଜାଣିଥିଲେ ବୋଲି କୁହାଯାଉଛି।

ସୂଚନା ପାଇବା ପରେ ଏନସିବି ଟିମ ଯାତ୍ରୀ ହୋଇ କ୍ରୁଜକୁ ଯାଇଥିଲା ଓ କ୍ରୁଜ ଯେତେବେଳେ ମଝି ସମୁଦ୍ରରେ ପହଞ୍ଚିଲା ଆର୍ଯ୍ୟନଙ୍କ ସମେତ ୮ ଜଣଙ୍କୁ କାବୁ କରିଥିଲା। କୌଣସି ସୁରାକ ନ ପାଇ ଏନସିବି ୮୦-୮୦ ହଜାର ଟଙ୍କାର ଟିକେଟ କିଣିନଥିଲା ବୋଲି କୁହାଯାଉଛି। ଏହି ହାଇପ୍ରୋଫାଇଲ ଚଢ଼ଉ ପାଇଁ ଏନସିବି ୨୫ ଅଧିକାରୀଙ୍କୁ କାମରେ ଲଗାଇଥିଲା। ୬ ଅଧିକାରୀ ପାର୍ଟି ଡ୍ରେସ ପିନ୍ଧି କ୍ରୁଜକୁ ଯାଇଥିଲେ। ଏଥିପାଇଁ ଏନସିବି ତରଫରୁ ୪ ଲକ୍ଷ ୮୦ ହଜାର ଟଙ୍କାର ଟିକେଟ କିଣାଯାଇଥିଲା।

ଏନସିବିର ଜଣେ ଅଧିକାରୀ କହିଛନ୍ତି, “ସେତେବେଳେ ଆମେ ଜାଣିନଥିଲୁ ଏ ପିଲାମାନେ କିଏ। ଆମେ ନିଷ୍ପତ୍ତି ନେଇଥିଲୁ ଯେ ଆମେ ପାର୍ଟିକୁ ଯାଉଥିବା ଲୋକଙ୍କ ମଧ୍ୟରେ ସାମିଲ ହେବୁ। କାରଣ ଡ୍ରଗ୍ସ ସେବନ କରୁଥିବା ଲୋକଙ୍କୁ ରଙ୍ଗେ ହାତ ଧରିବା ପାଇଁ ଏହା ହିଁ ଗୋଟିଏ ତରିକା ଥିଲା। ଅନେକଥର ଚଢ଼ଉ ପୂର୍ବରୁ ଅପରାଧୀଙ୍କୁ ସତର୍କ କରିଦିଆଯାଇଥାଏ। ଯେଉଁଥିପାଇଁ ସେମାନେ ଡ୍ରଗ୍ସ ଲୁଚାଇବାରେ ସଫଳ ହୋଇଯାନ୍ତି ଓ ମାମଲାକୁ ଅଦାଲତରେ ପ୍ରମାଣ କରିବାକୁ ମୁସ୍କିଲ ହୋଇଯାଇଥାଏ।”

   Related Posts