Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏହି ଫିଲ୍ମ ପାଇଁ ୧୨ଟି ଫିଲ୍ମକୁ ହାତ ଛଡ଼ା କରିଥିଲେ ଶାହରୁକ୍, କାହିଁକି ଜାଣନ୍ତୁ…

13/09/2019 at 7:57 PM

ମୁମ୍ବାଇ୧୩|୯: ବଲିଉଡର କିଙ୍ଗ ଶାହରୁଖ୍ ଖାନ ନିଜର କଠିନ ପରିଶ୍ରମ ଦ୍ବାରା ଏହି ସ୍ଥାନରେ ପହଞ୍ଚିଛନ୍ତି। ତାଙ୍କର ଅଭିନୟକୁ ଦର୍ଶକ ବେଶ ପସନ୍ଦ କରିଥାନ୍ତି। ଏହି ସୁପରଷ୍ଟାରଙ୍କ ସଂପର୍କରେ ଏମିତି କିଛି କଥା ରହିଛି।ଯାହା ଆପଣ ଜାଣି ନଥିବେ।ଗୋଟିଏ ଫିଲ୍ମ ପାଇଁ ଶାହରୁଖ ୧୨ଟି ଫିଲ୍ମକୁ ହାତ ଛଡ଼ା କରିଥିଲେ।ଯେଉଁ ଫିଲ୍ମକୁ ଆଜି ବି ଦର୍ଶକ ମନେ ରଖିଛନ୍ତି।

ଏହି ଫିଲ୍ମ ସାରା ଦେଶରେ ହଇଚଇ ସୃଷ୍ଟ କରିଥିଲା।ଶାହରୁଖ୍ଙ୍କ ଅଭିନୟରେ ଦର୍ଶକ ମତୁଆଲ ହୋଇଥିଲେ।ଏହି ଫିଲ୍ମରେ ଲଭ, ରୋମାନ୍ସ ଓ ଆକ୍ସନ ଭରି ରହିଥିଲା।ସଂଜୟ ଲିଲା ଭଂସାଲିଙ୍କ ନିର୍ଦେଶିତ ଫିଲ୍ମ ତଥା ତାଙ୍କର ଡ୍ରିମ ପ୍ରୋଜେକ୍ଟ ଦେବଦାସ ଫିଲ୍ମ ପାଇଁ ଶାହରୁକ୍‌ ୧୨ଟି ଫିଲ୍ମକୁ ହାତ ଛଡ଼ା କରିଥିଲେ।ଦେବଦାସ ଫିଲ୍ମ ମାଧ୍ୟମରେ ପ୍ରତ୍ୟେକ ଦର୍ଶକଙ୍କ ହୃଦୟରେ ଶାହରୁଖ୍ ନିଜର ଛାପ ଛାଡ଼ିଯାଇଥିଲେ।

କୁହାଯାଏ କି ଫିଲ୍ମ ପାଇଁ ଶାହରୁକ୍‌ଙ୍କ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା।ଦେବଦାସ ଫିଲ୍ମରେ ଶାହରୁଖ୍ ଯେଉଁ ଚରିତ୍ର​‌ରେ ଅଭିନୟ କରିଥିଲେ।ସେହି ଚରିତ୍ରକୁ ଅନ୍ୟ କୌଣସି ଅଭିନେତା ତାଙ୍କଠାରୁ ଭଲ କରି ପାରିନଥାନ୍ତେ ବୋଲି ଦର୍ଶକ ଦାବି କରନ୍ତି।

ଦେବଦାସ ଫିଲ୍ମରେ ଦୁଇ ସୁନ୍ଦରୀ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଓ ଐଶ୍ବର୍ଯ୍ୟ ରାୟ ବଚ୍ଚନ ନାୟିକା ଭାବେ ଅଭିନୟ କରିଥିଲେ।ଏହି ଦୁଇ ହିରୋଇନଙ୍କ କଷ୍ଟ୍ୟୁମ ବାବଦରେ ପ୍ରଯୋଜକ ୨୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ।ଫିଲ୍ମ ବକ୍ସ ଅଫିସରେ ଜବରଦସ୍ତ ହିଟ୍‌ ହୋଇଥିଲା।ଆର୍ଥିକ ଦୃଷ୍ଟି କୋଣରୁ ଦେବଦାସ ଫିଲ୍ମ ଭଲ ଭାଭ କରିଥିଲା।

   Related Posts