'ଆର୍ଯ୍ୟନଙ୍କ ବଞ୍ଚାଇବାକୁ ଶାହାରୁଖଙ୍କ ପି.ଏ ଦେଇଥିଲେ ୫୦ ଲକ୍ଷ, କାମ ହେଲାନି ଫେରାଇ ନେଲେ...'

Published By : Prameya-News7 Bureau | November 03, 2021 IST

ମୁମ୍ବାଇ ୦୩।୧୧ : ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲରେ ଏନସିବି ଜାଲରେ ଫସିଥିବା ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ବେଲ ମିଳିସାରିଛି । ବହୁ ଦିନର ଅପେକ୍ଷା ପରେ ତାଙ୍କ ବେଲ୍‌ ମିଳିଥିଲା । କିନ୍ତୁ ଏହି ମାମଲାରେ ଆଉ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଡ୍ରଗ୍ସ ମାମଲାରେ ସାକ୍ଷୀ ପ୍ରଭାକର ସେଲଙ୍କ ଦ୍ୱାରା ଦାଖଲ ହୋଇଥିବା ଆଫିଡେଭିଟରେ ନୂଆ ଖୁଲାସା ହୋଇଛି । ଶାହାରୁଖ ଖାନଙ୍କ ମ୍ୟାନେଜର ପୂଜା ଦାଦଲାନି ଆର୍ଯ୍ୟନଙ୍କୁ ବଞ୍ଚାଇବାକୁ ଟଙ୍କା ଦେଇଥିବା ନେଇ ସାମ ଡିସୁଜା ଟେଲିଭିଜନର ଏକ ଇଣ୍ଟରଭ୍ୟୁରେ କହିଥିଲେ । କିନ୍ତୁ ଏହା ଅସମ୍ଭବ ଅନୁଭବ କରିବା ପରେ ସେ ଟଙ୍କା ଫେରାଇ ନେଇଥିଲେ।

ତେବେ ବ୍ୟବସାୟୀ ସାମ୍‌ ଡିସୁଜା ଅଭିଯୋଗ କରିଛନ୍ତି ଯେ, ‘ଦାଦଲାନି ଡ୍ରଗ୍ସ ମାମଲାରେ କେ ପି ଗୋସାଭି ନାମକ ସାକ୍ଷୀଙ୍କୁ ୫୦ ଲକ୍ଷ ଟଙ୍କା ଦେଇଥିଲେ । କିନ୍ତୁ ଗୋସାଭି ଜଣେ ଠକ ବୋଲି ଜାଣିବାକୁ ପାଇବା ପରେ ଦାଦଲାନି ତାଙ୍କୁ ଟଙ୍କା ଫେରସ୍ତ କରିବାକୁ କହିଥିଲେ ।’ସେଲ ନିଜର ଆଫିଡେଭିଟ୍ ଉଲ୍ଲେଖ କରିଛନ୍ତି ଯେ, ‘ଗୋସାଭି, ଦାଦଲାନି ଓ ଡି’ସୁଜା ଅକ୍ଟୋବର ୩ ତାରିଖ ଦିନ ଦେଖା ହୋଇଥିଲେ । ଜଣେ ବ୍ୟକ୍ତି କାର ଭିତରକୁ ଯାଇ ଦୁଇଟି ବ୍ୟାଗ ସେଲଙ୍କୁ ଦେଇଥିଲେ, ଯାହାକୁ ନେଇ ସେ ଟ୍ରାଇଡେଣ୍ଟ ହୋଟେଲରେ ଡି’ସୁଜାକୁ ଦେଇଥିଲେ । ଏହି ପ୍ରମାଣପତ୍ରରେ ଦର୍ଶାଯାଇଛି ଯେ ଡି’ସୁଜା ଏହି ଟଙ୍କା ଗଣିବା ପରେ ଏହା ମାତ୍ର ୩୮ ଲକ୍ଷ ଟଙ୍କା ବୋଲି କହିଥିଲେ ।

କିନ୍ତୁ ସେଲ୍ ଦାବି କରିଛନ୍ତି ଯେ ଗୋସାଭି ଏବଂ ଅନ୍ୟମାନେ ୨୫ କୋଟି ଟଙ୍କାର ଦାବି ଉପରେ ଚର୍ଚ୍ଚା କରିଥିଲେ, ଯେଉଁଥିରୁ ୮ କୋଟି ଟଙ୍କା ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡେଙ୍କୁ ଦିଆଯିବ । ପରେ ଡି’ସୁଜା ଟିଭି ଚ୍ୟାନେଲକୁ କହିଥିଲେ ଯେ, ‘ବହୁ ଅପବ୍ୟବହାର ଏବଂ ଟେନସନ୍ ପରେ ଆମେ ଗୋସାଭିଙ୍କ ଠାରୁ ୩୮ ଲକ୍ଷ ଟଙ୍କା ଫେରସ୍ତ ଆଣିବାରେ ସଫଳ ହୋଇଥିଲୁ । ଏବଂ ଏହାକୁ ଦାଦଲାନିଙ୍କୁ ଫେରାଇ ଦେଇଥିଲୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.