ପୁଅ ପାଇଁ ଅଧାରୁ ସୁଟିଂ ଛାଡି ଆସିଲେ କିଙ୍ଗଖାନ୍, ଡୁପ୍ଲିକେଟ୍ ପ୍ରଶାନ୍ତଙ୍କ ସହ ପୁରା ହେଲା ସୁଟିଂ

Published By : Prameya-News7 Bureau | October 05, 2021 IST

ମୁମ୍ବାଇ ୦୫/୧୦: ମୁମ୍ବାଇ କ୍ରୁଜ୍ ଡ୍ରଗ୍ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ନାମ ଆସିବା ପରଠାରୁ ମାମଲା ଚର୍ଚ୍ଚାରେ ରହିଛି। ଆର୍ଯ୍ୟନ୍ ଅକ୍ଟୋବର ୭ ପର୍ଯ୍ୟନ୍ତ ଏନସିବିର କଷ୍ଟଡିରେ ରହିବେ। ଏହି ସମୟରେ ତାଙ୍କ ବାପା ଶାହାରୁଖ ଖାନଙ୍କୁ ଫିଲ୍ମର ସୁଟିଂ ମଝିରେ ଛାଡି ଆସିବାକୁ ପଡିଲା। ଶାହାରୁଖଙ୍କ ଫିଲ୍ମ 'ପଠାନ'ର କାର୍ଯ୍ୟସୂଚୀ ମଧ୍ୟ ଅକ୍ଟୋବର ୭ ରେ, ଯେଉଁଥିରେ ମଧ୍ୟ ସେ ଯାଇ ପାରିବେ ନାହିଁ। ଏହି ସମୟରେ, ଶାହାରୁଖଙ୍କ ଅନୁପସ୍ଥିତିରେ ଫିଲ୍ମର କିଛି ଅଂଶ ତାଙ୍କ ଡୁପ୍ଲିକେଟ୍ ପ୍ରଶାନ୍ତ ୱାଲଡେଙ୍କ ଦ୍ୱାରା ସୁଟିଂ ହୋଇଥିବା ଜଣାପଡିଛି।

wp:html
/wp:html

ସୂଚନା ଅନୁଯାୟୀ, ଶାହରୁଖ ଖାନ ଶନିବାର ମୁମ୍ବାଇରେ ସାଉଥ ନିର୍ଦ୍ଦେଶକ ଏଟଲିଙ୍କ ଫିଲ୍ମର ସୁଟିଂ କରୁଥିଲେ। ଶନିବାର ରାତିରେ କ୍ରୁଜ ପାର୍ଟିରେ ଚଢାଉ ପରେ ତାଙ୍କ ପୁଅ ଆର୍ଯ୍ୟନଙ୍କୁ ହେପାଜତରେ ନିଆଯାଇଥିଲା। ଏହି ଘଟଣା ପରେ ଶାହାରୁଖ ଖାନ ରବିବାର ଦିନ ସୁଟିଂ କରି ପାରିନଥିଲେ। ଯାହାଫଳରେ ତାଙ୍କ ଡୁପ୍ଲିକେଟ୍ ପ୍ରଶାନ୍ତ ୱାଲଡେଙ୍କ ସହ ଏହି ସୁଟିଂ କରାଯାଇଛି।

ବଲିଉଡ ହଙ୍ଗାମା ରିପୋର୍ଟ ଅନୁଯାୟୀ ପ୍ରଶାନ୍ତ ଏହି ଖବରକୁ ନିଶ୍ଚିତ କରି କହିଛନ୍ତି ଯେ ଶାହାରୁଖଙ୍କ ଅନୁପସ୍ଥିତିରେ ସେ ସୁଟିଂ ଶେଷ କରିଛନ୍ତି। 'ପଠାନ'ର ସୁଟିଂ ପାଇଁ ସ୍ପେନ ଯିବେ କି? ପଚାରାଯିବାରୁ ସେ ଏହା ଉପରେ ଏବେ କିଛି କରିପାରିବେ ନାହିଁ ବୋଲି କହିଛନ୍ତି। ପ୍ରଶାନ୍ତ ଏହା ମଧ୍ୟ କହିଛନ୍ତି ଯେ ଶାହାରୁଖ ଖାନଙ୍କ ଯୋଗୁଁ ଅନେକ ଲୋକଙ୍କ ଘର ଚାଲିଛି। ଯଦି ସେ କାମ ନକରନ୍ତି, ତେବେ ଅନେକ ଲୋକ ପ୍ରଭାବିତ ହେବେ। ଶୀଘ୍ର ସେ ଏହି ସମସ୍ୟାରୁ ବାହାରିଯିବେ ବୋଲି ଆଶା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.