ଆର୍ଯ୍ୟନଙ୍କ ମୁକୁଳିବା ପରେ ଶାହାରୁଖଙ୍କୁ ପରାମର୍ଶ ଦେଲେ ପିୟୁଶ ମିଶ୍ରା , କହିଲେ 'ନିଜ ପୁଅକୁ ସମ୍ଭାଳ'...

Published By : Prameya-News7 Bureau | October 30, 2021 IST

ନୁଆଦିଲ୍ଲୀ ୩୦।୧୦ ବଲିଉଡର ବାଦଶାହ ଶାହରୁଖଙ୍କ ପାଇଁ ଆଜି ହେଉଛି ସବୁଠୁ ବିଶେଷ ତଥା ଖାସ୍ ଦିନ। ଶାହାରୁଖ ଓ ଗୌରୀଙ୍କ ଖୁସି କହିଲେ ନସରେ । ଗୌରୀ କରିଥିବା ମାନସିକ ବି ପୁରା ହେଲା । ବର୍ତ୍ତମାନ ମନ୍ନତ ବାହାରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଡ୍ରଗ୍ସ କେସ୍‌ରେ ଗିରଫ ହେବାର ଦୀର୍ଘ ୨୮ ଦିନ ପରେ ପୁଅ କଳା କୋଠରୀରୁ ମୁକୁଳିଛି। ଏଭଳି ସ୍ଥିତିରେ ବଲିଉଡର ଅନେକ ସେଲିବ୍ରିଟି ଶାହାରୁଖଙ୍କୁ ତାଙ୍କ ଖୁସିରେ ସମର୍ଥନ କରିଛନ୍ତି। କିନ୍ତୁ ପୂର୍ବରୁ ଶାହରୁଖ ଖାନ୍‌ଙ୍କ କୋ-ଷ୍ଟାର ରହି ସାରିଥିବା ବର୍ଷିଆନ୍‌ ଅଭିନେତା ପିୟୁଷ ମିଶ୍ରା ଏହାକୁ ନେଇ ଏକ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। ଯେଉଁଥିରେ ପୁଅ ଆର୍ଯ୍ୟନ୍‌ଙ୍କୁ ନେଇ ସେ ଶାହରୁଖଙ୍କୁ ପରାମର୍ଶ ଦେଇଛନ୍ତି। କହିଛନ୍ତି କି ନିଜ ପୁଅକୁ ସମ୍ଭାଳି ରଖ।

ଏକ ସାକ୍ଷାତକାର୍‌ରେ ପିୟୁଷ ମିଶ୍ରା କହିଛନ୍ତି, ‘ତାଙ୍କୁ ଜାମିନ୍‌ ମିଳିଗଲା, ସେ ବାହାରକୁ ଆସିଗଲା। ବର୍ତ୍ତମାନ ଶାହରୁଖ ଖାନ ଜାଣନ୍ତୁ, ତାଙ୍କ ପୁଅକୁ ଜାଣନ୍ତୁ, ସମୀର ୱାଙ୍ଖଡେ ଜାଣନ୍ତୁ। ଠିକ ଅଛି ତୁମେ ଯାହା କରିଛ ତାହା ତୁମେ ଭୋଗିବ।  ନିଜ ନିଜ ପିଲାମାନଙ୍କୁ ସମ୍ଭାଳିକି ରଖ।’ ପିୟୁଷ ମିଶ୍ରାଙ୍କ ଏପରି ବୟାନ, ଏବେ ଲୋକଙ୍କୁ ଆଶ୍ଚର୍ଯ୍ୟ କରାଇଛି । ଆର୍ଯ୍ୟନଙ୍କ ମୁକ୍ତି ଉପରେ ପିୟୁଷଙ୍କ ଏଭଳି ବୟାନ ଅନ୍ୟ ଆଡେ ଇସାରା ଦେଉଥିବା ମନେ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.