Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୪୨୬ କୋଭିଡ୍ ପଜିଟିଭ୍, ୧୨୨୫୨୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • କମିବ ତାପମାତ୍ରା, ୨୮ରୁ ବଢିବ ଶୀତ
  • ||
  • ଆଜି ୭୩ ତମ ସାଧାରଣତନ୍ତ୍ର ଦିବସ, କୋଭିଡ କଟକଣାରେ ହେବ ପତାକା ଉତ୍ତୋଳନ
  • ||
  • ଦେଶ ପାଳୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ପ୍ରଦର୍ଶିତ ହେବ ୨୧ ପ୍ରଜ୍ଞାପନ ମେଢ
  • ||

ପ୍ରଥମଥର ପାଇଁ ଏକାଠି ପରଦାରେ ନଜର ଆସିବେ ଶାହାରୁଖ ଓ ରଣବୀର!

18/02/2020 at 10:41 AM

ମୁମ୍ବାଇ୧୮|୨: ୧୯୮୭ ମସିହାରରେ ସୁପର ହିଟ୍‌ ହୋଇଥିବା ଫିଲ୍ମ ‘ମିଷ୍ଟର ଇଣ୍ଡିଆ’ର ରିମେକ୍ କରିବାକୁ ଚାହାନ୍ତି ଫିଲ୍ମ ନିର୍ମାତା ଅଲୀ ଅବ୍ବାସ ଜାଫର୍। ଏହି ନୂଆ ପ୍ରୋଜେକ୍ଟ ପାଇଁ ସେ ମୁଖ୍ୟ ଭୂମିକାରେ ଶାହାରୁଖ୍‌ ଖାନ୍‌ ଓ ରଣବୀର ସିଂହଙ୍କୁ ନେବାକୁ ଚାହୁଁଛନ୍ତି। ଫିଲ୍ମରେ ଅନୀଲ କପୁରଙ୍କ ରୋଲ୍‌ ପାଇଁ ରଣବୀରଙ୍କୁ ଅଫର୍‌ ଦେଇଥିବାବେଳେ ମୋଗାମ୍ବୋ ଚରିତ୍ର ପାଇଁ ଶାହରୁଖଙ୍କୁ ଅଫର୍ ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ଶାହାରୁଖ ଏଯାଏଁ ଏହି ଭୂମିକା ପାଇଁ ପାଇଁ ହଁ କହି ନାହାନ୍ତି। କିନ୍ତୁ ଅନୀଲ କପୁରଙ୍କ ରୋଲ୍‌ରେ ଅଭିନୟ କରିବା ପାଇଁ ରଣବୀର ହିଁ କରି ସାରିଛନ୍ତି। ତାଙ୍କୁ ଏହି ଭୂମିକା ବହୁତ ପସନ୍ଦ ଆସିଛି। ନିର୍ମାତା ଚଳିତ ବର୍ଷ ଏହି ଫିଲ୍ମଟିକୁ ରିଲିଜ୍ କରିବାକୁ ଚାହାନ୍ତି।

୨୦୧୮ମସିହାରେ ଶାହାରୁଖଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ଜିରୋ’ରେ ଦେଖିବାକୁ ମିଳିଥିଲା। ଏବେ ସେ ଅନେକ ଫିଲ୍ମରେ କାମ କରିବେ ବୋଲିଶୁଣିବାକୁ ମିଳିଛି। ସେ ସବୁ ନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ। ତେବେ ପରଦାରେ ଶାହରୁଖଙ୍କୁ ଦେଖିବା ପାଇଁ ଦର୍ଶକ ବେଶ ଉତ୍ସାହିତ ଅଛନ୍ତି।

ଅପରପକ୍ଷରେ ଆସନ୍ତା ଏପ୍ରିଲ୍ ମାସରେ ରଣବୀରଙ୍କ ଫିଲ୍ମ ‘୮୩’ ରିଲିଜ୍ ହେବାକୁ ଯାଉଛି। ଏଥିରେ ରଣବୀରଙ୍କ ସହିତ ତାଙ୍କ ପତ୍ନୀ ଦୀପିକା ପାଦୁକୋନ୍‌ ନଜର ଆସିବେ। ଫିଲ୍ମଟି ୧୯୮୩ ମସିହା କ୍ରିକେଟ ବିଶ୍ୱକପ୍‌ ଉପରେ ଆଧାରିତ, ଯେଉଁଥିରେ ଭାରତ ବିଜୟୀ ହୋଇଥିଲା। ଏଥିରେ ରଣବୀର ପୂର୍ବତନ କ୍ୟାପ୍‌ଟେନ୍‌ ତଥା ମହାନ ଖେଳାଳି କପିଲ୍‌ ଦେବଙ୍କ ଭୂମିକାରେ ଅଭିନୟ କରିଛନ୍ତି।

   Related Posts