Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଭାଙ୍ଗିଲେ ୩୦ ବର୍ଷର ପୁରୁଣା ପରମ୍ପରା, ଶାହାରୁଖ ପାଳିଲେନି ୩୦ତମ ବିବାହ ବାର୍ଷିକୀ…

27/10/2021 at 9:07 AM

ମୁମ୍ବାଇ ୨୭।୧୦ : ବଲିଉଡର ବାଦ୍‌ଶାହ ଶାହରୁଖ ଖାନ୍‌ ସବୁବେଳେ ତାଙ୍କ ଫ୍ୟାନ୍ସ ଆଗରେ ଚର୍ଚ୍ଚାରେ ରହିଥାନ୍ତି। ହେଲେ ଗତ କିଛି ଦିନ ଧରି ସେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଡ୍ରଗ୍ସ କେସ୍‌ରେ ପୁଅ ଆର୍ଯ୍ୟନ୍‌ ଖାନ୍‌ ଗିରଫ ହେବା ପରେ ତାଙ୍କ ଜୀବନରେ ଝଡ ସୃଷ୍ଟି ହୋଇଯାଇଛି। ସେ ଏବଂ ତାଙ୍କ ପରିବାର ପୂରା ଅଶାନ୍ତ ଅଛନ୍ତି। ପୁଅ କେବେ ଜେଲ୍‌ରୁ ମୁକୁଳିବ ତାକୁ ଅନାଇ ବସିଛନ୍ତି ବାପା ଓ ମାଆ। ଘରେ ପୁଅ ନଥିବା ଯୋଗୁଁ ତାଙ୍କୁ ସବୁ ଉତ୍ସବ ଫିକା ଲାଗୁଛି। ଏପରିକି ସେ ତାଙ୍କ ଅପ୍‌କମିଂ ଫିଲ୍ମ ‘ପଠାନ’ର ଶୁଟିଂରେ ମଧ୍ୟ ବ୍ରେକ୍‌ ଲଗାଇ ଦେଇଛନ୍ତି।

ତେବେ ଏହାରି ଭିତରେ ଶାହରୁଖ ଏବଂ ଗୌରୀଙ୍କ ବିବାହ ବାର୍ଷିକୀ ମଧ୍ୟ ଫିକା ଫିକା ହୋଇଯାଇଛି। ଗତକାଲି ଶାହରୁଖ ଏବଂ ଗୌରୀଙ୍କ ୩୦ତମ ବିବାହ ବାର୍ଷିକୀ ଥିଲା। ତେବେ ଉଭୟ ନିଜ ବିବାହ ବାର୍ଷିକୀ ପାଳନ କରିନାହାନ୍ତି। ଚଳିତ ବର୍ଷ ଦୁହେଁ ଏହାକୁ ପାଳନ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇ ୩୦ ବର୍ଷର ପରମ୍ପରା ଭାଙ୍ଗି ଦେଇଛନ୍ତି। ଶାହରୁଖଙ୍କ ପରିବାର ବନ୍ଧୁଙ୍କଠାରୁ ଶୁଣିବାକୁ ମିଳୁଛି ଯେ ପ୍ରତିବର୍ଷ ବାର୍ଷିକୀ ଅବସରରେ ଏହି ଷ୍ଟାର ଦମ୍ପତି ମଧ୍ୟ କିଛି ପାରମ୍ପାରିକ ରୀତିନୀତି ପାଳନ କରନ୍ତି। କିନ୍ତୁ ଏଥର ଶାହରୁଖ ଏହି ରୀତିନୀତି ପାଳନ କରିନାହାନ୍ତି। ଖବର ଅନୁଯାୟୀ ଶାହରୁଖ ଖାନ୍‌ ପ୍ରତିବର୍ଷ ଗୌରୀଙ୍କୁ ବିବାହ ବାର୍ଷିକୀ ଅବସରରେ କିଛି ନା କିଛି ଉପହାର ବା ଗିଫ୍ଟ ଦିଅନ୍ତି। କିନ୍ତୁ ଚଳିତ ବର୍ଷ ସେ କୌଣସି ଗିଫ୍ଟ ଗୌରୀଙ୍କୁ ଦେଇ ନାହାନ୍ତି। ନିକଟରେ ଗୌରୀ ଖାନ ବିବାହ ବାର୍ଷିକୀ ଅବସରରେ ପୁଅ ଆର୍ଯ୍ୟନଙ୍କୁ ଭେଟିବା ପାଇଁ ଆର୍ଥର ରୋଡ ଜେଲରେ ପହଞ୍ଚିଥିଲେ।

ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟିରେ ସାମିଲ ହେବା ଅଭିଯୋଗରେ ପ୍ରଥମେ ଏନ୍‌ସିବି ଆର୍ଯ୍ୟନ୍‌ ଖାନ୍‌ଙ୍କୁ ଅଟକ ରଖିଥିଲା। ଏହାପରେ ଡ୍ରଗ୍ସ କନେକସନ୍‌ ସାମ୍ନାକୁ ଆସିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ପ୍ରଥମ ସେସନ୍‌ କୋର୍ଟରେ ତାଙ୍କ ଜାମିନ ଆବେଦନ ଖାରଜ ହେବା ପରେ ଏବେ ମାମଲା ବମ୍ବେ ହାଇକୋର୍ଟରେ ଅଛି। ଆଜି ତାଙ୍କର ପୁଣି ଜାମିନ ଆବେଦନର ଶୁଣାଣି ହେବ। ଶାହରୁଖଙ୍କ ଓକିଲ ଆର୍ଯ୍ୟନଙ୍କୁ କଳେବଳେ କୌଶଳେ ଜାମିନ ଦେବା ପାଇଁ ଚେଷ୍ଟା ଚଳାଇଛନ୍ତି

   Related Posts