Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଫିଲ୍ମ ସୁଟିଙ୍ଗ୍ ବେଳେ କ୍ୟାଟ୍ରିନାଙ୍କୁ ଛାଡିବାକୁ ରାଜି ନଥିଲେ ଶାହରୁଖ୍ : ଭାଇରାଲ୍ ହେଉଛି ଭିଡିଓ

26/06/2020 at 5:34 PM

ମୁମ୍ବାଇ ୨୬/୦୬ : ବର୍ତ୍ତମାନ ବଲିଉଡ୍ ସେଲିବ୍ରିଟିଙ୍କ ଥ୍ରୋବ୍ୟାକ୍ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି | ଏଥିରେ ଏବେ ଶାହରୁଖ ଖାନ ଓ କ୍ୟାଟ୍ରିନା କୈଫ ମଧ୍ୟ ଯୋଡି ହୋଇଯାଇଛନ୍ତି | ଶାହରୁଖ ଖାନ ଓ କ୍ୟାଟ୍ରିନା କୈଫଙ୍କ ଏକ ଭିଡିଓ ବର୍ତ୍ତମାନ ଖୁବ ଭାଇରାଲ ହେଉଛି | ଏହି ଭିଡିଓ ଫିଲ୍ମ ‘ଜବ୍ ତକ୍ ହେ ଜାନ୍’ ସେଟର | ଏହି ଫିଲ୍ମରେ ଶାହରୁଖ ଖାନ ଓ କ୍ୟାଟ୍ରିନା କୈଫଙ୍କ ସହ ଅନୁଷ୍କା ଶର୍ମା ମଧ୍ୟ ଅଭିନୟ କରିଥିଲେ | ଭାଇରାଲ୍ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଶାହରୁଖ ଖାନ୍ କ୍ୟାଟ୍ରିନାଙ୍କୁ ଆଲିଙ୍ଗନ କରିଛନ୍ତି |

ଶାହରୁଖ ଖାନ୍ ଓ କ୍ୟାଟ୍ରିନା କୈଫଙ୍କ ଏହି ଭିଡିଓକୁ ଫିଲ୍ମଫେୟାର ନିଜର ଇନ୍ସଟାଗ୍ରାମ ଆକାଉଣ୍ଟରେ ସେୟାର କରିଛି | ଭିଡିଓକୁ ଏବେ ସୁଦ୍ଧା ୫୦ ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି | ପ୍ରଶଂସକ ଏହି ଭିଡିଓରେ ନିଜ ନିଜର ପ୍ରତିକ୍ରିୟା ରଖ୍ହିଛନ୍ତି |

ଶାହରୁଖ ଖାନଙ୍କୁ ଶେଷଥର ପାଇଁ ଫିଲ୍ମ ‘ଜିରୋ’ରେ ଦେଖିବାକୁ ମିଳିଥିଲା | ଏହି ଫିଲ୍ମରେ ତାଙ୍କ ସହ କ୍ୟାଟ୍ରିନା କୈଫ ଓ ଅନୁଷ୍କା ଶର୍ମା ଅଭିନୟ କରିଥିଲେ | କ୍ୟାଟ୍ରିନା କୈଫଙ୍କୁ ଶେଷଥର ପାଇଁ ସଲମାନ ଖାନଙ୍କ ସହିତ ଫିଲ୍ମ ଭାରତରେ ଦେଖିବାକୁ ମିଳିଥିଲା | ଖୁବ ଶୀଘ୍ର କ୍ୟାଟ୍ରିନା କୈଫ ଅକ୍ଷୟ କୁମାରଙ୍କ ସହ ଫିଲ୍ମ ସୂର୍ଯ୍ୟବଂଶୀରେ ନଜର ଆସିବେ | ରୋହିତ ସେଟ୍ଟୀ ନିର୍ଦେଶିତ ଏହି ଫିଲ୍ମ ମାର୍ଚ୍ଚ ୨୪ ତାରିଖରେ ରିଲିଜ ହେବାକୁଥିଲା | କିନ୍ତୁ କରୋନା ଭାଇରସ ଯୋଗୁଁ ରିଲିଜ ହୋଇପାରିନାହିଁ |

   Related Posts