Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୮୭୧ ମୃତ
  • ||
  • ବଜେଟ ପୂର୍ବରୁ ହେବନି ହାଲୁଆ ଉତ୍ସବ, ଏଥର ମୋବାଇଲ ଆପ୍ଲିକେସନରେ ମିଳିବ ସବୁ ତଥ୍ୟ
  • ||
  • ନୟାଗଡ : ଧାନବସ୍ତା ଚୋରି ପଡିଲା ମହଙ୍ଗା, ୨ ଯୁବକଙ୍କୁ ଗାଁ ଦାଣ୍ଡରେ ବାନ୍ଧିଦେଲେ ଲୋକେ
  • ||
  • ଭଦ୍ରକ : ଭିନ୍ନକ୍ଷମ ସାର୍ଟିଫିକେଟ୍‌ର ପୁନଃ ଯାଞ୍ଚ ପାଇଁ ଦାବି କଲା ଓଡିଶା ଭିନ୍ନକ୍ଷମ ମଞ୍ଚ
  • ||
  • ଘଟଗାଁ : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮୪୨ କୋଭିଡ୍ ପଜିଟିଭ୍, ୧୨୪୧୦୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଭୁବନେଶ୍ବର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ, କଟକ ପଦବୀ ଅଣସଂରକ୍ଷିତ
  • ||
  • ମୋରଡା : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ସ୍କର୍ପିଓ, ୪ ଗୁରୁତର ମେଡିକାଲରେ ଭର୍ତ୍ତି
  • ||
  • ଲମତାପୁଟ : ପୁଣି ଅପରେସନ୍ ଗ୍ରୀନ୍ କ୍ଲିନ୍ ଆରମ୍ଭ : ମାଓ ପ୍ରଭାବିତ ଅଞ୍ଚଳରେ ୮ଏକର ଗଞ୍ଜେଇ ଚାଷ ନଷ୍ଟ
  • ||

‘ଜାନସେ ମାରଦେଙ୍ଗେ..’ – ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଥମ ଶ୍ରେଣୀ ଛାତ୍ରଙ୍କ ଧମକ୍, Viral Video ଦେଖିଲେ ଚମକିଯିବେ ଆପଣ..

4/02/2020 at 6:08 PM

ନୂଆଦିଲ୍ଲୀ ୪।୧:  ସାହିନବାଗ ବିରୋଧକୁ ନେଇ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସିଏଏ ଓ ଏନଆରସି ଲାଗି ଲୋକଙ୍କ ପୁଞ୍ଜିଭୂତ ଅସନ୍ତୋଷର ପ୍ରଭାବ କିପରି ସେମାନଙ୍କ ପିଲାଙ୍କୁ ପ୍ରଭାବିତ କରିଛି ତାହା ହିଁ ଏହି ଭିଡିଓ ଦର୍ଶାଉଛି। ପ୍ରଥମ ଶ୍ରେଣୀରେ ପାଠ ପଢୁଥିବା ଏକ ବାଳକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମାରିଦେଲେ ଦେଶରେ ଏନଆରସିର ଛୁଟି ହୋଇଯିବ ବୋଲି କହୁଛି । ଯେଉଁ ବୟସରେ ପିତାମାତା, ସାଙ୍ଗସାଥୀଙ୍କୁ ଛାଡି ପିଲା ଅନ୍ୟକୁ ଚିହ୍ନେନା ସେହି ବୟସର ପିଲା ଏଠାରେ ପ୍ରଧାନମନ୍ତ୍ରୀଙ୍କୁ  ହତ୍ୟା କରିବା କଥା ଏବେ ଚିନ୍ତା କରିପାରୁଥିବା ସମସ୍ତଙ୍କୁ ବିସ୍ମିତ କରିଛି।

ସାହିନବାଗରେ ଗତ ୫୩ ଦିନ ହେଲା ସିଏଏ ଓ ଏନଆରସିକୁ ନେଇ ଲୋକେ ଦିନରାତି ବିରୋଧ କରୁଛନ୍ତି। ବିକ୍ଷୋଭକାରୀଙ୍କ ସହ ବିରୋଧ ସ୍ଥଳରେ ସେମାନଙ୍କ ପିଲା ଛୁଆବି ଅଛନ୍ତି। ସିଏଏ ଓ ଏନଆରସିକୁ ନେଇ ପିଲାମାନେ ଯାହା ଦେଖୁଛନ୍ତି ଓ ବୁଝୁଛନ୍ତି ତାହା ଏହି ଭିଡିଓ ବଖାଣୁଛି। ଏଥିରେ ଏକ ବାଳକ ମୋଦି ଆମକୁ ତଡୁଛନ୍ତି.. ହେଲେ ଆମେ ଯିବୁ ନାହିଁ .. ତାଙ୍କୁ ହିଁ ସମାପ୍ତ କରିଦେବୁ କହୁଛି। 

ଭିଡିଓଟିକୁ ମେଜର ସୁରେନ୍ଦ୍ର ପୁନିଆ କରିଥିବା ବେଳେ ଏହାକୁ ସୋସିଆଲ ମିଡିଆରେ ବି ଅପଲୋଡ କରିଛନ୍ତି। ଏଥିରେ ଜନୈକ ସାମ୍ବାଦିକ କିଛି ପିଲାଙ୍କ ସହ ପ୍ରଶ୍ନୋତ୍ତର କରୁଥିବାର ଦେଖାଯାଇଛି। ଏଥିରେ ଏକ ଶିଶୁକୁ ରିପୋର୍ଟର ପ୍ରଶ୍ନ କରୁଥିବାର ଦେଖାଯାଉଛି। ଯେଉଁଥିରେ କିଏ ଆପଣଙ୍କୁ ତଡିବାକୁ ଚାହୁଁଛି ବୋଲି  ରିପୋର୍ଟର ପଚାରିବାରୁ ଜବାବରେ ପିଲାଟି ମୋଦି ବୋଲି କହୁଛି।  ତୁମେ ଏକଥା କିପରି ଜାଣିଲ ପଚାରିବାରୁ ପିଲାଟି ସମାଚାରରୁ ଜାଣିଥିବା କହିବା ମେଜର ପୁନିଆଙ୍କୁ ତାଜ୍ଜୁବ କରିଥିଲା। 

ଏଥିରେ ପୁନିଆ ଗଣମାଧ୍ୟମ ଉଦ୍ଦେଶ୍ୟରେ ଭିଡିଓଟି ପୋଷ୍ଟିଂ କରିଛନ୍ତି। ଯେଉଁଥିରେ ସାହିନବାଗ ଶିଶୁ ମନରେ ଖବର କିପରି ବିଷ ଗୋଳିଛି ଉଲ୍ଲେଖ କରିଛନ୍ତି।  ଓବେସୀ, କଂଗ୍ରେସ ଓ କେଜରୀୱାଲଙ୍କ ଇଲମରୁ ଏଇବୟସରେ ଯଦି ଶିଶୁ ଏପରି ପ୍ରତିକ୍ରିୟା କରୁଛି ତେବେ ଆଗକୁ କଣ ହେବ ବୋଲି ପ୍ରଶ୍ନ କରିଛନ୍ତି ମେଜର।  

   Related Posts