ଲଗାତାର ୩ ବର୍ଷ ଧରି ମାଙ୍କ ପାଖରେ ସାନ ଭାଇଟିଏ ପାଇଁ ଶାହିଦ ଅଳି କରିବା ପରେ ଈଶାନ ଜନ୍ମ ହୋଇଥିଲେ
16/01/2019 at 1:23 PM

ମୁମ୍ବାଇ୧୬|୧: ଶାହିଦ କପୁର , ଶାହିଦ ଖଟ୍ଟର ନାଁରେ ସୁପରିଚିତ । ଏବେ ବେଶ ଲୋକପ୍ରିୟ ଅଭିନେତା। ହିନ୍ଦି ସିନେମା ଜଗତର ଚକଲେଟ ବଏ ବିବାହ ପରେ ମଧ୍ୟ ଝିଅଙ୍କ ମନରେ ରାଜ କରନ୍ତି। ୧୯୮୧ ମସିହା ଫେବୃଆରୀ ୨୫ ତାରିଖରେ ଶାହିଦଙ୍କ ଜନ୍ମ ଦିଲ୍ଲୀରେ ହୋଇଥିଲା। ୯୦ ଦଶକର ବଲିଉଡ ଫିଲ୍ମରେ ଶାହିଦ ବ୍ୟାକଗ୍ରାଉଣ୍ଡ ଡ୍ୟାନସର ଭାବେ ଟେଲିଭିଜନରେ ଦେଖିବାକୁ ମିଳୁଥିଲେ। ଦେଖୁ ଦେଖୁ ଶାହିଦ ସିନେମାର ବଡ ପରଦାରେ ପାଦ ଦେଇଥିଲେ। ଇସ୍କ ଭିସ୍କ ଫିଲ୍ମରୁ, ହିନ୍ଦି ସିନେମା ଜଗତରେ ସେ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ। ଏହି ଚଲଚ୍ଚିତ୍ର ପାଇଁ ଶାହିଦଙ୍କୁ ବେଷ୍ଟ ଡେବ୍ୟୁ ଆୱାର୍ଡ ମିଳିଥିଲା।

୨୦୦୪ ମସିହାରେ ଫିଦା ଫିଲ୍ମର ଶୁଟିଂ ସମୟରେ ଶାହିଦ କରିନାଙ୍କୁ ଡେଟ କରୁଥିଲେ। ୨୦୦୭ ମସିହାରେ କିଛି କାରଣ ପାଇଁ ଦୁଇ ଜଣଙ୍କର ବ୍ରେକ ଅପ ହୋଇଥିଲା। ୨୦୧୫ ମସିହାରେ ଶାହିଦ ମିରା ରାଜପୁତଙ୍କୁ ବିବାହ କରିଥିଲେ। ଶାହିଦଙ୍କ ସାନ ବାଇ ଇଶାନ । ସାହିଦଙ୍କୁ ଇଶାନ ନିଜ ଆଦର୍ଶ ମାନନ୍ତି। ୧୯୯୫ ମସିହା ନଭେମ୍ୱର ୧ ତାରିଖରେ ଇଶାନଙ୍କ ଜନ୍ମ ମୁମ୍ବାଇରେ ହୋଇଥିଲା। ୨୦୦୫ ମସିହାରେ ଇଶାନ ବଡ ପରଦାରେ ପାଦ ଦେଇଥିଲେ। ୱାହ ଲାଇଫ ହୋ ତ ଏସିରେ ଛୋଟ ପିଲାର ଅଭିନୟ କରିଥିଲେ ଇଶାନ। ବଡ ହେବାପରେ ତାଙ୍କ ପ୍ରଥମ ଚଳଚ୍ଚିତ୍ର ବିୟଣ୍ଡ ଦ କ୍ଲାଉଡ୍ସରେ ତାଙ୍କ ଅଭିନୟ ପାଇଁ ସେ ବହୁତ ଲୋକପ୍ରିୟତା ହାସଲ କରିଥିଲେ।

କରନ ଯୋହାରଙ୍କ ଫେମସ ଟକ ସୋ “କଫି ୱିତ୍ କରନ” ଏବେ କିଛି ଦିନ ହେବ ଖୁବ ଚର୍ଚ୍ଚିତ। ଗତ ରବିବାର କରନଙ୍କ ସୋ ରେ ଶାହିଦ କପୁର ନିଜ ଭାଇ ଇଶାନ ଖଟ୍ଟରଙ୍କ ସହ କଫି ପିଇବାକୁ ପହଞ୍ଚିଥିଲେ। ଏହି ସୋରେ ଦୁଇ ଭାଇ ନିଜର ବ୍ୟକ୍ତିଗତ ଜୀବନର ଅନେକ ସିକ୍ରେଟ ପ୍ରକାଶ କରିଥିଲେ। ୩ ବର୍ଷ ନିଜ ମାଁଙ୍କ ପାଖରେ ଭାଇଟିଏ ପାଇଁ ଅଳି କରିଲା ପରେ ସାନଭାଇ ଇଶାନର ଜନ୍ମ ହୋଇଥିଲା ବୋଲି ଶାହିଦ ଏହି ସୋରେ କହିଥିଲେ । ଅନ୍ୟମାନଙ୍କ ଭଳି ସେ ମଧ୍ୟ ସାନ ଭାଇ ବା ଭଉଣୀଟିଏ ପାଇବାର ହକଦାର ବୋଲି ତାଙ୍କ ମାଁଙ୍କ ନିକଟରେ ଯୁକ୍ତି କରିଥିଲେ।

କରନ ତାଙ୍କ ସୋ ରେ ଶାହିଦଙ୍କୁ ପରିବାର ସମ୍ଭାଳିବା ବିଷୟରେ ପ୍ରଶ୍ନ କରିଥିଲେ ଏବଂ ତା ସହ ମା ବାପା ଅଲଗା ହେଲା ପରେ ମଧ୍ୟ କେମିତି ତାଙ୍କ ପରିବାର ଖୁସି ଅଛି ବୋଲି ପଚାରିଥିଲେ। ସାନ ଭାଇ ଦରକାର ବୋଲି କହି ଶାହିଦ ତାଙ୍କ ମାଁଙ୍କୁ ବହୁତ ହଇରାଣ କରୁଥିଲେ ବୋଲି କହିଥିଲେ।

ତାଙ୍କ ମାଁଙ୍କର ଦ୍ୱିତିୟ ବିବାହ ପରେ ତୁରନ୍ତ ଆଉ ଏକ ସନ୍ତାନ ଚାହୁଁ ନଥିଲେ। କିନ୍ତୁ ଶାହିଦଙ୍କ ଜିଦି ଆଗରେ ତାଙ୍କ ମାଁ ହାର ମାନିଥିଲେ। ଶାହିଦ ଓ ଇଶାନଙ୍କ ବଣ୍ଡିଙ୍ଗ ବହୁତ ଭଲ। ଇଶାନ ଶାହିଦଙ୍କଠୁ ୧୪ ବର୍ଷ ସାନ ହୋଇ ମଧ୍ୟ ଦୁଇ ଜଣଙ୍କ ମଧ୍ୟରେ ବହୁତ ଭଲ ପାଇବା ଅଛି। ଶାହିଦ ଓ ମିରାଙ୍କ ଝିଅଙ୍କୁ ମଧ୍ୟ ଇଶାନ ବହୁତ ଭଲ ପାଆନ୍ତି। ସୁଖ କିମ୍ୱା ଦୁଃଖ ସମୟରେ ଇଶାନ ତାଙ୍କ ଭାଇ ଭାଉଜଙ୍କ ସହ ଥାଆନ୍ତି।
Related Posts
ଭଜନ ଗାୟକ ନରେନ୍ଦ୍ର ଚଞ୍ଚଲଙ୍କ ପରଲୋକ, ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ
22 January 2021