ମୁମ୍ବାଇ୧୧|୧୦: ଶାହୀଦ କପୂରଙ୍କ ଫିଲ୍ମ ‘କବୀର ସିଂହ’ ବକ୍ସ ଅଫିସ୍ରେ ବେଶ ସଫଳ ହୋଇଛି। ଏହି ଫିଲ୍ମରେ ଶାହୀଦ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ପ୍ରଶଂସକ ଶାହୀଦଙ୍କ ଅଭିନୟକୁ ଖୁବ୍ ତାରିଫ କରିଛନ୍ତି। ଫିଲ୍ମ ରିଲିଜକୁ ଇତିମଧ୍ୟରେ ୪ ମାସ ବିତିଗଲାଣି। ଶାହୀଦଙ୍କ ପୁରୁଣା ପ୍ରେମିକା କରୀନା କପୂର ଏବେ ନିଜର ପ୍ରତିକ୍ରିୟା ଦେଇଛନ୍ତି।
{"id":168933}ଏକ ସାକ୍ଷାତକାରରେ କରୀନା କବୀର ସିଂହ ଫିଲ୍ମ ସମ୍ପର୍କରେ ଟିପ୍ପଣୀ କରିଥିବା ବେଳେ ଅଭିନେତ୍ରୀ କିଆରା ଆଡଭାନୀଙ୍କ କରୀନା ସମାଲୋଚନା କରିଛନ୍ତି। ଫିଲ୍ମ ଦେଖିବା ନେଇ ସାମ୍ବାଦିକମାନେ କରୀନାଙ୍କୁ ପ୍ରଶ୍ନ କରିଥିଲେ। ଯାହାର ଜବାବରେ କରୀନା ଏଭଳି ଫିଲ୍ମଦେଖିବା ନଦେଖିବାରେ କିଛି ଫରକ୍ ପଡ଼େ ନାହିଁ ବୋଲି କହିଛନ୍ତି। ତେବେ ଫିଲ୍ମଟି ବର୍ତ୍ତମାନ ସୁଦ୍ଧା ବକ୍ସ ଅଫିସରେ ୩୦୦ କୋଟିରୁ ବି ଅଧିକ ରୋଜଗାର କରି ସାରିଲାଣି।
{"id":168934}କରୀନା କହିଛନ୍ତି ଯେ, ଏହି ଫିଲ୍ମରେ ପ୍ରିତିଙ୍କ ଚରିତ୍ର ତାଙ୍କୁ ଆଦୌ ସୁଟ୍ କରୁ ନାହିଁ। ତେଣୁ ଫିଲ୍ମ ନିର୍ମାଣ ସମୟରେ ଅଭିନେତ୍ରୀଙ୍କୁ ଦେଖି ଚରିତ୍ର ଦେବା ଦରକାର ବୋଲି କହିଛନ୍ତି। କିଛିଦିନ ତଳେ ବଲିଉଡ୍ରେ କରୀନା ତାଙ୍କ ୨୦ ବର୍ଷ ପୂରଣ କରିଥିଲେ। ସେ ତାଙ୍କର ଏହି ଦୀର୍ଘ କ୍ୟାରିୟରରେ ଅନେକ ଭଲ ଲୋକ ଓ କଳାକାରଙ୍କୁ ଭେଟିଥିବା କହିଛନ୍ତି।