Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଓ ରବିବାର ସଟ୍‌ଡାଉନ୍‌
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୦୩ କରୋନା ଆକ୍ରାନ୍ତ
  • ||
  • ଭଦ୍ରକ : ଚାକିରୀରୁ ବିଦା ହେଲେ ରସିକିଆ ଶିକ୍ଷକ, ହ୍ବାଟସଆପ୍ ଗ୍ରୁପରେ ପଠାଇଥିଲେ ନିଜ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ
  • ||
  • ଆନନ୍ଦପୁର : ବାଲି ଗାଡି ମାଲିକଙ୍କୁ ହାବିଲଦାର ମାଗୁଥିଲେ ଚାନ୍ଦା, ଆଜି ଶୁଣିଲା ପରେ ଏସପି କଲେ ସସପେଣ୍ଡ
  • ||
  • ସମ୍ବଲପୁର : ବିଗୁଡୁଛି କରୋନା ସ୍ଥିତି : ଭୀମସାର କୋଭିଡ୍ ହସ୍ପିଟାଲର ବଢିବ ଶଯ୍ୟା, ଚାଲିଛି ଦ୍ବିତୀୟ ହସ୍ପିଟାଲ କାମ
  • ||
  • ଜଳେଶ୍ବର : ବସ୍ତା ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବି, ରେଳରୋକ କଲେ ସ୍ଥାନୀୟ ବାସିନ୍ଦା
  • ||
  • ମହାକାଳପଡା : କେନ୍ଦ୍ରାପଡାରେ ତାଣ୍ଡବ ରଚିଲା କାଳବୈଶାଖୀ, ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ
  • ||
  • ଖଲ୍ଲିକୋଟ : ବରଗଛ ମୂଳରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର
  • ||
  • ନବରଙ୍ଗପୁର : ୧୦ଦିନ ପରେ ହୋଇଥାନ୍ତା ବାହାଘର, ଗଛରେ ଓଢଣୀ ବାନ୍ଧି ପ୍ରେମିକ ସହ ଝୁଲିପଡିଲେ ଯୁବତୀ
  • ||
  • ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଭାରତ ଗସ୍ତ ବାତିଲ
  • ||

ଛତ୍ରପତି ଶିବାଜୀ ମହାରାଜଙ୍କ ଚରିତ୍ରରେ ନଜର ଆସିବେ ଶାହିଦ କପୁର

27/02/2021 at 5:45 PM

ମୁମ୍ବାଇ ୨୭/୦୨ : ବଲିଉଡ ଅଭିନେତା ଶାହିଦ କପୁରଙ୍କ ଭାଗ୍ୟ ଚମକୁଛି। କବିର ସିଂହ ସୁପରହିଟ ହେବାପରେ ତାଙ୍କର ଅପକମିଙ୍ଗ ଫିଲ୍ମ ‘ଜର୍ସି’କୁ ନେଇ ଖୁବ ଚର୍ଚ୍ଚା ହେଉଛି। ‘ଜର୍ସି’ରେ ସେ ଭିନ୍ନ ଅବତାରରେ ନଜର ଆସିବେ। ଏହି ଫିଲ୍ମ ଚଳିତ ବର୍ଷ ଦୀପାବଳିରେ ରିଲିଜ ହେବାକୁ ଅଛି। ଇତି ମଧ୍ୟରେ ଜଣାପଡିଛି ଯେ ୩ ବର୍ଷ ପରେ ପୁଣି ଏକ ବାୟୋପିକରେ ନଜର ଆସିପାରନ୍ତି। ସେ ମରାଠା ଗୌରବ ରାଜା ଛତ୍ରପତି ଶିବାଜୀ ମହାରାଜଙ୍କ ଚରିତ୍ରରେ ନଜର ଆସିବେ।

ଶାହିଦ କପୁର କୌଣସି ଐତିହାସିକ ଫିଲ୍ମରେ କାମ କରିବା ଏହା ପ୍ରଥମ ମଉକା ନୁହେଁ। ଏହା ପୂର୍ବରୁ ସେ ସଞ୍ଜୟ ଲୀଳା ଭନସାଲିଙ୍କ ‘ପଦ୍ମାବତ’ରେ ରାଜା ରତନ ସିଂହଙ୍କ ଚରିତ୍ରରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ଶାହିଦଙ୍କ ଅଭିନୟକୁ ଦର୍ଶକ ବହୁତ ପ୍ରଶଂସା କରିଥିଲେ। ରାଜାଙ୍କ ଚରିତ୍ରକୁ ସେ ବଡ ପରଦାରେ ଜୀବନ୍ତ କରିଦେଇଥିଲେ।

ଖବର ଅନୁଯାୟୀ, ବାୟୋପିକକୁ ନେଇ ସାଉଥ ଫିଲ୍ମ ପ୍ରଡକ୍ସନ କମ୍ପାନୀ ଲାୟକା ସହ ଶାହିଦ କପୁରଙ୍କ କଥାବାର୍ତ୍ତା ଚାଲିଛି। ଏହି ଫିଲ୍ମ ନିର୍ଦ୍ଦେଶନା ମଧ୍ୟ ‘କବିର ସିଂହ’ ନିର୍ମାତା ଅଶ୍ଵିନ ୱର୍ଦେ କରିବେ। ଫିଲ୍ମ କବିର ସିଂହର ସଫଳତାରେ ଉତ୍ସାହିତ ହୋଇ ସେ ଶାହିଦ କପୁରଙ୍କ ସହ ପୁଣି କାମ କରିବାକୁ ଚାହୁଁଛନ୍ତି।

ମରାଠା ସମ୍ରାଟ ଛତ୍ରପତି ଶିବାଜୀ ମହାରାଜଙ୍କ ଉପରେ ଅନେକ ଫିଲ୍ମ ନିର୍ମାତା ବାୟୋପିକ କରିବାକୁ ଯୋଜନା କରୁଛନ୍ତି। ଶିବାଜୀ ମହାରାଜ ମରାଠା ସହ ପୁରା ଦେଶର ଗୌରବର ପ୍ରତୀକ। ସେଥିପାଇଁ ତାଙ୍କ ଚରିତ୍ରରେ ଅଭିନୟ କରିବାକୁଥିବା ଅଭିନେତା ମଧ୍ୟ ସେମିତି ଦମଦାର ହେବା ଉଚିତ। ଶିବାଜୀ ମହାରାଜଙ୍କ ଛବି ପାଇଁ ଅଶ୍ଵିନ ୱର୍ଦେଙ୍କୁ ଶାହିଦ କପୁର ଠିକ ଲାଗିଲେ। ଶାହିଦ କପୁର ମଧ୍ୟ ଏହି ଚରିତ୍ର ପାଇଁ ରାଜି ଅଛନ୍ତି।

   Related Posts