୫୨ବର୍ଷ ବୟସରେ ବାପା ହୋଇଛନ୍ତି ଶାହିଦ କପୁରଙ୍କ ସାବତ ବାପା : ପ୍ରଥମ ଥର ପାଇଁ ସେୟାର କ‌ଲେ ପୁଅର ଫଟୋ

Published By : Prameya-News7 Bureau | May 05, 2020 IST

ମୁମ୍ବାଇ ୫/୫: ବଲିଉଡ ଅଭିନେତା ଶାହିଦ କପୁରଙ୍କ ସାବତ ବାପା ଗତ ବର୍ଷ ୫୨ବର୍ଷ ବୟସରେ ବାପା ହୋଇଥିଲେ। ୨୦୧୯ଅଗଷ୍ଟ ୨୪ତାରିଖରେ ତାଙ୍କ ବାପା ବନ୍ଦନା ସଜନାନି ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ବିବାହର ୧୧ବର୍ଷ ପରେ ସେ ବାପା ହୋଇଥିଲେ। ମେ ୩ତାରିଖରେ ନିଜ ଦ୍ବାଦଶ ବିବାହ ବାର୍ଷିକୀରେ ସେ ପ୍ରଥମ ଥର ନିଜ ପୁଅ ବନରାଜଙ୍କ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ରାଜେଶ ନିଜ ପତ୍ନୀ ଏବଂ ୯ମାସର ପୁଅ ସହ ନଜର ଆସିଛନ୍ତି। ଏହି ଫଟୋରେ ସେ ନିଜ ପୁଅକୁ କୋଳରେ ଧରିଛନ୍ତି। ତାଙ୍କ ପତ୍ନୀ ପୁଅର ମଥାରେ କିସ୍ କରୁଛନ୍ତି।

{"id":265130,"sizeSlug":"large"}

ଡାକ୍ତର ବନ୍ଦନାଙ୍କ ଗର୍ଭରେ ଯାଆଁଳା ଶିଶୁ ଥିବାର କହିଥିଲେ କିନ୍ତୁ ପରେ ବନ୍ଦନାଙ୍କ ଅବସ୍ଥା ଗୁରୁତର ହୋଇଥିଲା। ଅନ୍ୟ ଶିଶୁକୁ ବଞ୍ଚାଇବା ପାଇଁ ବନ୍ଦନାଙ୍କ ସର୍ଜରି ହୋଇଥିଲା କିନ୍ତୁ ଜଣେ ଶିଶୁର ଠିକଭାବେ ଡେଲିଭରି ହୋଇଥିଲା।

{"id":265131,"sizeSlug":"large"}

ରାଜେଶ ଏବଂ ବନ୍ଦନା ତାଙ୍କ ପୁଅର ନାଁ ରଖିଥିଲେ ବନରାଜ କୃଷ୍ଣା। ବନ୍ଦନାଙ୍କ ୩ଥର ମିସକ୍ୟାରେଜ,୩ଥର ଆଇବିଏଫ,୩ଥର ଆଇୟୁଆଇ ଏବଂ ୩ଥର ବିଫଳ ସରୋଗେସି ପରେ ବନ୍ଦନା ଏବଂ ରାଜେଶଙ୍କ ପୁଅ ବନରାଜ ଜନ୍ମ ହୋଇଥିଲା। ଆଇବିଏଫ ଟେକ୍ନୋଲୋଜିରେ ବନରାଜ ଜନ୍ମ ହୋଇଥିଲେ।

{"id":265132,"sizeSlug":"large"}

ଶାହିଦ,ପଙ୍କଜ କପୁର ଏବଂ ନିଳୀମା ଅଜିମଙ୍କ ପୁଅ। ଶାହିଦ ୩ବର୍ଷର ହୋଇଥିବାବେଳେ ତାଙ୍କର ବିବାହ ବିଚ୍ଛେଦ ହୋଇଯାଇଥିଲା। ଏହା ପରେ ପଙ୍କଜ ସୁପ୍ରିୟା ପାଠକ ଏବଂ ନୀଳିମା ରାଜେଶଙ୍କୁ ବିବାହ କରିଥିଲେ। ପରେ ରାଜେଶ ଏବଂ ନୀଳିମାଙ୍କ ବିବାହ ବିଚ୍ଛେଦ ହୋଇଯାଇଥିଲା। ଈଶାନ ଖତ୍ତର ରାଜେଶ,ନୀଳିମାଙ୍କ ପୁଅ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.