Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ନଖରା ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ନିକଟ‌ରେ ଅଗ୍ନିକାଣ୍ଡ
  • ||
  • ରାଉରକେଲା : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଦୁଇ ଜଣଙ୍କ ମୃତ୍ୟୁ
  • ||
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||

ପତ୍ନୀ ମୀରାଙ୍କୁ ୫୬ କୋଟିର ଘର ଉପହାର ଦେଇଥିଲେ ଶାହିଦ କପୁର: କୌଣସି ପଞ୍ଚତାରକା ହୋଟେଲ ଠାରୁ କମ୍ ନୁହେଁ ସି-ଫେସିଙ୍ଗ୍ ଘର

22/02/2021 at 5:15 PM

ମୁମ୍ବାଇ ୨୨/୦୨ : ବଲିଉଡ ଅଭିନେତା ଶାହିଦ କପୁର ଓ ମୀରା ରାଜପୁତ ବି ଟାଉନର ଲୋକପ୍ରିୟ ଦମ୍ପତିଙ୍କ ମଧ୍ୟରୁ ଜଣେ। ଶାହିଦ ଓ ମୀରାଙ୍କ ବ୍ୟାକଗ୍ରାଉଣ୍ଡ ପରସ୍ପର ଠାରୁ ସମ୍ପୂର୍ଣ ଭିନ୍ନ। ବାହାଘର ପରେ ଦୁହେଁ ପରସ୍ପରକୁ ଯେଉଁଭଳି ଭାବେ ବଦଳାଇଛନ୍ତି ତାହା ପ୍ରଶଂସନୀୟ। ଏହି ଲୋକପ୍ରିୟ ଦମ୍ପତିଙ୍କ ଘର ବି ବହୁତ ସୁନ୍ଦର ଓ ଆକର୍ଷଣୀୟ।

ତାଙ୍କ ଘରର ସବୁଠାରୁ ସୁନ୍ଦର ଜାଗା ହେଲା ଟେରାସ। ଦୁହେଁ ଅଧିକାଂଶ ସମୟରେ ଟେରାସରେ କ୍ୱାଲିଟି ଟାଇମ ବିତାଇଥାନ୍ତି। ଟେରାସରେ କ୍ଲିକ କରିଥିବା ଅନେକ ଫଟୋ ସେ ନିଜ ଇନଷ୍ଟାଗ୍ରାମରେ ଅନେକ ଫଟୋ ସେୟାର କରିଛନ୍ତି। ଘର ଭିତରେ ମଧ୍ୟ ବହୁତ ସୁନ୍ଦର ଇଣ୍ଟରିୟର ଡିଜାଇନ ହୋଇଛି। ଘରେ ଭିତରେ ବହୁତ ସୁନ୍ଦର ସୁନ୍ଦର ପରଦା ଲଗାଯାଇଛି।

ଘରକୁ ଉଡେନ ଫ୍ଲୋରିଂରେ ଡିଜାଇନ କରାଯାଇଛି। ଯେଉଁଥିପାଇଁ ଘର ଆହୁରି ଆକର୍ଷଣୀୟ ଲୁକ ଦେଉଛି। ଶାହିଦ ଓ ମୀରାଙ୍କ ଘର ସି-ଫେସିଙ୍ଗ୍। ଘର ଛାତରୁ ସମୁଦ୍ରର ମନୋରମ ଦୃଶ୍ୟ ସ୍ପଷ୍ଟ ଦେଖାଯାଇଥାଏ।

ଶାହିଦଙ୍କ ଘରର ଲୁକ କୌଣସି ପଞ୍ଚତାରକା ହୋଟେଲଠୁ କମ ନୁହେଁ। ଘର ଭିତରେ ଅତ୍ୟନ୍ତ ସୁନ୍ଦର ପେଣ୍ଟିଙ୍ଗ ରହିଛି। ଘର ଭିତରେ ଓ ବାହାରେ ଗଛଲତାକୁ ନେଇ ବିଶେଷ ଦୃଷ୍ଟି ଦିଆଯାଇଛି। ଘର ଚାରିପଟେ ସତେଜ ବାତାବରଣ ରହିଛି।

ଶାହିଦ କପୁର ପତ୍ନୀ ମୀରା ଓ ଦୁଇ ସନ୍ତାନଙ୍କ ସହ ଏହି ଘରେ ରୁହନ୍ତି। ମୀରା ଦ୍ୱିତୀୟଥର ଗର୍ଭବତୀ ଥିବା ସମୟରେ ଶାହିଦ ତାଙ୍କୁ ଏହି ଘର ଉପହାର ଦେଇଥିଲେ। ଶାହିଦଙ୍କ ଏହି ଘରର ମୂଲ୍ୟ ୫୫ କୋଟି ୬୦ ଲକ୍ଷ ଟଙ୍କା।

ଏହି ଘର ପାଇଁ ଶାହିଦ ସରକାରଙ୍କୁ ୨ କୋଟି ୯୧ ଲକ୍ଷ ଟଙ୍କା ଷ୍ଟାମ୍ପ ଡ୍ୟୁଟି ଦେଇଛନ୍ତି। ଏହି ଘର ମୁମ୍ବାଇ ବର୍ଲିରେ ରହିଛି। ଏହି ଆପାର୍ଟମେଣ୍ଟ ୪୨ ଓ ୪୩ ତମ ମହଲାରେ ରହିଛି। ଏହା ଶାହିଦ କପୁରଙ୍କ ଦ୍ୱିତୀୟ ଘର। ଜୁହୁରେ ଶାହିଦ କପୁରଙ୍କ ଆଉ ଏକ ବାଙ୍ଗଲୋ ଅଛି।

ଶାହିଦ କପୁର ଓ ମୀରାଙ୍କ ବାହାଘର ୨୦୧୫ ଜୁଲାଇ ୭ ତାରିଖରେ ହୋଇଥିଲା। ଉଭୟଙ୍କ ଆରେଞ୍ଜ ମ୍ୟାରେଜ ହୋଇଥିଲା। ସ୍ୱାମୀ-ସ୍ତ୍ରୀ ଦୁହେଁ ସୋସିଆଲ ମିଡ଼ିଆରେ ବହୁତ ଆକ୍ଟିଭ ରୁହନ୍ତି ଓ ପରିବାର ଓ ବନ୍ଧୁଙ୍କ ସହ ଫଟୋ ସେୟାର କରିଥାନ୍ତି। ବିବାହର ବର୍ଷେ ପରେ ମୀରା ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ୨୦୧୮ରେ ସେ ଦ୍ୱିତୀୟ ସନ୍ତାନ ଜନ୍ମ ଦେଇଥିଲେ।

ଶାହିଦ କପୁରଙ୍କୁ ବିବାହ କଲାବେଳେ ମୀରାଙ୍କୁ ୨୧ ବର୍ଷ ବୟସ ହୋଇଥିଲା। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ମହିଳା ଶ୍ରୀରାମ କଲେଜରେ ଇଂରାଜୀ ଅନର୍ସରେ ସ୍ନାତକ କରିଛନ୍ତି।

ଶାହିଦ କପୁରଙ୍କ ଆଗାମୀ ଫିଲ୍ମ ଜର୍ସି। ଏଥିପାଇଁ ସୁଟିଂ ଚାଲିଛି। ଶେଷଥର ତାଙ୍କୁ ଫିଲ୍ମ କବିର ସିଂହରେ ଦେଖିବାକୁ ମିଳିଥିଲା। ଫିଲ୍ମରେ ସେ ଦମଦାର ଅଭିନୟ କରିଥିଲେ।

   Related Posts