Tuesday, April 23, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଶାହିଦ କପୁରଙ୍କ ପଛରେ ପଡ଼ିଥିଲେ ଏହି ସୁପରଷ୍ଟାରଙ୍କ ଝିଅ : ପିଛା ଛଡ଼ାଇବା ପାଇଁ ଯିବାକୁ ପଡ଼ିଥିଲା ଥାନା

ମୁମ୍ବାଇ ୧୫/୪: ଶାହିଦ କପୁର ବିବାହ ପୂର୍ବରୁ ନିଜ ଫିଲ୍ମଠୁ ଅଧିକ ନିଜ ଆଫେୟାର୍ସକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଶାହିଦଙ୍କ ଫ୍ୟାନଙ୍କ ସଂଖ୍ୟା କିଛି କମ୍ ନୁହେଁ, ସବୁଠୁ ବେଶୀ ତାଙ୍କ ଫିମେଲ ଫ୍ୟାନ ଫଲୋଇଙ୍ଗଙ୍କ ସଂଖ୍ୟା। ତାଙ୍କ ନାଁ ଅନେକ ବଡ଼ ଅଭିନେତ୍ରୀଙ୍କ ସହ ଯୋଡ଼ା ଯାଇଛି। କିନ୍ତୁ ଶାହିଦଙ୍କ ଜୀବନରେ ଏକ ଏପରି ଘଟଣା ଘଟିଛି ଯାହା ବହୁତ କମ୍ ଲୋକ ଜାଣିଛନ୍ତି। ଜଣେ ଅଭିନେତ୍ରୀ ଶାହିଦଙ୍କ ପଛରେ ଏଭଳି ପଡ଼ିଥିଲେ ଯେ ତାଙ୍କଠୁ ଦୂରେଇ ରହିବା ପାଇଁ ଶାହିଦଙ୍କୁ ଥାନାରେ ଅଭିଯୋଗ କରିବାକୁ ପଡ଼ିଥିଲା।

ଏହି ଅଭିନେତ୍ରୀ ହେଉଛନ୍ତି ବାସ୍ତବିକତା ପଣ୍ଡିତ। ବାସ୍ତବିକତା ପ୍ରସିଦ୍ଧ ଅଭିନେତା ରାଜ କୁମାରଙ୍କ ଝିଅ ଏବଂ ଯେତେବେଳେ ଶାହିଦ କପୁର ତାଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ ସେତେବେଳେ ସେ ଚର୍ଚ୍ଚାରେ ଥିଲେ। ବାସ୍ତବିକତା ୧୯୯୬ମସିହାରେ ଫିଲ୍ମ ଦୁନିଆରେ ପାଦ ରଖିଥିଲେ କିନ୍ତୁ ତାଙ୍କୁ ବିଶେଷ ସଫଳତା ମିଳିନଥିଲା। ବାପାଙ୍କ ଷ୍ଟାରଡମର ମଧ୍ୟ ତାଙ୍କୁ କୈାଣସି ଫାଇଦା ମିଳିନଥିଲା।  

ଏତେ ବଡ଼ ସୁପରଷ୍ଟାରଙ୍କ ଝିଅ ହୋଇଥିଲେ ସୁଦ୍ଧା ସେ ତାଙ୍କ ବାପାଙ୍କ ଭଳି ହୋଇପାରିନଥିଲେ। ବୋଧେ ଏଥିପାଇଁ ସବୁବେଳେ ଚର୍ଚ୍ଚାରେ ରହିବା ପାଇଁ ବାସ୍ତବିକତା ଏଭଳି ଆଚରଣ କରିଥିଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ସେ ଶାହିଦଙ୍କ ପଛରେ ପାଗଳ ଭାବେ ପଡ଼ିଥିଲେ। ଶାହିଦ ଯେଉଁଠି ଯାଉଥିଲେ ବାସ୍ତବିକତା ତାଙ୍କୁ ଫଲୋ କରୁଥିଲେ। ଶାହିଦ ଯେତେବେଳେ ତାଙ୍କ ଘରୁ ବାହାରୁଥିଲେ ସେ ତାଙ୍କ ରାସ୍ତା ଅଟକାଉଥିଲେ ଏବଂ କହୁଥିଲେ ଯେ ସେ ତାଙ୍କ ବଡ଼ ଫ୍ୟାନ୍। କିନ୍ତୁ ଏହା ପଛରେ ଅଲଗା କାରଣ ଥିଲା। ବାସ୍ତବିକତା ଶାହିଦଙ୍କୁ ଭଲ ପାଇ ବସିଥିଲେ। ଶାହିଦଙ୍କୁ ପାଇବା ପାଇଁ ସେ ପାଗଳ ହୋଇଯାଇଥିଲେ।

ଶାହିଦଙ୍କ ସମସ୍ତ କାର୍ଯ୍ୟକଳାପକୁ ସେ ଲକ୍ଷ୍ୟ କରୁଥିଲେ। ସେ ଶାହିଦଙ୍କ ପାଖରେ ରହିବାପାଇଁ ଶାହିଦଙ୍କ ଘର ପାଖରେ ଏକ ଫ୍ଲାଟ୍ କିଣିଥିଲେ। ଶାହିଦ ପ୍ରଥମେ ବାସ୍ତବିକତାଙ୍କ କାର୍ଯ୍ୟକଳାପକୁ ନଜରଅନ୍ଦାଜ କରିଥିଲେ କିନ୍ତୁ ଯେତେବେଳେ ବାସ୍ତବିକତାଙ୍କ କାର୍ଯ୍ୟକଳାପ ସୀମା ବାହାରକୁ ଟପିଥିଲା ସେତେବେଳେ ଶାହିଦ ବାସ୍ତବିକତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ।

ବାସ୍ତବିକତା ନିଜକୁ ଶାହିଦଙ୍କ ପତ୍ନୀ ବୋଲି କହୁଥିଲେ। ଅଧିକାଂଶ ସମୟରେ ସେ ଶାହିଦଙ୍କ ଘରେ ପହଞ୍ଚିଯାଉଥିଲେ ଏବଂ ତାଙ୍କ କବାଟ କିଳୁଥିଲେ। ବାସ୍ତବିକତାଙ୍କୁ କୈାଣସି ରୋଗ ନଥିଲା କିମ୍ବା ସେ ମାନସିକ ରୋଗୀ ନଥିଲେ । ସେଥିପାଇଁ ତାଙ୍କ କାର୍ଯ୍ୟକଳାପ ସମସ୍ତଙ୍କୁ ଚକିତ କରୁଥିଲା।

କେତେକ ଲୋକ କହୁଥି​‌ଲେ ଲଗାତାର ଫିଲ୍ମ ଫ୍ଲପ୍ ହେବାରୁ ତାଙ୍କ ଅବସ୍ଥା ଏପରି ହୋଇଯାଇଥିଲା। ନିର୍ଦେଶକ ଲରେନ୍ସ ଡିସୁଜା ୨୦୦୦ମସିହାରେ ଫିଲ୍ମ ‘ଦିଲ ଭି କ୍ୟା ଚିଜ ହେ’ ରେ ବାସ୍ତବିକତାଙ୍କୁ ସୁଯୋଗ ଦେଇଥିଲେ ଯେଉଁଥିରେ ତାଙ୍କ ବିପକ୍ଷରେ ଅର୍ଜନ ବାଜଓ୍ବା ଥିଲେ।

କିନ୍ତୁ ଶେଷ ମୂହୁର୍ତ୍ତରେ ନିର୍ଦେଶକ ତାଙ୍କୁ ଏହି ଫିଲ୍ମରୁ ରିପ୍ଲେସ୍ କରିଥିଲେ। ନିର୍ଦେଶକ କହିଥିଲେ ବାସ୍ତବିକତାଙ୍କ ମଧ୍ୟରେ ଅଭିନୟ କଳା ନାହିଁ ସେଥିପାଇଁ ତାଙ୍କୁ ଏହି ଫିଲ୍ମରୁ ରିପ୍ଲେସ୍ କରାଗଲା। ସେ ବାସ୍ତବିକତାଙ୍କୁ ଏଥିପାଇଁ ସାଇନ୍ କରିଥିଲେ କାରଣ ସେ ରାଜ କୁମାରଙ୍କ ପୁଅ।

ବାସ୍ତବିକତା ତାଙ୍କ ସହ ହୋଇଥିବା ଏପରି ଦୁର୍ବ୍ୟବହାର ପାଇଁ ଦୁଃଖୀ ଥିଲେ। ୧୦ବର୍ଷ ବଲିଉଡରେ ସଂଘର୍ଷ କଲା ପରେ ମଧ୍ୟ ସେ ବଲିଉଡରେ ସ୍ଥାନ ସୃଷ୍ଟି କରିପାରିନଥିଲେ। ଏଥିପାଇଁ ସେ ଅବସାଦଗ୍ରସ୍ତ ନଥିଲେ କି କୈାଣସି ଭୁଲ ପଦକ୍ଷେପ ନେଇନଥିଲେ ତଥାପି ସେ ଏଭଳି କାର୍ଯ୍ୟ କାହିଁକି କରିଥିଲେ କେହି ଜାଣିନାହାନ୍ତି।

ବାସ୍ତବିକତାଙ୍କ ଏଭଳି ଆଚରଣ ପଛରେ କାରଣ ଥିଲା ତାଙ୍କ ପିଲାଦିନ। ରାଜ କୁମାର ତାଙ୍କ ପିଲାମାନଙ୍କୁ ନେଇ ଅନେକ ରକ୍ଷଣଶୀଳ ଥିଲେ। ସେ ସେମାନଙ୍କୁ ବାହାରକୁ ବାହାରିବାକୁ ଦେଉନଥିଲେ। କୁହାଯାଉଥିଲା ସେ ଯେତେଦିନ ଯାଏଁ ବଞ୍ଚିଥିଲେ ସେତେଦିନ ଉଦ୍ୟମ କରୁଥିଲେ ଯେ ତାଙ୍କ ଝିଅ ଫିଲ୍ମ ଦୁନିଆରେ ପ୍ରବେଶ ନକରୁ।

ପ୍ରଥମ ଥର ରାଜକୁମାର ନିଜ ଝିଅଙ୍କୁ ତାଙ୍କ ପୁଅ ପୁରୁଙ୍କ ଡେବ୍ୟୁ ଫିଲ୍ମ ‘ବାଲ ବ୍ରହ୍ମଚାରୀ’ ଇଭେଣ୍ଟକୁ ନେଇ ଯାଇଥିଲେ। କିନ୍ତୁ ବାସ୍ତବିକତା ଏବେ କେଉଁଠି ଅଛନ୍ତି ଏବଂ କିପରି ଅଛନ୍ତି ଏ ବିଷୟରେ କେହି ଜାଣିନାହାନ୍ତି।      

305 Views

   ସମ୍ବନ୍ଧିତ ଖବର