Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଖୁବ୍ ଶୀଘ୍ର ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି ସାହିଦ କପୁର: କହିଲେ, ବହୁତ ନର୍ଭସ୍ ଫିଲ୍ କରୁଛି

22/06/2021 at 4:56 PM

ନୂଆଦିଲ୍ଲୀ ୨୨/୦୬: ବଲିଉଡ ଅଭିନେତା ସାହିଦ କପୁର ବର୍ତ୍ତମାନ ଏପରି କିଛି କରିବାକୁ ଯାଉଛନ୍ତି ଯାହା ସେ ଜୀବନରେ କେବେ କରିନାହାଁନ୍ତି। ସେ ଏହାକୁ ନେଇ ବହୁତ ନର୍ଭସ ଅନୁଭବ କରୁଛନ୍ତି। ‘ଜବ୍ ୱି ମିଟ୍’ (୨୦୦୭), କମିନେ (୨୦୦୯), ହୈଦର (୨୦୧୪) ଏବଂ କବୀର ସିଂ (୨୦୧୯) ଭଳି ସୁପରହିଟ୍ ଫିଲ୍ମ ଦେଇଥିବା ସାହିଦ କପୁର ଖୁବ୍ ଶୀଘ୍ର OTT ରେ ଡେବ୍ୟୁ କରିବାକୁ ଯାଉଛନ୍ତି।

ତାଙ୍କ ୱେବ୍ ସିରିଜର ନାମ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ କିନ୍ତୁ ଏହା ଆମାଜନ୍ ପ୍ରାଇମ ଭିଡିଓରେ ରିଲିଜ୍ କରିବ । ଯେଉଁ ୱେବ୍ ସିରିଜରେ ସାହିଦ କପୁର କାମ କରୁଥିବା ନଜର ଆସିବେ ସେଥିରେ ରାଜ ନିଦିମରୁ ଏବଂ କୃଷ୍ଣ ଡି.କେ ଲେଖାହୋଇଛି। ଦୁହେଁ ମନୋଜ ବାଜପେୟୀଙ୍କ ଅଭିନୀତ ୱେବ୍ ସିରିଜ୍ ଦି ଫ୍ୟାମିଲି ମ୍ୟାନ୍ ର କାହାଣୀ ମଧ୍ୟ ଲେଖିଛନ୍ତି ।

ସାହିଦ କପୁର ତାଙ୍କର ଡିଜିଟାଲ ଡେବ୍ୟୁ ବିଷୟରେ କହିଛନ୍ତି, ‘ମୁଁ ମୋର ଡିଜିଟାଲ ଡେବ୍ୟୁକୁ ନେଇ ବହୁତ ନର୍ଭସ ଅନୁଭବ କରୁଛି କାରଣ ମୁଁ ଅନୁଭବ କରୁଛି ଯେ ବଡ ପରଦାରେ ଯେଉଁ କଳାକାରଙ୍କୁ ପସନ୍ଦ କରାଯାଏ, ସେମାନେ ଡିଜିଟାଲ୍ ପ୍ଲାଟଫର୍ମରେ ସମାନ ଭାବରେ ପ୍ରଶଂସିତ ନୁହଁନ୍ତି। ନିକଟରେ ସାହିଦ କପୁର ଏକ ଇନଷ୍ଟାଗ୍ରାମ୍ ଲାଇଭ୍ କରିଥିଲେ ଯେଉଁଥିରେ ସେ କବୀର ସିଂର ରିଜିଜ୍ ହେବା ୨ ବର୍ଷ ପୂରଣକୁ ନେଇ ସେଲିବ୍ରେଟ୍ କରିଥିଲେ।

ସାହିଦ କପୁର ଖୁବ୍ ଶୀଘ୍ର ଫିଲ୍ମ ‘ଜର୍ସି’ରେ କାମ କରୁଥିବା ଦେଖିବାକୁ ମିଳିବ । ସାଉଥ୍ ସୁପରହିଟ୍ ଫିଲ୍ମର ଏହି ରିମେକ୍ ଫିଲ୍ମକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ସାହିଦ ଏହି ଫିଲ୍ମରେ କ୍ରିକେଟର ଭୂମିକାରେ ନଜର ଆସିବେ ଏବଂ ଏହାର ଟିଜର୍ ଭିଡିଓ ମଧ୍ୟ ରିଲିଜ୍ ହୋଇସାରିଛି।

   Related Posts