Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

୪୫ ବର୍ଷ ବୟସରେ ପଞ୍ଚମ ଶିଶୁ କନ୍ୟାର ପିତା ହେଲେ ଆଫ୍ରିଦି : କହିଲେ ପୁଅ ଅପେକ୍ଷା…

27/05/2020 at 1:56 PM

ନୂଆଦିଲ୍ଲୀ ୨୭/୦୫ : ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦେଶର ବୀର ପୁତ୍ର ଅଭିନନ୍ଦନଙ୍କ ବିଷୟରେ ବିଷ ଓଗାଳୁଥିବା ପାକିସ୍ତାନର ପୂର୍ବତନ କ୍ରିକେଟ ଅଧିନାୟକ ଶାହିଦ ଆଫ୍ରିଦି ବୋଧହୁଏ ପାକିସ୍ତାନରେ ନେତା ଭାବେ ନିଜକୁ ପ୍ରତିଷ୍ଠା କରିବାକୁ ଚେଷ୍ଟା କରୁଛନ୍ତି | ସେଥିପାଇଁ ପ୍ରତିଦିନ ଭାରତ ବିରୋଧୀ ବୟାନ ଦେଉଛନ୍ତି | ଆଫ୍ରିଦି ସବୁବେଳେ ଭାରତ ବିରୋଧରେ ବିଷ ଓଗାଳିଥାନ୍ତି ଏବଂ ବିଭିନ୍ନ ପ୍ରସଙ୍ଗରେ ନାନା ବିବାଦୀୟ ବୟାନ ମଧ୍ୟ ଦେଇଥାନ୍ତି | ନିକଟରେ ଏକ ସାକ୍ଷାତକାରରେ ସେ ଝିଅମାନଙ୍କୁ ନେଇ ସମାଜର ମନୋଭାବକୁ ପରିବର୍ତ୍ତନ କରିବା କଥା କହିଥଲେ | ତେବେ ଆଫ୍ରିଦି ୫ ଶିଶୁ କନ୍ୟାକୁ ଜନ୍ମ ଦେବା ପରେ ସୋସିଆଲ ମିଡ଼ିଆରେ ତାଙ୍କୁ ଲୋକେ ନାନା କମେଣ୍ଟ କରିଥିଲେ | କେହି କେହି ଲେଖିଥିଲେ ପୂର୍ବରୁ ୪ଟି ଶିଶୁ କଣ ଯଥେଷ୍ଟ ନଥିଲା ? ପୁଅକୁ ଅପେକ୍ଷା କରି ଏତେ ଝିଅ ଜନ୍ମ କରିଛନ୍ତି ?

ସାକ୍ଷାତକାରରେ ସେ କହିଥିଲେ ଭଗବାନ ତାଙ୍କୁ ସୁସ୍ଥ ଶିଶୁ ଦେଇଛନ୍ତି | ସେଥିପାଇଁ ସେ ଭଗବାନଙ୍କୁ ଧନ୍ୟବାଦ ଜଣେଇଥିଲେ | ତେବେ ଭଗବାନଙ୍କୁ ଧନ୍ୟବାଦ ଜଣାଇବା ଯଥେଷ୍ଟ ନୁହେଁ ବୋଲି ମଧ୍ୟ ଆଫ୍ରିଦି କହିଥିଲେ | ସେ କହିଥିଲେ, ବର୍ତ୍ତମାନ ପୁଅମାନେ ଯେଉଁଭଳି ନିକମ୍ମା ହେଉଛନ୍ତି, ଏହି ସମୟରେ କେବଳ ଝିଅମାନେ ହିଁ ମାତାପିତାଙ୍କ ସହର ପାଲଟୁଛି | ଝିଅମାନେ ହିଁ ମାତାପିତାଙ୍କୁ ସବୁ କାମରେ ସହଯୋଗ କରୁଛନ୍ତି | ସେଥିପାଇଁ ସମସ୍ତେ ଝିଅମାନଙ୍କୁ ପାଠ ପଢ଼ିବା ଉଚିତ | ଯାହାଫଳରେ ଲୋକେ ଆଉ ପୁଅ ଖୋଜିବେ ନାହିଁ | 

ସୂଚନାଯୋଗ୍ୟ ଯେ, ୪୫ ବର୍ଷ ବୟସ୍କ ଆଫ୍ରିଦି ଚଳିତ ବର୍ଷ ଫେବୃଆରୀ ମାସରେ ପଞ୍ଚମ ଶିଶୁ କନ୍ୟାର ପିତା ହୋଇଛନ୍ତି | ପୂର୍ବରୁ ତାଙ୍କର ୪ ଝିଅ ଥିଲେ | ସୋସିଆଲ ମିଡ଼ିଆରେ ସେ କହିଥଲେ ଯେ ତାଙ୍କ ଉପରେ ଈଶ୍ୱରଙ୍କ କୃପା ରହିଛି | ତାଙ୍କର ବର୍ତ୍ତମାନ ୫ ଝିଅ | 

ଏକ ଟିଭି ଚାନେଲରେ ଲାଇଭ ଥିବାବେଳେ ଆଫ୍ରିଦି କହିଥିଲେ ଯେ, “ପାକିସ୍ତାନ ସେନା ସବୁବେଳେ ସକାରାତ୍ମକ କଥାବାର୍ତ୍ତା କରିଛି | ଏହାର ସବୁଠାରୁ ବଡ ଉଦାହରଣ ହେଲା, ଭାରତରୁ ଯେଉଁ ଅଭିନନ୍ଦନ ଭାଇ ପାକିସ୍ତାନକୁ ଉଡି ଆସିଥିଲେ ଆମେ ତାଙ୍କୁ ଚା’ ପିଆଇ ସମ୍ମାନର ସହ ତାଙ୍କ ଦେଶକୁ ପଠାଇ ଦେଇଥିଲୁ | ହିନ୍ଦୁସ୍ତାନ ତାଙ୍କୁ ସେଠାରେ ହିରୋ କରିଦେଲା ଯାହାକୁ ଆମେ ଆମ ଦେଶରେ ତଳେ ପକାଇ ପଠାଇଥିଲୁ | ଏହା ଠାରୁ ବଳି ଆମେ ଆପଣମାନଙ୍କ ପାଇଁ ଆଉ କଁ କରିପାରିବୁ | ଅର୍ଥାତ ଭାରତକୁ ମଧ୍ୟ କିଛି ପଦକ୍ଷେପ ନେବା ଉଚିତ | ଆପଣମାନେ ମଧ୍ୟ ମଣିଷ ସେଥିପାଇଁ ସେହି ଆଧାରରେ କାମ କରନ୍ତୁ |”

   Related Posts