କରୋନାରୁ ସୁସ୍ଥ ହୋଇ ପୁଣି ବିଷ ଓଗାଳିଲେ ଆଫ୍ରିଦି : ଶିଶୁ ସହିତ ଯବାନଙ୍କ ଭାଇରାଲ୍ ଫଟୋକୁ ନେଇ କହିଲେ ଏହିଭଳି

Published By : Prameya-News7 Bureau | July 02, 2020 IST

ନୂଆଦିଲ୍ଲୀ ୦୨/୦୭ : ପାକିସ୍ତାନ ବିବାଦୀୟ କ୍ରିକେଟର ସାହିଦ ଆଫ୍ରିଦି ସବୁବେଳେ ଭାରତ ବିଷୟରେ କିଛି ନା କିଛି ମନ୍ତବ୍ୟ ଦେଇ ଚର୍ଚ୍ଚିତ ହୋଇଥାନ୍ତି । କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ତ ପୁଣି କେବେ କାଶ୍ମୀର ପ୍ରସଙ୍ଗରେ ମନ୍ତବ୍ୟ ଦେଇ ବିବାଦ ଘେରରେ ପଡିଯାନ୍ତି । କିଛି ଦିନ ପୂର୍ବରୁ ସାହିଦ ଆଫ୍ରିଦି କରୋନାରେ ସଂକ୍ରମିତ ହୋଇଥିଲେ । ସେଥିପାଇଁ ସେ ଘରେ କ୍ଵାରେଣ୍ଟାଇନରେ ଥିଲେ । କିନ୍ତୁ ସୁସ୍ଥ ହେବାପରେ ସେ ପୁଣିଥରେ ବିଷ ଓଗାଳିବା ଆରମ୍ଭ କରିଛନ୍ତି । ସୁସ୍ଥ ହେବାପରେ ସେ କାଶ୍ମୀର ପ୍ରସଙ୍ଗରେ ମନ୍ତବ୍ୟ ଦେଇଛନ୍ତି ।

{"id":294849,"sizeSlug":"large"}

କାଶ୍ମୀର ସୋପୋରରେ ବୁଧବାର ଦିନ ଆତଙ୍କୀ ହମଲା ହୋଇଥିଲା ।  ଏଥିରେ ଜଣେ ୬୫ ବର୍ଷ ବୟସ୍କ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ସହିତ ତାଙ୍କର ୩ ବର୍ଷର ନାତି ମଧ୍ୟ ଥିଲା । ତାଙ୍କ ମୃତ୍ୟୁ ପରେ ରକ୍ତ ଜୁଡୁବୁଡୁ ମୃତଦେହ ପାଖରେ ବସି ଶିଶୁଟି କାନ୍ଦୁଥିଲା । ସିଆରପିଏଫ ଯବାନ ଶିଶୁଟିକୁ କ୍ରସ ଫାଇରିଙ୍ଗ ଜାଗାରୁ ଉଦ୍ଧାର କରି ତାଙ୍କ ଘରେ ପହଞ୍ଚାଇଥିଲେ । ଆଫ୍ରିଦି ଏହି ଘଟଣାର ଏକ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଆଫ୍ରିଦି ଏହି ଘଟଣାକୁ ନେଇ ବିଷ ଓଗାଳିଛନ୍ତି । ସେ ଲେଖିଛନ୍ତି ଫଟୋ କାଶ୍ମୀରବାସୀଙ୍କ ପରିସ୍ଥିତି ବଖାଣି ପାରିବନାହିଁ । କେବଳ ସେତିକି ନୁହେଁ ସେ ନିଜର ଏହି ବୟାନକୁ ଟ୍ୱିଟରରେ ପିନ ମଧ୍ୟ କରିଛନ୍ତି ।

wp:core-embed/twitter {"url":"https://twitter.com/SAfridiOfficial/status/1278304659711680519","type":"rich","providerNameSlug":"twitter","className":""}
https://twitter.com/SAfridiOfficial/status/1278304659711680519
/wp:core-embed/twitter

ଆଫ୍ରିଦି ରାଜନୀତିକୁ ଓହ୍ଲାଇବାକୁ ଯୋଜନା କରୁଛନ୍ତି ବୋଲି ଶୁଣିବାକୁ ମିଳିଛି । ସେଥିପାଇଁ ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅନୁସରଣ କରୁଛନ୍ତି । ଭାରତ ବିରୋଧରେ ଲଗାତାର ବୟାନବାଜି କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.