Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : କୁମ୍ଭମେଳା ଫେରନ୍ତା ୧୩ଜଣ କରୋନା ପଜିଟିଭ୍, ରେଳ ଯାତ୍ରୀଙ୍କ ରିପୋର୍ଟ ଯାଞ୍ଚ କଡାକଡି
  • ||
  • ଆଠମଲ୍ଲିକ : ଜଳ ପ୍ରକଳ୍ପ ସ୍ଥାନାନ୍ତର ପ୍ରତିବାଦ, ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ
  • ||
  • ପୁରୀ : ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||
  • ମାଲକାନଗିରି : ପୋଲିସ-ନକ୍ସଲ ଗୁଳିବିନମୟ : ଜଣେ ନିହତ, ମୁଣ୍ଡ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର
  • ||
  • ତେଲକୋଇ : ମହୁଲ ବୋଝେଇ ମିନିଟ୍ରକ୍ ଜବତ, ଜଣେ ଅଟକ
  • ||
  • ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||
  • ଲମତାପୁଟ : ୧୧ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୪ ଗିରଫ
  • ||
  • ରାଜ୍ୟରେ କରୋନା ନେଲା ଆଉ ୫ ଜଣଙ୍କ ଜୀବନ, ୧୯୫୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ରାଜ୍ୟରେ ୪ହଜାର ଉପରେ କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୪୭୬୧ ପଜିଟିଭ୍ ଚିହ୍ନଟ
  • ||
  • ବ୍ରହ୍ମପୁର : ସରିଲା ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢୀ ଠାକୁରାଣୀଙ୍କ ଯାତ୍ରା
  • ||

ନିଜ ଜନ୍ମଦିନରେ ଟ୍ୱିଟ କଲେ ଶାହିଦ ଆଫ୍ରିଦି: ବୟସକୁ ନେଇ ହେଲେ ଟ୍ରୋଲ୍

1/03/2021 at 11:53 AM

ନୂଆଦିଲ୍ଲୀ ୦୧/୦୩ : ପାକିସ୍ତାନ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ଶାହିଦ ଆଫ୍ରିଦି ବିବାଦୀୟ ବୟାନ ଯୋଗୁଁ ଅଧିକାଂଶ ସମୟରେ ଚର୍ଚ୍ଚାରେ ରୁହନ୍ତି। ଆଜି ମାର୍ଚ୍ଚ ୧ ତାରିଖ ଶାହିଦ ଆଫ୍ରିଦିଙ୍କ ଜନ୍ମଦିନ। ନିଜ ଜନ୍ମଦିନ ଅବସରରେ ଆଫ୍ରିଦି ଏକ ଟ୍ୱିଟ କରିଛନ୍ତି। ଏହି ଟ୍ୱିଟ୍ ପରେ ତାଙ୍କ ବୟସକୁ ନେଇ ସୋସିଆଲ ମିଡ଼ିଆରେ ଖୁବ ଟ୍ରୋଲ୍ କରାଯାଉଛି। ପାକିସ୍ତାନ କ୍ରିକେଟରେ ‘ଲାଲା’ ନାମରେ ପ୍ରସିଦ୍ଧ ଆଫ୍ରିଦି ଟ୍ୱିଟରେ ନିଜ ବୟସ ୪୪ ବର୍ଷ ବୋଲି କହିଛନ୍ତି। ଏହାପରେ ୟୁଜର୍ସ ତାଙ୍କୁ ଖୁବ ଟ୍ରୋଲ୍ କରିଛନ୍ତି।

ୟୁଜର୍ସ କହିଛନ୍ତି ଯେ ଆଫ୍ରିଦି ନିଜ ବୟସ ୪୪ ବର୍ଷ କହୁଛନ୍ତି କିନ୍ତୁ ତାଙ୍କ ଅଟୋବାୟୋଗ୍ରାଫିରେ ତାଙ୍କ ବୟସ ୪୬ ବର୍ଷ ଅଛି ଓ କିଛି ୱେବସାଇଟରେ ୪୦ ଓ ୪୧ ବର୍ଷ ରହିଛି। ଆଫ୍ରିଦିଙ୍କ ଅଲଗା ଅଲଗା ବୟସ ସାମ୍ନାକୁ ଆସିବା ପରେ ୟୁଜର୍ସ ତାଙ୍କୁ ଟ୍ରୋଲ୍ କରିଛନ୍ତି। ଏହା ପୂର୍ବରୁ ଆଫ୍ରିଦି ନିଜ ଅଟୋବାୟୋଗ୍ରାଫି ‘ଗେମ ଚେଞ୍ଜର’ରେ ନିଜ ବୟସକୁ ନେଇ ଖୁଲାସା କରିଥିଲେ। ସେ କହିଥିଲେ ଯେ ତାଙ୍କ ଅସଲ ବୟସ କାଗଜପତ୍ରରେ ଦିଆଯାଇଥିବା ବୟସ ଠାରୁ ଅଧିକ। ସେ କହିଥିଲେ ତାଙ୍କ ଅସଲ ବୟସ ଓ କାଗଜପତ୍ରରେ ଦିଆଯାଇଥିବା ବୟସ ମଧ୍ୟରେ ୫ ବର୍ଷର ଅନ୍ତର ରହିଛି। ତାଙ୍କର ଏହି ଖୁଲାସା ପରେ ବହୁତ ବିବାଦ ହୋଇଥିଲା।

ଆଜି ଆଫ୍ରିଦି ନିଜ ଜନ୍ମଦିନ ଅବସରରେ ନିଜ ବୟସକୁ ନେଇ ଟ୍ୱିଟ କରିଛନ୍ତି। ଟ୍ୱିଟରେ ସେ ଲେଖିଛନ୍ତି, “ଜନ୍ମଦିନର ଶୁଭେଚ୍ଛା ପାଇଁ ସମସ୍ତଙ୍କୁ ଧନ୍ୟବାଦ…ଆଜି ମୋତେ ୪୪ ବର୍ଷ ବୟସ ହେଲା। ମୋ ପରିବାର ଓ ମୋ ପ୍ରଶଂସକ ମୋର ସବୁଠାରୁ ବଡ ସମ୍ପତ୍ତି। ମୁଁ ମୁଲତାନ ସହ କାର୍ଯ୍ୟକାଳର ଆନନ୍ଦ ନେଉଛି ଏବଂ ସମସ୍ତ ମୁଲତାନ ସୁଲତାନ ପ୍ରଶଂସକଙ୍କ ପାଇଁ ମ୍ୟାଚ ଜିତିଲା ଭଳି ପ୍ରଦର୍ଶନ କରିବୁ ବୋଲି ଆଶା କରୁଛି।” ଆଫ୍ରିଦିଙ୍କ ଏହି ଟ୍ୱିଟ ପରେ ସୋସିଆଲ ମିଡ଼ିଆରେ ତାଙ୍କୁ ଖୁବ ଟ୍ରୋଲ୍ କରାଯାଉଛି।

   Related Posts