କୃଷକ ଆନ୍ଦୋଳନରେ ସାମିଲ ହେବାକୁ ସିନ୍ଧ ସୀମାରେ ପହଞ୍ଚିଲେ ଶାହିନବାଗର ଲୋକପ୍ରିୟ ବିଲ୍କିସ୍ ଦାଦି

Published By : Prameya-News7 Bureau | December 01, 2020 IST

ନୂଆଦିଲ୍ଲୀ ୦୧/୧୨ : ନାଗରିକତା ସଂଶୋଧନ ଆଇନ (CAA), ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟର (CAA) ଓ ଶାହିନବାଗର ଦାଦି ବିଲ୍କିସ ବାନୋ ବର୍ତ୍ତମାନ କୃଷକ ଆନ୍ଦୋଳନରେ ସାମିଲ ହୋଇଛନ୍ତି। କୃଷକ ଆନ୍ଦୋଳନରେ ସାମିଲ ହେବାକୁ ସେ ଆଜି ସିନ୍ଧ ସୀମାରେ ପହଞ୍ଚିଛନ୍ତି। ସୋମବାର ରାତିରେ ସୋସିଆଲ ମିଡ଼ିଆରେ ବିଲ୍କିସ୍ ଦାଦିଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଭିଡିଓରେ ଦାଦି କୃଷକଙ୍କ ଧାରଣା ସ୍ଥଳରେ ନଜର ଆସିଥିଲେ।

ବାକିଉ ଅଭିନେତ୍ରୀ କଙ୍ଗନା ରଣାୱତ ଦାଦିଙ୍କୁ ନେଇ ଏକ ବିବାଦୀୟ ଟ୍ୱିଟ କରିଥିଲେ। କଙ୍ଗନାଙ୍କ ଟ୍ୱିଟ୍ ପରେ ଲୋକେ କଙ୍ଗନାଙ୍କୁ ଟ୍ରୋଲ କରୁଛନ୍ତୁ। ଟାଇମ୍ ମାଗାଜିନର ୨୦୨୦ ବର୍ଷର ୧୦୦ ପ୍ରଭାବଶାଳୀ ଲୋକଙ୍କ ତାଲିକାରେ ବିଲ୍କିସ୍ ବାନୋଙ୍କ ନାଁ ସାମିଲ ହେବାପରେ ଏହିସବୁ ବାଦବିବାଦ ଆରମ୍ଭ ହୋଇଥିଲା। ଜଣେ ବ୍ୟକ୍ତି ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନ ମଧ୍ୟରେ ଜଣେ ବୃଦ୍ଧାଙ୍କ ଫଟୋ ବିଲ୍କିସ ବାନୋଙ୍କ ସହ ମିଶାଇ ସେୟାର କରିଥିଲେ ଏବଂ ଦାବି କରିଥିଲେ ଯେ ଫଟୋରେ ଥିବା ଦୁଇ ମହିଳା ବାସ୍ତବରେ ଜଣେ।

{"id":370860,"sizeSlug":"large"}

ବିଲ୍କିସ୍ ବାନୋ ସିଏଏ ଆଇନ ବିରୋଧ ପ୍ରଦର୍ଶନ ବେଳେ କେବଳ ଖାସ୍ ମଉକାରେ ହିଁ ନଜର ଆସୁନଥିଲେ ବରଂ ସକାଳୁ ରାତି ଯାଏଁ ମଧ୍ୟ ଧାରଣା ଦେଇଥିବା ନଜର ଆସିଥିଲେ। ସେ ଏହି ବିରୋଧ ପ୍ରଦର୍ଶନରେ ଶେଷ ଯାଏଁ ରହିବେ ବୋଲି କହିଥିଲେ।

ଟାଇମ୍ ମାଗାଜିନର ସାମ୍ବାଦିକ ରାଣା ଆୟୁବ ନିଜ ଲେଖାରେ ବିଲ୍କିସ୍ ଦାଦିଙ୍କ ସମ୍ପର୍କରେ ଲେଖିଛନ୍ତି। ଦାଦି ଦିଲ୍ଲୀର ହାଡଭଙ୍ଗା ଶୀତରେ ଧାରଣାସ୍ଥଳରେ ରହି ଶାହିନବାଗ ଲୋକଙ୍କୁ ସମର୍ଥନ କରିଥିଲେ ସେ ଲେଖିଛନ୍ତି। ଦାଦିଙ୍କୁ ନେଇ ମଧ୍ୟ ଖୁବ ଚର୍ଚ୍ଚା ହୋଇଥିଲା। ବିରୋଧ ପ୍ରଦର୍ଶନ ବେଳେ ଜଣେ ତାଙ୍କୁ ତାଙ୍କ ନାଁ ପଚାରିଥିଲେ। ଦାଦି ସିଧାସିଧା ଜବାବ ଦେଇଥିଲେ 'ମୁଁ ନାଁ କହିବିନି କାରଣ ମୋ ପାଖରେ ଦସ୍ତାବିଜ ନାହିଁ '

{"id":370861,"sizeSlug":"large"}

ବିଲ୍କିସ୍ ଦାଦି ନାଁରେ ଲୋକପ୍ରିୟ ବିଲ୍କିସ୍ ବାନୋଙ୍କ ଘର ଉତ୍ତର ପ୍ରଦେଶର ବୁଲନ୍ଦସହରରେ। କିନ୍ତୁ ସେ ନିଜ ପରିବାର ସହ ଦିଲ୍ଲୀରେ ରହୁଛନ୍ତି। ତାଙ୍କ ସ୍ୱାମୀ ଚାଷ କରୁଥିଲେ। ତାଙ୍କର ମୃତ୍ୟୁ ହୋଇସାରିଛି। ପ୍ରଦର୍ଶନ ବେଳେ ଦାଦି କହିଥିଲେ ଯେ ଜୀବନରେ ସେ କେବେ କୌଣସି ରାଜନୈତିକ ଆନ୍ଦୋଳନରେ ସାମିଲ ହୋଇନଥିଲେ। ଆଗରୁ ସେ କେବେ ନିଜ ଘର ଛାଡି ବାହାରେ ଧାରଣା ଦେଇନଥିଲେ। କିନ୍ତୁ ଏହି ପ୍ରଦର୍ଶନ ବେଳେ ସେ ଖାଇବା, ଶୋଇବା ସବୁ ଧାରଣାସ୍ଥଳରେ ହିଁ କରୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.