ନୋଏଡା-ଫରିଦାବାଦ ରାସ୍ତାରେ ବିକଳ୍ପ ମାର୍ଗ ଦେଲେ ଶାହିନବାଗ ଆନ୍ଦୋଳନକାରୀ, ସ୍ଥାନୀୟ ଲୋକେ ଆଶ୍ୱସ୍ଥ

Published By : Prameya-News7 Bureau | February 22, 2020 IST

ନୂଆଦିଲ୍ଲୀ ୨୨।୨:  ନାଗରିକ (ସଂଶୋଧିତ) ଆଇନ (ସିଏଏ) ବିରୋଧରେ ଦିଲ୍ଲୀ ଶାହିନ ବାଗରେ ଚାଲିଥିବା ଗଣ ଆନ୍ଦୋଳନରେ ଶନିବାର ନୂଆ ମୋଡ ଆସିଛି। ଆନ୍ଦୋଳନକାରୀମାନେ ନୋଏଡା-ଫରିଦାବାଦ ରାସ୍ତାରେ ଏକ ବିକଳ୍ପ ମାର୍ଗ ଛାଡିଛନ୍ତି। ତେବେ ଏହା ସମସ୍ୟାର ସମାଧାନ ନୁହେଁ ବୋଲି କହିଛି ଦିଲ୍ଲୀ ପୋଲିସ। କାରଣ ଏବେବି ମହାମାୟା ଫ୍ଲାଏ ଓଭର ରାସ୍ତାରୁ ବାରିକେଡ ହଟାଇ ହେବନି। ଏହି ରାସ୍ତା ଖୋଲିଦେଲେ ଆଗରେ ବିକ୍ଷୋଭସ୍ଥଳ। ଏଣୁ ଗୁରୁତର  ଟ୍ରାଫିକ ସମସ୍ୟା ଉପୁଜିବ ବୋଲି କୁହାଯାଇଛି।

{"id":227830,"width":576,"height":383,"sizeSlug":"large"}

ତେବେ ଆନ୍ଦୋଳନକାରୀ ବିକଳ୍ପ ରାସ୍ତା ଦେଇଥିବାରୁ ସ୍ଥାନୀୟ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଏହି ରାସ୍ତାରେ କେବଳ କାର, ୨ ଚକିଆ ଓ ଛୋଟ ପରିବହନ ବାହନ ଯାତାୟାତ କରିପାରିବ। ୪ ଦିନ ହେଲା ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ବାର୍ତ୍ତାକାର ଆନ୍ଦୋଳନକାରୀଙ୍କ ନିଟକୁ ଯିବା ଆସିବା କରୁଛନ୍ତି। ସେମାନଙ୍କୁ ଆନ୍ଦୋଳନର ସ୍ଥଳ ପରିବର୍ତ୍ତନ କରିବା ଲାଗି ପ୍ରବର୍ତ୍ତାଉଛନ୍ତି। ହେଲେ ଆନ୍ଦୋଳନକାରୀ ଏଥିରେ ସହମତ ହେଉ ନାହାନ୍ତି।

{"id":227831,"sizeSlug":"large"}

ତେବେ ଶନିବାର ବାର୍ତ୍ତାକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନକାରୀ ଅବୁଲ ଫାଜଲ ରାସ୍ତାକୁ ଖୋଲିଛନ୍ତି। ସାଉଥ-ଇଷ୍ଟ ଡିସିପିଙ୍କ ଅନୁସାରେ ଶନିବାର ସକାଳେ ଆନ୍ଦୋଳନକାରୀଙ୍କ ଗୋଟିଏ ଗୋଷ୍ଠୀ ରୋଡ ନମ୍ବର ୯କୁ ଖୋଲି ଦେଇଥିଲେ। ହେଲେ ଆଉ ଗୋଟିଏ ଗୋଷ୍ଠୀ ରାସ୍ତାକୁ ପୁଣି ବନ୍ଦ କରିଦେଇଥିଲେ। ତେବେ ପରେ ଆନ୍ଦୋଳନକାରୀ ରାସ୍ତାକୁ ସମ୍ପୂର୍ଣ୍ଣ ଖୋଲିଦେଇଛନ୍ତି। ତେବେ ଏଥିଲାଗି ବିକ୍ଷୋଭକାରୀଙ୍କ ମଧ୍ୟରେ ସହମତି ହୋଇଛି କି ନା ତାହା କିନ୍ତୁ ସ୍ପଷ୍ଟ ହୋଇନାହିଁ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.