ଶାହିନ୍ ବାଗ: ଧାରଣା ପ୍ରଦର୍ଶନ ପାଇଁ ସର୍ବସାଧାରଣ ସ୍ଥାନକୁ ଘେରିବା ଠିକ୍ ନୁହେଁ, କହିଲେ- ସୁପ୍ରିମକୋର୍ଟ

Published By : Prameya-News7 Bureau | October 07, 2020 IST

ନୂଆଦିଲ୍ଲୀ ୦୭/୧୦: ଦିଲ୍ଲୀରେ ଶାହିନ ବାଗରେ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ କରାଯାଇଥିବା ବିରୋଧ ପ୍ରଦର୍ଶନ ଉପରେ ସୁପ୍ରିମକୋର୍ଟ ଆଜି ବଡ଼ ନିଷ୍ପତି ଶୁଣାଇଛନ୍ତି। କୌଣସି ବ୍ୟକ୍ତି ସମୂହ ସର୍ବସାଧାରଣ ସ୍ଥାନକୁ ବ୍ଲକ୍ କରିପାରିବେ ନାହିଁ ବୋଲି ଅଦାଲତ କହିଛନ୍ତି। ସେ କହିଛନ୍ତି ଶାହିନ ବାଗ ମାମଲାରେ ଦୁଇ ସଦସ୍ୟ ବିଶିଷ୍ଟ ସମିତି ଗଠନ କରାଯାଇ ରିପୋର୍ଟ ଦିଆଯାଇ ଥିଲା। ତଥାପି ବିରୋଧ ପ୍ରଦର୍ଶନ କ୍ରମାଗତ ଚାଲିଛି। ଏହା ଦ୍ବାରା ଲୋକଙ୍କୁ ବହୁ କ୍ଷତି ପହଞ୍ଚୁଛି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ସାଧାରଣ ରାସ୍ତାକୁ ଅନିଶ୍ଚିତ ସମୟ ପାଇଁ ରୋକି ହେବ ନାହିଁ। ଅଧିକାରୀଙ୍କୁ ଏଭଳି ରାସ୍ତା ଅବରୋଧକୁ ହଟାଇବା ଦରକାର। ବିରୋଧ ପ୍ରଦର୍ଶନର ଅଧିକାର କେବଳ ନିର୍ଦିଷ୍ଟ କ୍ଷେତ୍ରରେ ଦିଆଯାଇପାରିବ।

 ସିଏଏ ଓ ଏନଆରସିକୁ ନେଇ ଗତ ବର୍ଷ ଡିସେମ୍ବରରେ ଦିଲ୍ଲୀର ଶାହିନ ବାଗ​​ରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇ ଥିଲା। ଦିଲ୍ଲୀ-ନୋଏଡା ରାସ୍ତାରେ ଏ ବିରୋଧ ଚାଲିବା ଯୋଗୁ ମାସ ମାସ ଧରି ରାସ୍ତା ବନ୍ଦ କରିବାକୁ ପଡ଼ିଲା। ଯେଉଁଥିରେ ସାଧାରଣ ଜନତାଙ୍କୁ ହଇରାଣ ହେବାକୁ ପଡ଼ିଥିଲା।

ତେବେ ମାମଲାର ଶୁଣାଣି ଜଷ୍ଟିସ୍ ସଞ୍ଜୟ କିଶନ କୌଲଙ୍କ ବେଞ୍ଚ କରିଛନ୍ତି। ବୁଧବାର ଜଷ୍ଟିସ୍ କୌଲ କହିଛନ୍ତି ବିରୋଧର ଏକ ସୀମା ଥାଏ, ସର୍ବସାଧାରଣ ସ୍ଥାନକୁ ଧାରଣା ପ୍ରଦର୍ଶନ ପାଇଁ ଘେରା ଯାଇପାରିବ ନାହିଁ। ଆଇନ ଅନୁଯାୟୀ ଏହା ଆଦୌ ଗ୍ରହଣୀୟ ନୁହେଁ। ଏଭଳି ପ୍ରଦର୍ଶନ ଲୋକଙ୍କ ପାଇଁ କେବଳ ହଇରାଣର କାରଣ ହିଁ ହୋଇଥାଏ। ମଧ୍ୟସ୍ଥତାଙ୍କ ପ୍ରୟାସ ଦ୍ବାରା ଶାହିନ ବାଗକୁ ଖାଲି କରିବା ମଧ୍ୟ ସଫଳ ହେଲା ନାହିଁ। ସର୍ବସାଧାରଣ ସ୍ଥାନରେ କଟକଣା ଲଗାଯାଇପାରିବ ନାହିଁ, ମାତ୍ର ଏସବୁକୁ ନିଦ୍ର୍ଧିଷ୍ଟ କ୍ଷେତ୍ରରେ ହେବା ଦରକାର ବୋଲି କହିଛନ୍ତି ସଞ୍ଜୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.