ସରଜିଲ ଇମାମକୁ ପରକରିଦେଲା ଶହିନ ବାଗ୍, ଆମର କେହି ନେତା ନାହାନ୍ତି କହିଲେ ବିକ୍ଷୋଭକାରୀ

Published By : Prameya-News7 Bureau | January 26, 2020 IST

ନୂଆଦିଲ୍ଲୀ ୨୬।୧:  ବିବାଦୀୟ ଭାଷଣ ଲାଗି ଚର୍ଚିତ ସର୍ଜିଲ ଇମାମଠୁ ନିଜକୁ ଦୂରେଇ ନେଇଛି ଦିଲ୍ଲୀର 'ଶହିନବାଗ୍'। ଏଠାରେ ବିରୋଧ କରୁଥିବା ଲୋକେ ଶନିବାର ରାତିରେ ବୟାନ ଜାରିକରି ସେମାନଙ୍କର କେହି ନେତା ନଥିବା ସ୍ପଷ୍ଟ କରିଥିବା ବେଳେ ସରଜିଲ ସହ ବିକ୍ଷୋଭକାରୀଙ୍କ କୌଣସି ସମ୍ପର୍କ ନଥିବା ଜଣାଇଛନ୍ତି। ସେହିପରି ସର୍ଜିଲର ଭାଷଣ ସହ ମଧ୍ୟ ବିକ୍ଷୋଭକାରୀଙ୍କ  କୌଣସି ନେଣଦେଣ ନଥିବା କହିଛନ୍ତି।

{"id":216364,"sizeSlug":"large"}

ବିବାଦୀୟ ଭାଷଣ ପରେ ଲୋକଲୋଚନକୁ ଆସିଥିବା ସର୍ଜିଲ ଇମାମ ବିରୋଧରେ ଦିଲ୍ଲୀ ପୋଲିସ ମଧ୍ୟ ଦେଶଦ୍ରୋହ ମାମଲା ରୁଜୁ କରିଛି। ତେବେ ଶହିନବାଗରେ କେବଳ ମହିଳା ଓ ଶିଶୁମାନେ ଧାରଣାରେ ବସିଥିବା ବେଳେ ସେଠାରେ ସର୍ଜିଲର କାମ କ'ଣ ବୋଲି ବିକ୍ଷୋଭକାରୀ ଓଲଟି ପ୍ରଶ୍ନ କରିଛନ୍ତି। ଏଠାରେ ସର୍ଜିଲ କୌଣସି ଭାଷଣ ଦେଇନି କି ତା ଭାଷଣ ସହ ଆମର କିଛି ସମ୍ପର୍କ ନାହିଁ ବୋଲି ବିକ୍ଷୋଭକାରୀ ସଫାସଫା କହିଦେଇଛନ୍ତି।

{"id":216365,"width":577,"height":325,"sizeSlug":"large"}

ସେପଟେ ଶହିନବାଗ ବିକ୍ଷୋଭକାରୀଙ୍କ କୌଣସି ସଙ୍ଗଠନ ନଥିବା ଓ କେହି ସେମାନଙ୍କର ନେତା ନୁହଁ ବୋଲି କହିବା ଏବେ ଏହି ବିକ୍ଷୋଭରୁ ରାଜନୈତିକ ଲାଭ ରଖୁଥିବା ନେତାଙ୍କୁ ବି ନିରାଶ କରିଛି। ୨୬ ଜାନୁୟାରୀ ଶହିନବାଗ ବିରୋଧର ୪୩ତମ ଦିବସ ଥିଲା। ସାଧାରଣତନ୍ତ୍ର ଦିବସ ଯୋଗୁ ବିକ୍ଷୋଭକାରୀ ଏହିଠାରେ ଜାତୀୟ ପତାକା ଉତ୍ତୋଳନ କରି ନିଜ ନିଜ ମଧ୍ୟରେ ଶୁଭେଚ୍ଛା ଆଦାନପ୍ରଦାନ କରିଥିଲେ।

{"id":216366,"width":573,"height":397,"sizeSlug":"large"}

ତେବେ ସର୍ଜିଲ ସମ୍ପର୍କରେ ପୋଲିସ ଜୁଟେଇଥିବା ସୂଚନା ଅନୁସାରେ ସେ ବିହାର ନିବାସୀ ଓ ସିଏଏ ଏବଂ ଏନଆରସି ବିରୋଧରେ ପୂର୍ବରୁ ଜାମିଆରେ ଭାଷଣ ଦେଇସାରିଛି। ସେ ହିଁ ଲୋକଙ୍କୁ ଆଇନ ବିରୋଧରେ ପ୍ରଥମେ ଭଡକେଇଥିବାର ଏବେ ପୋଲିସକୁ ପ୍ରମାଣ ମିଳିଥିବା ଜନୈକ ଅଧିକାରୀ କହିଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.