ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ : ବାପୁଙ୍କ ସମାଧୀ ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ
30/01/2020 at 10:16 AM

ନୂଆଦିଲ୍ଲୀ ୩୦/୧: ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ । ଜାନୁଆରୀ ୩୦ତାରିଖକୁ ସାରା ଦେଶ ଗାନ୍ଧୀଙ୍କ ପୁଣ୍ୟତିଥି ଭାବେ ପାଳନ କରିଥାଏ । ଆଜିର ଦିନରେ ଜାତିର ପିତା ତଥା ସ୍ୱାଧୀନତା ସଂଗ୍ରାମୀ ମହାତ୍ମାଗାନ୍ଧୀଙ୍କ ପରଲୋକ ହୋଇଥିଲା।
ଜାତିର ପିତା ମହାତ୍ମାଗାନ୍ଧିଙ୍କ ୭୨ ତମ ଶ୍ରାଦ୍ଧ ବାର୍ଷିକି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମେତ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଗାନ୍ଧୀଙ୍କ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ୧୯୪୮ର ଆଜିର ଦିନରେ ଏକ ପ୍ରାର୍ଥନା ସଭାରେ ନାଥୁରାମ ଗଡସେଙ୍କ ଗୁଳିରେ ମହାତ୍ମା ଗାନ୍ଧି ପ୍ରାଣ ହରାଇଥିଲେ।
Related Posts
କୃଷକଙ୍କ ଉପଦ୍ରବ ପରେ ଦିଲ୍ଲୀ ଲାଲ କିଲ୍ଲା ପର୍ଯ୍ୟଟକଙ୍କ ପାଇଁ ବନ୍ଦ
28 January 2021