Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କରୋନା ନେଲା ଜୀବନ: ପରଲୋକରେ ସହିଦ ଭଗତ ସିଂହଙ୍କ ପୁତୁରା

15/05/2021 at 7:28 AM

ଚଣ୍ଡୀଗଡ ୧୫/୫: ପୁଣି କରୋନା ନେଲା ଜୀବନ । ସହିଦ ଭଗତ ସିଂହଙ୍କ ପୁତୁରା ଅଭୟ ସିଂହ ସଂଧୁଙ୍କ କରୋନାରେ ପରଲୋକ ହୋଇଛି । ମୋହାଲିସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତେବେ ତାଙ୍କ ମୃତ୍ୟୁ ପରେ ପଂଜାବ ସ୍ୱାସ୍ଥ୍ୟ ମନ୍ତ୍ରୀ ବଲବୀର ସିଂହ ସିଦ୍ଧୁ ଶୋକ ବ୍ୟକ୍ତ କରିଛନ୍ତି । ଗତକିଛି ଦିନ ତଳେ ସେ କରୋନାରେ ପୀଡିତ ହୋଇଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସେପଟେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଟୁଇଟ କରି ନିଜର ଶୋକ ଜଣାଇଛନ୍ତି । ସେ କହିଛନ୍ତି ସହିଦ-ଏ-ଆଜମ ଭଗତ ସିଂହଙ୍କ ପୁତୁରା ଅଭୟ ସିଂହ ସନ୍ଧୁଙ୍କ ପରଲୋକ ଖବର ଶୁଣି ମୁଁ ମର୍ମାହତ । ତାଙ୍କର ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଉଛି । ଚିକିତ୍ସାରେ ଯେତିକି ଟଙ୍କା ଖର୍ଚ୍ଚ ହୋଇଛି, ତାହା ରାଜ୍ୟ ସରକାର ବହନ କରିବେ । ଈଶ୍ୱର ତାଙ୍କର ଆତ୍ମାକୁ ଶାନ୍ତି ଦିଅନ୍ତୁ ।

   Related Posts