୮ ହଜାର ଅତିରିକ୍ତ ସୁରକ୍ଷା ବଳ ଗଲେ ଜମ୍ମୁ-କାଶ୍ମୀର, ସବୁ ରାଜ୍ୟକୁ ସତର୍କତା, ହାଇ ଆଲର୍ଟରେ ସେନା ଓ ବାୟୁସେନା

Published By : Prameya-News7 Bureau | August 05, 2019 IST

ନୂଆଦିଲ୍ଲୀ : ରାଜ୍ୟସଭାରେ ସୋମବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜମ୍ମୁ ଓ କାଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟାଯାଇଥିବା ନେଇ ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ମଣ୍ଡଳର  ନିଷ୍ପତ୍ତି ଅନୁସାରେ ଏବେ ଜମ୍ମୁ ଓ କାଶ୍ମୀର ଆଉ ରାଜ୍ୟ ହୋଇ ରହିବେନି। ଲଦ୍ଦାଖ ଓ ଜମ୍ମୁ-କାଶ୍ମୀର ନାମରେ ୨ଟି କେନ୍ଦ୍ରଶାସିତ ପ୍ରଦେଶରେ ପରିଣତ ହେବେ। ତେବେ କେବଳ କାଶ୍ମୀରର ବିଧାନସଭା ରହିବ ବୋଲି ଶାହ ଗୃହକୁ ସୂଚିତ କହିଛନ୍ତି ।

{"id":141101}

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ ରାଜ୍ୟରେ ଆଇନ ଶୃଙ୍ଖଳା  ପ୍ରଭାବିତ ହେବାର ଆଶଙ୍କା କରାଯାଉଛି। ଏଣୁ ଉତ୍ତରପ୍ରଦେଶ, ଓଡିଶା, ଆସାମ ଓ ଦେଶର ବିଭିନ୍ନ ରାଜ୍ୟରେ ମୁତୟନ ଥିବା ୮ ହଜାର ଅର୍ଦ୍ଧସାମରିକ ବଳଙ୍କୁ କାଶ୍ମୀର ପଠାଯାଇଛି। ଏହା ଛଡା ସୀମାରେ ଉତ୍ତେଜନା ପରିପ୍ରେକ୍ଷୀରେ ସେନା ଓ ବାୟୁସେନାକୁ ମଧ୍ୟ ଆଲର୍ଟରେ ରଖା ଯାଇଛି।

{"id":141102}

ଅଧିକାରୀଙ୍କ ସୂଚନା ଅନୁସାରେ ଦେଶରେ ବିଶେଷ କରି ଜମ୍ମୁ ଓ କାଶ୍ମୀରରେ ସମସ୍ତ ସୁରକ୍ଷା କର୍ମୀଙ୍କୁ ହାଇ ଆଲର୍ଟରେ ରଖାଯାଇଛି। କେନ୍ଦ୍ର ଗୃହମନ୍ତ୍ରାଳୟ ସବୁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (ସିଏପିଏଫ) ଓ କେନ୍ଦ୍ରୀୟ ସୁରକ୍ଷା ସଂସ୍ଥାନମାନଙ୍କୁ ଆବଶ୍ୟକ ସାବଧନତା ଅବଲମ୍ବନ କରିବା ସହ ବିଶେଷ ପରିସ୍ଥିତିରେ ଜାରି ଗତିବିଧି ଉପରେ ନଜର ରଖିବାକୁ ନିର୍ଦ୍ଦେଶ  ଦେଇଛନ୍ତି।

{"id":141103}

କେନ୍ଦ୍ର ଗୃହମନ୍ତ୍ରୀ ରାଜ୍ୟସଭାରେ ଧାରା ୩୭୦ ସମାପ୍ତ କରିବା ଲାଗି ପ୍ରସ୍ତାବ ଉପସ୍ଥାପିତ କରିସାରିଛନ୍ତି। ଏହାଛଡା କିଛି ଦିନ ପରେ ସାରା ଦେଶରେ ସ୍ୱାଧୀନତା ଦିବସ ପାଳିତ ହେବ। ଯାହାର ପ୍ରଭାବ କାଶ୍ମୀର ସମେତ ଅନ୍ୟ ରାଜ୍ୟମାନଙ୍କ ଉପରେ ପଡିବ ବୋଲି ଆଶଙ୍କା କରାଯାଉଛି। ଏଣୁ ସବୁ ରାଜ୍ୟର ରାଜ୍ୟ ସରକାରମାନଙ୍କୁ ମଧ୍ୟ ଏଥିଲାଗି ବିଶେଷ ସତର୍କତା ଅବଲମ୍ବନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଥିବା କେନ୍ଦ୍ର ସରକାରଙ୍କର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.