କେନ୍ଦ୍ର ଗୃହମନ୍ତ୍ରୀଙ୍କ ‘ଭାଷା’ ଓକିଲାତିକୁ ନେଇ ଦେଶରେ ବିତର୍କ, ଜାଣନ୍ତୁ କ’ଣ କହିଛନ୍ତି ହିନ୍ଦୀ ବିରୋଧୀ

Published By : Prameya-News7 Bureau | September 14, 2019 IST

ନୂଆଦିଲ୍ଲୀ :  ‘ହିନ୍ଦୀ ଦିବସ’ ଅବସରରେ ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ‘ଗୋଟିଏ ଦେଶ ଗୋଟିଏ ଭାଷା’ ଲାଗି ଓକିଲାତି କରିଛନ୍ତି। କେନ୍ଦ୍ରମନ୍ତ୍ରୀ ବିଶ୍ୱରେ ଦେଶକୁ ପରିଚିତ କରାଉଥିବା ଭାଷାକୁ ଜାତୀୟ ଭାଷା ମାନ୍ୟତା  ଦେବାକୁ କହିଛନ୍ତି। ଯାହାକୁ ନେଇ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ, ଡିଏମକେ ମୁଖ୍ୟ ଷ୍ଟାଲିନ ଓ ଏଆଇଏମଆଇଏମ୍ ନେତା ଅସଦୁଦ୍ଦିନ ଓବେସୀ ଆଦି   ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ଫଳରେ ରାଜଭାଷା ହିନ୍ଦୀକୁ ନେଇ ପୁଣିଥରେ ଦେଶରେ ବିତର୍କ ଆରମ୍ଭ ହୋଇଯାଇଛି।

wp:html /wp:html

ହିନ୍ଦୀ ଦିବସ ଲାଗି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଶବାସୀଙ୍କୁ ଏକ ବାର୍ତ୍ତା ଦେଇଛନ୍ତି। ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି ‘ଦେଶରେ ଅନେକ ଭାଷା ଅନେକ ବୋଲି   ରହିଛି। ମୋତେ ଲାଗୁଛି ଏହାହିଁ ଆମ ଦେଶର ସବୁଠୁ ବଡ ଶକ୍ତି। ତେବେ ଦେଶର ଗୋଟିଏ ଭାଷା ହେବା ଆବଶ୍ୟକ, ଯାହା ଦ୍ୱାରା ଦେଶରେ ବିଦେଶୀ ଭାଷାକୁ ଜାଗା ନ ମିଳେ। ହୁଏତ ଏହାକୁ ଧ୍ୟାନରେ ରଖି ଆମର ପୂର୍ବଜ ଓ ସ୍ୱତନ୍ତ୍ରତା ସଂଗ୍ରାମୀମାନେ ରାଜଭାଷାର ପରିକଳ୍ପନା କରିଥିଲେ ଓ ରାଜଭାଷା ଭାବେ ହିନ୍ଦୀକୁ ସର୍ବମାନ୍ୟ କରିଥିଲେ’।

wp:html /wp:html

ତେବେ ଶାହଙ୍କ ବୟାନ ଦେଶରେ ଝଡ ସୃଷ୍ଟି କରିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ଟ୍ୱିଟ୍ ବାର୍ତ୍ତାରେ ହିନ୍ଦୀ ଦିବସର ଅଭିନନ୍ଦନ ଜ୍ଞାପନ କରିବା ସହ ମାତୃଭାଷାକୁ କେବେ ଭୁଲିବା କଥା ନୁହେଁ ବୋଲି ଉଲ୍ଲେଖ କରିଛନ୍ତି। ସେହିପରି ଏଆଇଏମଆଇଏମ୍ ନେତା ଓବେସୀ ହିନ୍ଦୀକୁ ହିନ୍ଦୁତ୍ୱ ସହ ଯୋଡି ସାମ୍ପ୍ରଦାୟିକ ରଙ୍ଗ ଦେବାକୁ ଉଦ୍ୟମ କରିଛନ୍ତି। ସେ ଟ୍ୱିଟ୍ କରି ହିନ୍ଦୀ ପ୍ରତ୍ୟେକ ଭାରତୀୟଙ୍କ ମାତୃଭାଷା ନୁହେଁ ବୋଲି କହିଛନ୍ତି। ସମ୍ବିଧାନର ଅନୁଚ୍ଛେଦ ୨୯ ଭାରତୀୟଙ୍କୁ ନିଜର ପୃଥକ ଭାଷା ଓ ସଂସ୍କୃତିର ଅଧିକାର ଦିଏ। ତେବେ ଭାରତ ହିନ୍ଦୀ, ହିନ୍ଦୁ ଓ ହିନ୍ଦୁତ୍ୱରୁ  ବି ବିଶାଳ ବୋଲି କହିଛନ୍ତି।

wp:html /wp:html

ଅନ୍ୟପକ୍ଷରେ ଡିଏମକେ ନେତା ଏମ.କେ. ଷ୍ଟାଲିନ୍ ଟ୍ୱିଟ୍ ରେ ହିନ୍ଦୀକୁ ଲଗାତାର ଆମ ଉପରେ ଥୋପିବାକୁ ଉଦ୍ୟମ କରାଯାଉଥିବାରୁ ଆମେ ଏହାକୁ ବିରୋଧ କରୁଛୁ। ଏଥିରେ ଅମିତ ଶାହଙ୍କ ହିନ୍ଦୀ ଦିବସ ବାର୍ତ୍ତା ପୁଣି ବ୍ୟଥିତ କରିଛି। ତାଙ୍କର ଏଭଳି ବାର୍ତ୍ତା ଦେଶର ଏକତାକୁ ପ୍ରଭାବିତ କରିବ। ଏଣୁ କେନ୍ଦ୍ର ଗୃହମନ୍ତ୍ରୀ ତାଙ୍କ ମନ୍ତବ୍ୟକୁ ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ଦୁଇଦିନ ବାଦ ତାଙ୍କ ପାର୍ଟିର ୱାର୍କିଂ କମିଟି ବୈଠକ ଅନୁଷ୍ଠିତ ହେବ ଏଥିରେ ସେ ପ୍ରସଙ୍ଗକୁ ଉତ୍ଥାପନ କରିବେ ବୋଲି ଧମକ ମଧ୍ୟ ଦେଇଛନ୍ତି।

wp:html /wp:html

ତେବେ ଶନିବାର ହିନ୍ଦୀ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜ୍ଞାପନ କରିଛନ୍ତି। ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ନାଗରିକ ସେମାନଙ୍କ ମାତୃଭାଷାର ଖୁବ୍ ପ୍ରୟୋଗ କରନ୍ତୁ ସାଙ୍ଗରେ ହିନ୍ଦୀ ଭାଷାର ପ୍ରୟୋଗ କରି ଦେଶର ଗୋଟିଏ ଭାଷା ଲାଗି  ସ୍ୱପ୍ନ ଦେଖିଥିବା ମହାତ୍ମା ଗାନ୍ଧୀ ଓ ସର୍ଦ୍ଦାର ପଟେଲଙ୍କ ସ୍ୱପ୍ନକୁ ବି ସାକାର କରନ୍ତୁ ବୋଲି ଟ୍ୱିଟ୍ ରେ ଉଲ୍ଲେଖ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.