Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ପୁଅର କୁକର୍ମ ବାପା ଉପରେ ପଡିଲା ଭାରି, ସଙ୍କଟରେ ଶାହାରୁଖ ଖାନଙ୍କ ବ୍ରାଣ୍ଡ ଭାଲ୍ୟୁ

4/10/2021 at 10:12 PM

ଭୁବନେଶ୍ଵର ୦୪।୧୦: ଡ୍ରଗ୍ସ ମାମଲାରେ NCB ବାଦଶାହାଙ୍କ ପୁଅ ଆର୍ୟନ ଗିରଫ । ବାପା ଶାହାରୁଖ ଖାନଙ୍କ ୩୭୮ କୋଟି ଟଙ୍କାର ବ୍ରାଣ୍ଡ ଭାଲ୍ୟୁ ସଂକଟରେ । ସୋସିଆଲ ମିଡିଆରେ ଶାହାରୁଖଙ୍କ ସମେତ ସେ ବିଜ୍ଞାପନ କରୁଥିବା ବ୍ରାଣ୍ଡସ୍ କୁ ଜୋରଦାର ଟ୍ରୋଲ୍ କରାଯାଉଛି । ଏବେ ଶାହାରୁଖଙ୍କ ବ୍ରାଣ୍ଡ ଭାଲ୍ୟୁ ୩୭୮କୋଟି ଟଙ୍କା । ତେବେ ପୁଅ ଗିରଫ ହେବା ପରେ ଏହା କମିବା ଆଶଙ୍କା କରୁଛନ୍ତି ମାର୍କେଟ୍ ଏକ୍ସପର୍ଟ । ଶାହାରୁଖ ଏବେ ୪୦ଟି ବ୍ରାଣ୍ଡ ସହ କାମ କରୁଛନ୍ତି, ଯାହା ଭିତରେ ରହିଛି କିଛି ଏଜୁକେସନାଲ୍ ଷ୍ଟାର୍ଟଅପ୍ । ଏପରେ ସୋସିଆଲି ମିଡିଆରେ ଲୋକ ଟ୍ରୋଲ କରି ପଚାରିଛନ୍ତି, ନିଜ ପୁଅ ତ ଡ୍ରଗ୍ସ ମାମଲାରେ ଫଶିଛନ୍ତି, ସେ ଅନ୍ୟ ପିଲାମାନଙ୍କୁ କଣ ପ୍ରେରଣା ଦେବେ । ଏସବୁ ବ୍ରାଣ୍ଡରୁ ଶାହାରୁଖ ଓହରିଯିବା ଉଚିତ ବୋଲି ଟ୍ରୋଲର  କହିବା ଆରମ୍ଭ କଲେଣି ।

୨୦୨୦ର ତଥ୍ୟ ଅନୁଯାୟୀ ବ୍ରାଣ୍ଡ ଭାଲ୍ୟୁରେ ବିରାଟ କୋହଲି, ଅକ୍ଷୟ କୁମାର ଏବଂ ରଣବୀରଙ୍କ ପରେ ଶାହାରୁଖ ଅଛନ୍ତି ଚତୁର୍ଥ ସ୍ଥାନରେ । ଫୋର୍ବସ ତାଲିକାରେ ବିଶ୍ବର ୧୦ ଟପ୍ ଧନୀ ଅଭିନେତାଙ୍କ ଭିତରେ ରହିଛି ଭାରତରୁ କେବଳ ଶାହାରୁଥ ଏବଂ ଅମିତାଭ ବଚ୍ଚନଙ୍କ ନାଁ । ଶାହାରୁଖଙ୍କ ମୋଟ ସମ୍ପତ୍ତି ୫ହଜାର ୧୧୬କୋଟି ଟଙ୍କା ଆକଳନ କରାଯାଉଛି । ଜେରୀ ସେନଫିଲଡ୍ ଏବଂ ଚାଇଲର୍ ପେରୀଙ୍କ ପରେ ଶାହାରୁଖ ହେଉଛନ୍ତି ବିଶ୍ବର ତୃତୀୟ ଧନୀ ଆକ୍ଟର ।

ଫିଲ୍ମ, ବ୍ରାଣ୍ଡ ଆମ୍ବାସଡ ର୍ ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ ପ୍ରଡକ୍ସନ, VFX ଏବଂ IPL ଟିମ୍ ଭଳି ବିଜନେସ୍‌ ରୁ ଶାହାରୁଖଙ୍କ ଉପାର୍ଜନ ଆସେ । ଗୋଟିଏ ଦିନ ବିଜ୍ଞାପନ ସୁଟିଂ ପାଇଁ ଶାହାରୁଖ ନିଅନ୍ତି ୪କୋଟି ଟଙ୍କା । ଏବେ ଏହା ଉପରେ ପ୍ରଭାବ ପଡିବା ଆଶଙ୍କା ଦେଖା ଯାଇଛି ।

   Related Posts