Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ବିବାଦରେ ଶାହାରୁଖ୍ ଖାନ୍‌ଙ୍କ ‘ଜବ୍ରା ଫ୍ୟାନ୍’ ଗୀତ: ପ୍ରଡକ୍ସନ୍ ଟିମ୍କୁ ଦେବାକୁ ପଡିବ ଜରିମାନା..

23/09/2021 at 9:20 AM

ମୁମ୍ବାଇ ୨୩/୦୯ : ବିବାଦରେ ବଲିଉଡ ବାଦ୍‌ଶାହା ଶହାରୁଖ ଖାନ୍‌ଙ୍କ ‘ଫ୍ୟାନ୍‌’। ପିଡଲା ସୁପ୍ରିମକୋର୍ଟଙ୍କ ଛାଟ। ଭର୍ତ୍ସନା କଲେ ସର୍ବୋଚ୍ଚ ଅଦାଲତ। କେବଳ ସେତିକି ନୁହେଁ ଜରିମାନା ମଧ୍ୟ ଲଗାଇଲେ। ୨୦୧୬ରେ ଶାହାରୁଖ ଖାନ୍‌ଙ୍କ ରିଲିଜ ହୋଇଥିବା ଫିଲ୍ମ ‘ଫ୍ୟାନ୍‌’କୁ ନେଇ ସୁପ୍ରିମର୍କୋଟରେ ଏକ ଆବେଦନ ହୋଇଥିଲା। ଏହାର ଶୁଣାଣି କରି ଆଜି ସୁପ୍ରିମକୋର୍ଟ ପୂରା ପ୍ରଡକ୍ସନ ଟିମ୍‌କୁ ଭର୍ତ୍ସନ କରିଛନ୍ତି। ୨୦୧୬ରେ ଆଫରିନ୍‌ ଜୈଦ ନାମକ ଜଣେ ମହିଳା ଫିଲ୍ମ ‘ଫ୍ୟାନ୍’ର ପୂରା ଟିମ୍‌ ଶାହାରୁଖ ଖାନ୍‌, ନିର୍ଦ୍ଦେଶକ ମନୀଷ ଶର୍ମା ଏବଂ ଫିଲ୍ମମେକର ଆଦିତ୍ୟ ଚୋପ୍ରାଙ୍କ ବିରୋଧରେ କନ୍ୟୁଜମର କୋର୍ଟରେ ଠକେଇ ମାମଲା ରୁଜୁ କରିଥିଲେ। ସେ ଏହି ଫିଲ୍ମରୁ ‘ଜବ୍‌ରା ଫ୍ୟାନ୍‌’ ଗୀତକୁ ହଟାଇ ଦିଆଯାଇଥିବା ନେଇ ଅଭିଯୋଗ କରିଥିଲେ।

ଏବେ ଏହି ମାମଲାର ଶୁଣାଶି କରି କୋର୍ଟ ପ୍ରଡକ୍ସନ ଟିମ୍‌କୁ କଡା ଭର୍ତ୍ସନା କରିଛନ୍ତି। ସେ କହିଛନ୍ତି, ଯଦି ଫାଇନାଲ ଫିଲ୍ମରେ ଗୀତକୁ କାଟି ଦିଆଯାଇଥିଲା ତେବେ ଗୀତ ସହ ଫିଲ୍ମ ମାର୍କେଟିଂ କାହିଁକି କରାଯାଇଥିଲା ବୋଲି ପ୍ରଡକ୍ସନ ହାଉସକୁ ପ୍ରଶ୍ନ କରିଛନ୍ତି। ଏଥିସହ ପ୍ରଡକ୍ସନ ହାଉସ ଅଭିଯୋଗକାରୀଙ୍କୁ ୧୫ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟଙ୍କ ଓକିଲ ବିବେକ ନାରାୟଣ କହିଛନ୍ତି, ‘ଫିଲ୍ମ ଏକ ପ୍ରଡକ୍ଟ ଭଳି। ପ୍ରମୋ ଜରିଆରେ ଦର୍ଶକଙ୍କୁ ଆପଣ ଫିଲ୍ମର ଝଲକ୍‌ ଦେଖାଉଛନ୍ତି। ଯତେବେଳେ ଗ୍ରାହକ ପ୍ରଡକ୍ଟରେ କୌଣସି ଜିନିଷ ନଥିବା ଦେଖେ ତେବେ ସେ ଅନୁକମ୍ପା ରାଶି ଦାବି କରିପାରିବେ। କାରଣ ଫିଲ୍ମର ଟିକେଟ, ଥିଏଟର ଯାଏଁ ଯିବା ପାଇଁ ଗାଡି ଭଡା ଆଦିରେ ଦର୍ଶକମାନେ ଟଙ୍କା ଖର୍ଚ୍ଚ କରିଥା’ନ୍ତି।’

ଉଲ୍ଲେଖଯୋଗ୍ୟ ଯେ, ଅଭିଯୋଗକାରୀ ଆଫରିନ ଫାତିମା ଜୈଦ ହେଉଛନ୍ତି ଜଣେ ଶିକ୍ଷକ। ୨୦୧୬ରେ ଫିଲ୍ମର ପ୍ରମୋରେ ଯେଉଁ ଗୀତ ଥିଲା ତାହା ଫିଲ୍ମରେ ନଥିଲା। ଏହାକୁ ନେଇ ସେ ମାମଲା ରୁଜୁ କରିଥିଲେ। ସେତେବେଳେ ୟଶରାଜ ବ୍ୟାନର ତରଫରୁ କୁହାଯାଇଥିଲା ଯେ, ‘ଜବ୍‌ରା ଫ୍ୟାନ୍‌’ ଗୀତଟି ଫିଲ୍ମର ପ୍ରମୋଶନ ପାଇଁ ଥିଲା। ଏହା ଫିଳ୍ମର ଅଂଶ ହୋଇପାରିବ ନାହିଁ। ଫିଲ୍ମରେ କ’ଣ ଦୃଶ୍ୟ ରହିବ, କ’ଣ ଗୀତ ରହିବ, କ’ଣ ଏଡିଟ୍‌ କରି ଫିଲ୍ମ ରିଲିଜ କରାଯିବ ଏ ସବୁ ନିଷ୍ପତ୍ତି ଫିଲ୍ମର ପ୍ରଡ୍ୟୁସର ଏବଂ ଡାଇରେକ୍ଟର ନିଷ୍ପତ୍ତି ନେବେ। ସାଧାରଣ ଜନତା ଫିଲ୍ମ କ’ଣ ରହିବ ଏବଂ କେଉଁ ଦୃଶ୍ୟ ଦେଖାଯିବ ତାହା କହିପାରିବେ ନାହିଁ।

   Related Posts