Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ପ୍ରଶଂସକଙ୍କୁ ଶାହରୁଖଙ୍କ ଉପହାର : ଟାସ୍କ ପୁରା କଲେ ୩ ଭାଗ୍ୟଶାଳୀ ବିଜେତାଙ୍କୁ ଭିଡିଓ କଲ୍ କରିବେ କିଙ୍ଗ୍ ଖାନ୍

10/05/2020 at 6:33 PM

ମୁମ୍ବାଇ ୧୦/୦୫ : ଶାହରୁଖ ଖାନଙ୍କ କମ୍ପାନୀ ରେଡ ଚିଲିଜ ଓଟିଟି ପ୍ଲାଟଫର୍ମରେ ନିଜର ୱେବସିରିଜ ‘ବେତଲ’ ରିଲିଜ କରିବାକୁ ଯାଉଛି | ଏହାର ଟ୍ରେଲର ମେ ୮ ତାରିଖରେ ରିଲିଜ ହୋଇଥିଲା | ଏହା ଏକ ହରର ଥ୍ରୀଲର ସିରିଜ | ଏହାକୁ ପେଟ୍ରିକ ଗ୍ରାହମ ନିର୍ଦେଶନା ଦେଇଛନ୍ତି | ଟ୍ରେଲର ଦେଖିବା ପରେ ଶାହରୁଖ ଖାନଙ୍କ ପ୍ରଶଂସକ ସିରିଜ ରିଲିଜ ତାରିଖକୁ ଅପେକ୍ଷା କରିଛନ୍ତି | ଏଟି ମଧ୍ୟରେ ଶାହରୁଖ ଖାନ ନିଜ ପ୍ରଶଂସକଙ୍କୁ ଏକ ଟାସ୍କ ଦେଇଛନ୍ତି | ଏହି ଟାସ୍କ ସମ୍ପୂର୍ଣ କଲେ ୩ ଜଣ ବିଜୟୀଙ୍କୁ ପୁରସ୍କାର ମଧ୍ୟ ଦିଆଯିବ | ଏହି ନିଶ୍ଚୟ ସମସ୍ତଙ୍କୁ ଖୁସି କରିବ |

ଶାହରୁଖ ଖାନ ଚାହୁଁଛନ୍ତି ଯେ, ଲକ ଡାଉନ ସମୟରେ ଲୋକେ ଏହି ସମୟକୁ ଉପଭୋଗ କରନ୍ତୁ, ଲୋକେ ଘରେ ରହି ଇଣ୍ଡୋର ହରର ଫିଲ୍ମ ତିଆରି କରନ୍ତୁ | ଏହି ଟାସ୍କ ଅନୁଯାୟୀ ୩ ବିଜେତାଙ୍କୁ ଶାହରୁଖ ଖାନ ନିଜେ ଭିଡିଓ କଲ କରିବେ | ଏନେଇ ନିଜେ କିଙ୍ଗ ଖାନ ସୂଚନା ଦେଇଛନ୍ତି |

ଶାହରୁଖ ଖାନ ଇନ୍ସଟାଗ୍ରାମରେ ଏକ ପୋଷ୍ଟ କରି ଲେଖିଛନ୍ତି, ‘ଗୋଟିଏ ଭଲ ହରର ଫିଲ୍ମ କିମ୍ବା ସିରିଜ କିଏ ବା ଉପଭୋଗ ନ କରେ | ଯେହେତୁ ସମସ୍ତେ କ୍ଵାରେଣ୍ଟାଇନରେ ଅଛୁ ଆମକୁ କିଛି ଖାଲି ସମୟ ମିଳିଛି | ଏହିଭଳି ସମୟରେ କ୍ଵାରେଣ୍ଟାଇନ ବେଳେ ଆମେ ସମସ୍ତେ କିଛି ଅଲଗା କାମ କରିବା ଉଚିତ ଯାହା ମଜାଦାର, ରୋମାଞ୍ଚକ, ରଚନାତ୍ମକ ଓ ଭୟାନକ ମଧ୍ୟ ହୋଇଥିବ |’

ଏହି ପୋଷ୍ଟ ସହ ଶାହରୁଖ ଖାନ ଲୋକଙ୍କୁ ସର୍ଟ ଫିଲ୍ମ ତିଆରି ପାଇଁ କିଛି ଟିପ୍ସ ଓ ନିୟମ ମଧ୍ୟ ଦେଇଛନ୍ତି | ଏହି ନିୟମ ଅନୁଯାୟୀ ସାମାଜିକ ଦୂରତା ନିୟମ ପାଳନ କରିବା ଆବଶ୍ୟକ | ତାଛଡା ଫିଲ୍ମରେ ବ୍ୟବହୃତ ପ୍ରପ ମଧ୍ୟ ହୋମ ମେଡ଼ ହୋଇଥିବ ଦରକାର | ଭିଡିଓ ମେଲ କରିବାକୁ ଶାହରୁଖ ଖାନ ଏକ ମେଲ ଆଇଡି ମଧ୍ୟ ଦେଇଛନ୍ତି ଯେଉଁଥିରେ ଲୋକେ ନିଜ ନିଜ ଭିଡିଓ ପଠାଇବେ | ଭିଡିଓ ସେୟାର କରିବାର ଶେଷ ତାରିଖ ମେ ୧୮ ତାରିଖ | ଏହି ଟାସ୍କର ୩ ଭାଗ୍ୟଶାଳୀ ବିଜେତାଙ୍କୁ ଶାହରୁଖ ଖାନ ଭିଡିଓ କଲ କରିବେ ଏବଂ କଥାବାର୍ତ୍ତା ହେବେ |

   Related Posts