Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ପାପା ଶାହାରୁଖଙ୍କ ସହ ମନ୍ନତରେ ପହଞ୍ଚିଲେ ଆର୍ଯ୍ୟନ, ଘର ବାହାରେ ଢୋଲ ,ବାଜା ସହ ହେଲା ଚାଳିଶା ପାଠ…

30/10/2021 at 12:45 PM

ମୁମ୍ବାଇ ୩୦।୧୦ :  ଅପେକ୍ଷାର ହେଲା ଅନ୍ତ । କଳା କଠୋରୀରୁ ମୁକୁଳିଲେ ଆର୍ଯ୍ୟନ୍‌ । ଶାହାରୁଖ ସହ ମନ୍ନତରେ ପହଞ୍ଚିଲେ ଆର୍ଯ୍ୟନ୍‌ । ଏ ଖବର କେବଳ ଶାହରୁଖଙ୍କ ପରିବାର ସଦସ୍ୟ ନୁହେଁ ତାଙ୍କ ଫ୍ୟାନ୍‌ମାନଙ୍କ ଖୁସିକୁ ମଧ୍ୟ ଦ୍ୱିଗୁଣିତ କରିଦେଇଛି। ଶାହରୁଖ ଘର ‘ମନ୍ନତ’ ବାହାରେ ଲାଗିଛି ଫ୍ୟାନ୍‌ମାନଙ୍କ ଭିଡ। ମନ୍ନତ’କୁ ନବବଧୂ ଭଳି ସଜେଇ ଦିଆଯାଇଛି। ବିଭିନ୍ନ ରଙ୍ଗ ବେରଙ୍ଗର ଲାଇଟେ ସଜେଇ ହୋଇଛି ମନ୍ନତ। ପୁଅ ଘରକୁ ଫେରିବା ଖୁସିରେ ଶାହରୁଖ ଏବଂ ଗୌରୀ ମଧ୍ୟ ବେଶ୍‌ ଖୁସି ଅଛନ୍ତି। ଆର୍ଯ୍ୟନ୍‌ଙ୍କ ପାଇଁ ଫ୍ୟାନ୍‌ମାନେ ଭିଡ ଜମାଇଛନ୍ତି। ଏହାରି ଭିତରେ ମନ୍ନତ ବାହାରେ ଶୁଭିଛି ମନ୍ତ୍ର ଉଚ୍ଚାରଣ। ହନୁମାନ ଚାଳିଶା ପାଠ କରିଛନ୍ତି ଜଣେ ସାଧୁ ସନ୍ଥ। ଢୋଲ , ବାଜା ସହ କରାଗଲା ସ୍ବାଗତ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ମନ୍ନତ ପହଞ୍ଚିବା ପରେ ପ୍ରଶଂସକମାନେ ଖୁସି କହିଲେ ନସରେ। ଜଣେ ବାବା ମଧ୍ୟ ତାଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି। ସେ କିଙ୍ଗ ଖାନଙ୍କ ଘର ବାହାରେ ବସି ହନୁମାନ ଚାଲିଶା ପାଠ କରିଛନ୍ତି। ବାବାଙ୍କ ବ୍ୟତୀତ ଅନ୍ୟ ପ୍ରଶଂସକମାନେ ମଧ୍ୟ ଶାହରୁଖଙ୍କ ଘର ବାହାରେ ଏକାଠି ହୋଇଛନ୍ତି। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ବିଭିନ୍ନ ଫ୍ୟାନ୍‌ମାନେ ଆର୍ଯ୍ୟନ୍‌ଙ୍କ ପୋଷ୍ଟର ଧରି ଘର ଠିଆ ହୋଇଛନ୍ତି।

   Related Posts