Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

‘ସେମାନଙ୍କ ବାପା ସେମାନଙ୍କୁ ଶିଖେଇପାରିଲେନି ତ ମୁଁ କ’ଣ ଶିଖେଇବି’, ଅଭିଷେକ ବଚ୍ଚନ ଓ ଭିଭାନ ଶାହଙ୍କ ଉଦ୍ଦେଶ୍ୟରେ ଏମିତି କହିଥିଲେ ଶାହରୁଖ ଖାନ୍

31/07/2021 at 12:20 PM

ମୁମ୍ବାଇ ୩୧/୦୭ : ୨୦୧୪ ମସିହାରେ, ଫରାହ ଖାନଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ହାପି ନ୍ୟୁ ଇୟର’ ରିଲିଜ୍ ହୋଇଥିଲା ​​। ଏହି ଫିଲ୍ମରେ ଶାହରୁଖ ଖାନ, ଅଭିଷେକ ବଚ୍ଚନ, ଭିଭାନ ଶାହା, ସୋନୁ ସୁଦ, ଦୀପିକା ପାଦୁକୋନ ଏବଂ ବୋମନ ଇରାନୀ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମର ପ୍ରମୋସନ ପାଇଁ ଟିଭି ସୋ’ ‘କୌନ ବନେଗା କରୋଡପତି’ରେ ସେମାନେ ପହଞ୍ଚିଥିଲେ ଏବଂ ସେତେବେଳେ ଶାହାରୁଖ ଏକ ମଜାଳିଆ କଥା ସେୟାର କରିଥିଲେ।

Happy New Year everywhere: How SRK and team showed that a film can spread  happiness all over! | Bollywood News – India TV

ଅମିତାଭ ବଚ୍ଚନଙ୍କ ଦ୍ୱାରା ହୋଷ୍ଟେଡ୍ ଟିଭି ସୋ ‘କୌନ ବନେଗା କରୋଡପତି’ରେ ଶାହରୁଖ ଖାନ କହିଥିଲେ, ‘ଥରେ ଫରାହ ମୋତେ ଅନେକ ଅଭିଯୋଗ କରିଥିଲେ, ସେ କହିଥିଲେ ଯେ ଅଭିଷେକ ଏବଂ ଭିଭାନ ତାଙ୍କୁ ବହୁତ ହଇରାଣ କରୁଛନ୍ତି ଏବଂ ଚିଡାଉଛନ୍ତି । ବାରମ୍ବାର ତାଙ୍କ ଫଟୋକୁ ନେଇ ଟ୍ୱିଟରରେ ପକାଉଛନ୍ତି । ଏହା ଶୁଣି ମୁଁ କହିଥିଲି, ଯଦି ଅଭିଷେକ ଏବଂ ଭିଭାନ୍ ତୁମକୁ ବହୁତ ହଇରାଣ କରୁଛନ୍ତି, ତେବେ ତୁମେ ଯାଇ ସେମାନଙ୍କ ସହିତ କଥାବାର୍ତ୍ତା କର । କିନ୍ତୁ ଫରାହ କହିଥିଲେ ଯେ ସେ ଆଜି ବହୁତ ରାଗିଛନ୍ତି ଏବଂ ମୁଁ ଯାଇ ଉଭୟଙ୍କ ସହ କଥା ହେବା ଉଚିତ୍।

ଶାହାରୁଖ ଅମିତାଭଙ୍କୁ ଆହୁରି କହିଛନ୍ତି, ‘ତେଣୁ  ମୁଁ ସେମାନଙ୍କ ପାଖରେ ପହଞ୍ଚିଲି ଏବଂ କହିବା ଆରମ୍ଭ କଲି ତା’ପରେ ମୋ ମନକୁ ଏହା ଆସିଲା ଯେ ଅଭିଷେକ ବଚ୍ଚନଙ୍କ ବାପା ଶ୍ରୀ ବଚ୍ଚନ ଏବଂ ଭିଭାନଙ୍କ ବାପା ହେଉଛନ୍ତି ଶ୍ରୀ ନାସିରୁଦ୍ଦିନ ଶାନ। ଯଦି ସେମାନଙ୍କ ବାପା ତାଙ୍କୁ ଶିଖାଇ ପାରିଲେ ନାହିଁ, ମୁଁ କଣ ତାଙ୍କୁ ଶିଖାଇବି ।

ଶାହାରୁଖ ଖାନଙ୍କୁ ଶେଷଥର ପାଇଁ ୨୦୧୮ ମସିହାରେ ଜିରୋ ଫିଲ୍ମରେ ଦେଖିବାକୁ ମିଳିଥିଲା ​​। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଆନନ୍ଦ ଏଲ ରାୟ। ଏହା ପରେ ଶାହାରୁଖ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଫିଲ୍ମରେ ଅଭିନୟ କରିନାହାଁନ୍ତି। ତେବେ ଖୁବ ଶୀଘ୍ର ଶାହାରୁଖ ସିଦ୍ଧାର୍ଥ ଆନନ୍ଦଙ୍କ ଫିଲ୍ମ ପଠାନରେ ନଜର ଆସିବେ। ଏହି ଫିଲ୍ମରେ ଦୀପିକା ପାଦୁକୋନ ଏବଂ ଜନ୍ ଅବ୍ରାହାମ ନଜର ଆସିବେ।

   Related Posts