Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଇଣ୍ଡିଆନ୍ ସାଇନ୍ ଲାଙ୍ଗୁଏଜ୍ ଡିକ୍ସିନାରୀରେ ସାମିଲ ହେଲା ଶାହରୁଖ ଖାନଙ୍କ ନାମ, ପ୍ରଧାନମନ୍ତ୍ରୀ ମୋଦୀ କରିଥିଲେ ଉନ୍ମୋଚନ

24/09/2021 at 11:07 AM

ମୁମ୍ବାଇ ୨୪/୦୯: ବଲିଉଡର କିଙ୍ଗ ଖାନ ବା ଶାହରୁଖ ଖାନ ଦୀର୍ଘ ଦିନ ଧରି ଫିଲ୍ମରୁ ଦୂରେଇ ରହିଥିଲେ ମଧ୍ୟ କିନ୍ତୁ ଖବରଠାରୁ କେବେ ଦୂରଇ ରହିନାହାଁନ୍ତି। ଦୀର୍ଘ ସମୟ ଧରି, ତାଙ୍କର କୌଣସି ଫିଲ୍ମ ରିଲିଜ୍ ହୋଇନଥିଲା, କିନ୍ତୁ ବେଳେବେଳେ ଶାହାରୁଖ କିଛି ବିଜ୍ଞାପନ, ତାଙ୍କ ଲୁକ୍ସ ଏବଂ ଉପଲବ୍ଧିକୁ ନେଇ ଚର୍ଚ୍ଚାରେ ରହିଆସିଥିଲେ। ଏବେ ପୁଣି ଥରେ ଶାହାରୁଖ ଆଲୋଚନାର ବିଷୟ ପାଲଟିଛନ୍ତି। ଏହା ପୁଣି ଇଣ୍ଡିଆନ୍ ସାଇନ୍ ଲାଙ୍ଗୁଏଜ୍ ଡିକ୍ସିନାରୀକୁ ନେଇ। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ସାଇନ୍ ଲାଙ୍ଗୁଏଜ୍ ଡିକ୍ସିନାରୀ ଲଞ୍ଚ କରିଥିଲେ। ଯେଉଁଥିରେ କିଙ୍ଗ ଖାନଙ୍କ ଏଣ୍ଟ୍ରି ହୋଇଛି।

Union Minister for Social Justice and Empowerment launched the “2nd Edition  of Indian Sign Language (ISL) Dictionary” for Hearing Impaired Persons.

ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ଚଳିତ ମାସରେ ସାଇନ୍ ଲାଙ୍ଗୁଏଜ୍ ଡେ’ ଅବସରରେ ଏହି ସାଇନ୍ ଲାଙ୍ଗୁଏଜ୍ ଡିକ୍ସିନାରୀ ଲଞ୍ଚ କରିଥିଲେ। ଭିନ୍ନକ୍ଷମମାନଙ୍କୁ ସାହାଯ୍ୟ କରିବା ପାଇଁ ପିଏମ ମୋଦୀଙ୍କ ଦ୍ୱାରା ଏହି ଡିକ୍ସିନାରୀ ଲଞ୍ଚ କରାଯାଇଥିଲା। ଯେଉଁଥିରେ ବର୍ତ୍ତମାନ କିଙ୍ଗ ଖାନଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଛି। ସାଇନ୍ ଲାଙ୍ଗୁଏଜ୍ ଡିକ୍ସିନାରୀରେ କିଙ୍ଗ ଖାନଙ୍କ ଏଣ୍ଟ୍ରି ହେବା ଶୁଣି ପ୍ରଶଂସକ ବହୁତ ଖୁସି ଅଛନ୍ତି।

First-of-its-kind Indian sign language dictionary to be out soon - The  Economic Times

ସାଇନ୍ ଲାଙ୍ଗୁଏଜ୍ ଡିକ୍ସିନାରୀରେ ୧୦ ହଜାର ଶବ୍ଦ ଅଛି, ଯେଉଁଥିରେ ଶାହାରୁଖଙ୍କ ନାମ ମଧ୍ୟ ଅଛି। ଯଦି କେହି ଶାହାରୁଖ ଖାନ କହିବାକୁ ଚାହିଁବେ, ତେବେ ଏଥିପାଇଁ ତାଙ୍କୁ ଆଙ୍ଗୁଳିକୁ ବନ୍ଧୁକ ପରି ନିର୍ଦ୍ଦେଶ କରି ହୃଦୟରେ ଦୁଇଥର ଟ୍ୟାପ୍ କରିବାକୁ ପଡିବ। ଇଣ୍ଡିଆନ୍ ସାଇନ୍ ଲାଙ୍ଗୁଏଜ୍ ଏବଂ ଟ୍ରେନିଂ ସେଣ୍ଟର୍ ଏହାର ଏକ ଭିଡିଓ ଜାରି କରିଛି।

   Related Posts