ଆର୍ଯ୍ୟନ୍‌ଙ୍କ ଯୋଗୁଁ ଶାହାରୁଖଙ୍କ ଖରାପ ହୋଇଗଲାଣି ଇମେଜ୍! ଡୁପ୍ଲିକେଟ୍‌କୁ ମିଳୁ ନାହିଁ କାମ

Published By : Prameya-News7 Bureau | October 12, 2021 IST

ନୂଆଦିଲ୍ଲୀ ୧୨/୧୦: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପାଇଁ ବର୍ତ୍ତମାନ ସମୟ ବହୁତ କଷ୍ଟକର। ଅଭିନେତାଙ୍କ ପୁଅ ଆର୍ଯ୍ୟନ ଖାନ ଡ୍ରଗ୍ ମାମଲାରେ ଫସି ଆର୍ଥର ରୋଡ ଜେଲରେ ଅଛନ୍ତି। କିନ୍ତୁ ଶାହାରୁଖଙ୍କ ଯୋଗୁଁ ଆଉ ଜଣେ ବ୍ୟକ୍ତି ଅଛନ୍ତି ଯିଏକି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଶାହାରୁଖଙ୍କ ପରି ଦେଖାଯାଉଥିବା ରାଜୁ ରହିକୱାର ମଧ୍ୟ ଏହି କାରଣରୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନିକଟରେ ହୋଇଥିବା ଏକ ଇଣ୍ଟରଭ୍ୟୁରେ ସେ ଏ ବିଷୟରେ କହିଛନ୍ତି।

wp:html
/wp:html

ରାଜୁ କହିଛନ୍ତି, ଅକ୍ଟୋବର ୧୦ରେ ସେ ଜୟପୁରରେ ଏକ ବାର୍ଥ ଡେ ପାର୍ଟିରେ ଯୋଗଦେବାର । ଏହା ବ୍ୟତୀତ ତାଙ୍କୁ ଆସନ୍ତା ସପ୍ତାହରେ ମଧ୍ୟ ଅନ୍ୟ ଏକ ଇଭେଣ୍ଟରେ ସାମିଲ ହେବାର ଥିଲା। କିନ୍ତୁ ଉଭୟ ଇଭେଣ୍ଟକୁ କ୍ୟାନସେଲ୍ କରାଗଲା। ଅର୍ଗାନାଇଜର ତାଙ୍କୁ କହିଲେ ଯେ ବର୍ତ୍ତମାନ ସମୟରେ ସାହାରୁଖ ଖାନଙ୍କ ଯେଉଁ ଇମେଜ୍ ଅଛି ସାଧାରଣ ଲୋକମାନେ ତାହାକୁ ସହଜ ଅନୁଭବ କରୁନାହାଁନ୍ତି। ଅଭିନେତା ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡିତ ସମସ୍ୟା ସେୟାର କରି କହିଛନ୍ତି, ସେ ଏହି ଦୁଇଟି ଇଭେଣ୍ଟରୁ ଯେଉଁ ଟଙ୍କା ପାଇଥାନ୍ତେ ସେଥିରେ ସେ ନିଜ ପିଲାମାନଙ୍କର ସ୍କୁଲ ଫି ଭରିଥାନ୍ତେ। କିନ୍ତୁ ବର୍ତ୍ତମାନ ସବୁକିଛି ଓଲଟପାଲଟ ହୋଇଯାଇଛି। ତେବେ ରାଜୁଙ୍କ ଶାହାରୁଖ ଖାନଙ୍କ ନିକଟରେ କୌଣସି ଅଭିଯୋଗ ନାହିଁ ଏବଂ ସେ ତାଙ୍କୁ ତାଙ୍କ ଗଡ ଫାଦର ବୋଲି ବିବେଚନା କରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.