ଦୁନିଆର ସବୁଠୁ ଦାମୀ ଡେନିମ୍‌ ଜ୍ୟାକେଟ୍‌ରେ ନଜର ଆସିଲେ ଶାହରୁଖ୍ ଖାନ, ଜାଣନ୍ତୁ କେତେ ଦାମ..

Published By : Prameya-News7 Bureau | October 05, 2019 IST

ମୁମ୍ବାଇ୫|୯: ବଲିଉଡ୍‌ର ବାଦଶାହ ଶାହରୁଖ୍‌ ଖାନ କିଛିଦିନ ହେବ ଫିଲ୍ମ ଦୁନିଆରୁ ଦୂରେଇ ରହିଛନ୍ତି। କିନ୍ତୁ ମୁମ୍ବାଇର ବିଭିନ୍ନ କାର୍ଯ୍ୟକ୍ରମରେ ଶାହରୁଖ୍‌ ନଜର ଆସିଥାନ୍ତି। ନିକଟରେ ସେ ଏକ ଇଭେଣ୍ଟରେ ନଜର ଆସିଥିଲେ। କିଙ୍ଗ୍‌ ଖାନ ପିନ୍ଧିଥିବା ପୋଷାକ ଉପରେ ବେଶ ଚର୍ଚ୍ଚା ହୋଇଥିଲା।

ଶାହରୁଖ୍‌ଙ୍କ ଲାଟେଷ୍ଟ ଓ୍ବେବ ସିରିଜ ‘ବାର୍ଡ ଅଫ୍‌ ବ୍ଲଡ୍‌’ ଲଞ୍ଚ ଅବସରରେ ସେ ନଜର ଆସିଥିଲେ। ସବୁଥର ଭଳି ଏଥର ମଧ୍ୟ ଶାହରୁଖ୍‌ ହ୍ୟାଣ୍ଡସମ ଦେଖା ଯାଉଥିଲେ। ନିଜର ଟ୍ରେଡ୍‌ମାର୍କ କ୍ୟାଜୁଆଲ ପୋଷାକରେ  ସେ ପହଞ୍ଚିଥିଲେ। ପ୍ଲେନ ଧଳା ଟି-ସାର୍ଟ, ବ୍ଲାକ କାରଗୋସ୍‌ ଓ ନୀଳ ରଙ୍ଗର ଡେନିମ୍ ଜ୍ୟାକେଟ୍ ସେ ପିନ୍ଧିଥିଲେ। ଶାହରୁଖ୍‌ଙ୍କ ନୀଳ ରଙ୍ଗର ଡେନିମ୍‌ ଜ୍ୟାକେଟର ଦାମ କେତେ ? ଏହାକୁ ନେଇ ସୋସିଆଲ ମିଡ଼ିଆରେ ଜୋର ଚର୍ଚ୍ଚା ହୋଇଥିଲା। ତେଣୁ ଆସନ୍ତୁ ଜାଣିବା ଶାହରୁଖ ପିନ୍ଧିଥିବା ନୀଳ ରଙ୍ଗର ଜ୍ୟାକେଟର  ଦାମ କେତେ..

ଶାହରୁଖ୍‌ ପିନ୍ଧିଥିବା ଜ୍ୟାକେଟ ବହୁତ ମହଙ୍ଗା। ଶାହରୁଖ୍‌ଙ୍କ ଜ୍ୟାକେଟ୍ ହେଉଛି ଏମଆଇଆରଆଇ ଏକ ଫେସନ ବ୍ରାଣ୍ଡ ଓ ଜ୍ୟାକେଟର ମୂଲ୍ୟ ଏକ ଲକ୍ଷ ୫୦ ହଜାର ଟଙ୍କା। ଏହା ଦୁନିଆର ସବୁଠୁ ମହଙ୍ଗା ଜ୍ୟାକେଟ୍‌।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.