ଫ୍ୟାନଙ୍କୁ ଘର ବିକିବା ପ୍ରଶ୍ନରେ ଜବାବ ଦେଲେ ଶାହରୁଖ୍‌, କହିଲେ- ‘ମନତ୍‌ ବିକ୍ରି କରାଯାଏନି, ହାତଯୋଡ଼ି ମାଗିବାକୁ ପଡ଼େ’

Published By : Prameya-News7 Bureau | October 27, 2020 IST

ମୁମ୍ବାଇ ୨୭/୧୦: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ ନିଜର ନିଆରା ଅନ୍ଦାଜ ପାଇଁ ବେଶ ଲୋକପ୍ରିୟତା ହାସଲ କରିଛନ୍ତି। କେବଳ ଭାରତରେ ନୁହେଁ ବିଦେଶ​‌ରେ ମଧ୍ୟ ଶାହରୁଖ ଖାନଙ୍କ ଫ୍ୟାନ୍ସ ଅଛନ୍ତି । ଶାହରୁଖ ଖାନଙ୍କ ଲାଇଫ୍‌ ଷ୍ଟାଇଲ୍‌ ପୁରା ବିଶ୍ବ​‌ରେ ଚର୍ଚ୍ଚାରେ ସାମିଲ ହୁଏ। ବିଶେଷ କରି ତାଙ୍କ ଘର ‘ମନତ୍’କୁ ନେଇ ସବୁ ବେଳେ ଖବର ସାମ୍ନାକୁ ଆସେ। ତେବେ ନିଜ ଟ୍ବିଟ୍‌ର ଆକାଉଣ୍ଟରେ ‘ଆସ୍କ ମି ଏନିଥିଙ୍ଗ’  ମୋତେ କିଛି ବି ପଚାରିପାରିବ ସେସ୍‌ନରେ ମଙ୍ଗଳବାର ଶାହରୁଖ ନିଜର ମଜାଳିଆ ଅନ୍ଦାଜ୍‌ରେ ଫ୍ୟାନ୍ସଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି।

{"id":351862,"sizeSlug":"large"}

ତାଙ୍କ ଘର ‘ମନତ୍‌’କୁ ବିକିବାକୁ ଚାହୁଁଛନ୍ତି କି ବୋଲି ଜଣେ ଫ୍ୟାନଙ୍କ ପ୍ରଶ୍ନରେ ଶାହରୁଖ ଦେଇଛନ୍ତି ନିଆରା ଜବାବ। ସେ ଲେଖିଛନ୍ତି, ‘ଭାଇ ମନତ୍‌ ବିକ୍ରି କରାଯାଏନି, ମନତ୍‌(ପ୍ରାର୍ଥନା) ମୁଣ୍ଡ ନୁଆଁଇ ମାଗିବାକୁ ପଡ଼େ, ମନେରଖିବ ଯଦି ଜୀବନରେ କିଛି କରିପାରିବ।’

wp:core-embed/twitter {"url":"https://twitter.com/iamsrk/status/1321060280466468864","type":"rich","providerNameSlug":"twitter","className":""}
https://twitter.com/iamsrk/status/1321060280466468864
/wp:core-embed/twitter

ଅନ୍ୟ ଜଣେ ଫ୍ୟାନ୍‌ ଶାହରୁଖଙ୍କୁ ପଚାରିଛନ୍ତି ଯେ ବିବାହ ବାର୍ଷିକୀରେ ତାଙ୍କ ପତ୍ନୀ ଗୌରୀ ଖାନଙ୍କୁ କଣ ଉପହାର ଦେଇଛନ୍ତି। ଏହି ପ୍ରଶ୍ନର ଉତ୍ତର ଦେଇ ଶାହରୁଖ କହିଛନ୍ତି,‘ମୋ ଜୀବନର ସବୁଠୁ ବଡ଼ ଉପହାରକୁ କଣ ଉପହାର ଦେଇପାରିବି ?’  କଣ ଖାଇଲେ ଶାହରୁଖ ଖାନ ହୋଇପାରିବ ବୋଲି ଜଣେ ଫ୍ୟାନଙ୍କ ପ୍ରଶ୍ନରେ ଶାହରୁଖ କହିଛନ୍ତି,‘ଏହା ଏକ ଜୋକ୍‌, ବହୁ ଥର ଏଭଳି ପ୍ରଶ୍ନ ଶୁଣିଛି, ଏହାର ଅର୍ଥ କିଛି ନାହିଁ। ଏହା ଏକ ଜୋକ୍‌।’

wp:core-embed/twitter {"url":"https://twitter.com/iamsrk/status/1321059764214755328","type":"rich","providerNameSlug":"twitter","className":""}
https://twitter.com/iamsrk/status/1321059764214755328
/wp:core-embed/twitter

ଶାହରୁଖ ଖାନଙ୍କ ଫିଲ୍ମ ‘ଜିରୋ’ ୨୦୧୮ରେ ରିଲିଜ୍‌ ହୋଇଥିଲା। ଯେଉଁଥିରେ କ୍ୟାଟ୍ରିନା ଓ ଅନୁଷ୍କା ମଧ୍ୟ ଥିଲେ। କିନ୍ତୁ ଫିଲ୍ମ ‘ଜିରୋ’ ଫ୍ଲଫ୍‌ ହୋଇଥିଲା। ଲଗାତର ଫିଲ୍ମ ଫ୍ଲଫ୍‌ ହେବା ପରେ ଜଣେ ଫ୍ୟାନ୍‌ ପ୍ରଶ୍ନ କରିଥିଲେ, ୧୦ ବର୍ଷ ହେଲା ବାଛୁଥିବା ସ୍କ୍ରିପ୍ଟ ଫ୍ଲଫ୍‌ ହେଉଥିବାରୁ ଆପଣ ଏଥିପାଇ ଅନୁତପ୍ତ କି ? ଏହାର ଜାବବ ଦେଇ ଶାହରୁଖ ଲେଖିଛନ୍ତି, ‘ଜଣେ ନିଜ କାମରେ ବିଶ୍ବାସ କରିବା ଦରକାର, ଲକ୍ଷ୍ୟ ହାସଲ ଓ ଗ୍ରହଣୀୟତା କେବଳ ଦର୍ଶକଙ୍କ ହାତରେ ରହିଛି। ତୁମର ବିଶ୍ବାସ ତୁମ ହୃଦୟରେ ଅଛି।’

wp:core-embed/twitter {"url":"https://twitter.com/iamsrk/status/1321065339531087872","type":"rich","providerNameSlug":"twitter","className":""}
https://twitter.com/iamsrk/status/1321065339531087872
/wp:core-embed/twitter

ଶାହରୁଖ ଖାନ ନିଜ ପରିବାର ସହ ଦୁବାଇରେ ଅଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍‌ ପାଇଁ ଶାହରୁଖ ଖାନ ଦୁବାଇ ଯାଇଛନ୍ତି। ଚଳିତ ଆଇପିଏଲ ସିଜ୍‌ନରେ ବହୁବାର ଶାହରୁଖ ଖାନ ଓ ତାଙ୍କ ପରିବାର ସହ ନଜର ଆସିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.