ଆର୍ଯ୍ୟନଙ୍କ ଜାମିନ ପରେ ଖୁସିରେ ଏଭଳି ଫଟୋ ସେୟାର କଲେ ଭଉଣୀ

Published By : Prameya-News7 Bureau | October 29, 2021 IST

ମୁମ୍ବାଇ ୨୯।୧୦ : କ୍ରୁଜ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଆର୍ଯ୍ୟନ ଖାନଙ୍କୁ ଗୁରୁବାର ବମ୍ବେ ହାଇକୋର୍ଟରୁ ଜାମିନ୍‌ ମିଳିଛି । ତେବେ ଆର୍ୟନଙ୍କୁ ଜାମିନ ମିଳିବା ପରେ ବେଶ୍‌ ଖୁସି ଅଛନ୍ତି ପରିବାର ଲୋକେ। କିଛି ଦିନ ଗାଏବ ହୋଇଯାଇଥିବା ଶାହାରୁଖ ତାଙ୍କ ଲିଗାଲ୍ ଟିମ୍‌ ସହ ଗତକାଲି ଏକ ଫଟୋ ସେୟାର କରିଥିଲେ । ଏହା ସହ ତାଙ୍କ ଓକିଲ ବି ଏନେଇ କହିଥିଲେ କି ଶାହାରୁଖ ତାଙ୍କ ପୁଅର ଜାମିନ ପାଇବା ପରେ ଆଖିରୁ ଖୁସିର ଲୁହ ବାହାରି ଆସିଥିଲା । ହେଲେ ବର୍ତ୍ତମାନ ନିକଟରେ ଆର୍ଯ୍ୟନଙ୍କ ଭଉଣୀ ସୁହାନା ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି।

wp:html
/wp:html

ଏହି ପିଲାବେଳର ଫଟୋରେ ଶାହରୁଖଙ୍କ ସହ ସୁହାନା, ଆର୍ଯ୍ୟନ ମଜାମସ୍ତି କରୁଥିବା ନଜର ଆସୁଛନ୍ତି । ସେଥିରେ ସଲମାନ ମଧ୍ୟ ଅଛନ୍ତି। ସୁହାନା କ୍ୟାପ୍‌ସନରେ ଆଇ ଲଭ୍‌ ୟୁ ଲେଖିଛନ୍ତି। ଯାହା ଏବେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରୁ ଜଣା ପଡୁଛି ଯେ ଆର୍ଯ୍ୟନ ଘରୁକୁ ଫେରିବା ନେଇ ସବୁ ଖୁସିରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.