ମୁମ୍ବାଇ ୧୫/୫: ବଲିଉଡର କିଙ୍ଗ୍ ଖାନ୍ ଅର୍ଥାତ୍ ଶାହରୁଖ ଖାନ୍ ଏବେ ଫିଲ୍ମ ଦୁନିଆରେ ଆକ୍ଟିଭ ନଥିଲେ ବି ସୋସିଆଲ୍ ମିଡିଆରେ ତାଙ୍କ ଲୋକପ୍ରିୟତା କମି ନାହିଁ। ଶାହରୁଖ୍ ଖାନଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ୍ ହେଉଛି। ଏହି ଭିଡିଓରେ ସେ ନିଜ ସାଥୀ କଳାକାରଙ୍କ ସହ ସଲମାନ୍ ଖାନଙ୍କ ଗୀତରେ ଡ୍ୟାନ୍ସ କରୁଛନ୍ତି। ଏହି ଭିଡିଓରେ ତାଙ୍କ ବ୍ୟତୀତ କାଜୋଲ୍,ବରୁଣ ଧଓ୍ବନ ଏବଂ କ୍ରିତି ସାନନ ମଧ୍ୟ ନଜର ଆସିଛନ୍ତି। ତାଙ୍କର ଏହି ଭିଡିଓ ଫିଲ୍ମ ‘ଦିଲଓ୍ବାଲେ’ ସେଟର ବୋଲି କୁହାଯାଉଛି।
wp:core-embed/instagram {"url":"https://www.instagram.com/p/CAMlWB9gGM7/?utm_source=ig_embed\u0026utm_campaign=embed_video_watch_again","type":"rich","providerNameSlug":"instagram","className":""} /wp:core-embed/instagramଶାହରୁଖ ଖାନ୍ ଏବଂ ତାଙ୍କ କୋ-ଷ୍ଟାର ସଲମାନ ଖାନଙ୍କ ଗୀତ ‘ପ୍ରେମ ରତନ ଧନ ପାୟୋ’ ଗୀତରେ ଡ୍ୟାନ୍ସ କରୁଛନ୍ତି। ଏହି ଭିଡିଓକୁ ଫିଲ୍ମଫେୟାରର ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ପୋଷ୍ଟ କରାଯାଇଛି। ଭିଡିଓକୁ ୩ଘଣ୍ଟାରେ ଦେଢ଼ ଲକ୍ଷରୁ ଅଧିକ ଭିଉସ୍ ମିଳିସାରିଛି। ଶାହରୁଖ ଖାନଙ୍କ ଏହି ଥ୍ରୋବ୍ୟାକ୍ ଡାନ୍ସ ଭିଡିଓରେ ପ୍ରଶଂସକଙ୍କ ପ୍ରତିକ୍ରିୟା ମଧ୍ୟ ଆସୁଛି। ଶାହରୁଖ ଖାନ୍ ଶେଷ ଥର ‘ଜିରୋ’ ଫିଲ୍ମରେ ନଜର ଆସିଥିଲେ ଯେଉଁଥିରେ ତାଙ୍କ ସହ କ୍ୟାଟ୍ରିନା କୈଫ ଏବଂ ଅନୁଷ୍କା ଶର୍ମା ମଧ୍ୟ ନଜର ଆସିଥିଲେ।
{"id":270494,"sizeSlug":"large"}ଶାହରୁଖ ଖାନ୍ ଏବେ କରୋନା ଭାଇରସ ଯୁଦ୍ଧରେ ସ୍ବାସ୍ଥ୍ୟକର୍ମୀଙ୍କୁ ସାହାଯ୍ୟ କରିବାରେ ଲାଗିଛନ୍ତି। ସେ ଫ୍ରଣ୍ଟଲାଇନ୍ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଅନ୍ୟ ଆବଶ୍ୟକୀୟ ବସ୍ତୁ ବ୍ୟତୀତ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଏବଂ ଭେଣ୍ଟିଲେଟର ଦେବାକୁ ଅପିଲ କରିଛନ୍ତି।
{"id":270495,"sizeSlug":"large"}