Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଗଣମାଧ୍ୟମ ଠାରୁ ବଞ୍ଚିବା ପାଇଁ ଲୁଚି ଲୁଚି ବିମାନବନ୍ଦରରୁ ବାହାରିଗଲେ କିଙ୍ଗଖାନ, ଭାଇରାଲ ହେଉଛି ଭିଡିଓ…

9/11/2021 at 8:27 AM

ନୂଆଦିଲ୍ଲୀ ୦୯/୧୧: ରବିବାର ଅପରାହ୍ନରେ ମୁମ୍ବାଇର ଏକ ଘରୋଇ ବିମାନବନ୍ଦରରେ ସୁପରଷ୍ଟାର ଶାହରୁଖ ଖାନଙ୍କୁ ଦେଖିବାକୁ ମିଳିଥିଲା। କୁହାଯାଉଛି ଯେ ସେ ଦିଲ୍ଲୀରୁ ମୁମ୍ବାଇ ଫେରିଥିଲେ। ବିମାନବନ୍ଦର ବାହାରେ ଠିଆ ହୋଇଥିବା ପାପାରାଜିମାନେ ଶାହରୁଖଙ୍କ ଝଲକ ମଧ୍ୟ ଦେଖି ପାରିନଥିଲେ କାରଣ ସେ କ୍ୟାମେରାରୁ ବଞ୍ଚିବା ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ। ବିମାନବନ୍ଦରରୁ ଶାହାରୁଖଙ୍କ ଲୁଚି ଲୁଚି ବାହାରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

PunjabKesari

ଶାହାରୁଖଙ୍କ ବଡିଗାର୍ଡ ତାଙ୍କ ନିରାପତ୍ତାର ସମ୍ପୂର୍ଣ୍ଣ ଯତ୍ନ ନେଇଥିଲେ ଏବଂ ଏକ କଳା ଛତା ବ୍ୟବହାର କରି ତାଙ୍କୁ କାର ଭିତରକୁ ନେଇ ଯାଇଥିଲେ। ଶାହାରୁଖ ଏକୁଟିଆ ଯାତ୍ରା କରିନଥିଲେ,  ତାଙ୍କ ସହ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ନଜର ଆସିଥିଲେ। ତେବେ ସେହି ବ୍ୟକ୍ତିଙ୍କ ବିଷୟରେ କୌଣସି ସୂଚନା ମିଳିନାହିଁ ଏବଂ ସେ ଶାହାରୁଖଙ୍କ ପରିବାରର କୌଣସି ସଦସ୍ୟ ଥିଲେ କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ।

ଖବର ମୁତାବକ, ଶାହରୁଖଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ନିକଟରେ ହୋଇଥିବା ଡ୍ରଗ୍ସ ମାମଲାରେ ଏକ ଇଣ୍ଟରଭ୍ୟୁ ଦେବା ପାଇଁ ଅନେକ ଅନ୍ତର୍ଜାତୀୟ ଗଣମାଧ୍ୟମ ପକ୍ଷରୁ ଯୋଗାଯୋଗ କରାଯାଉଛ। ତେବେ ଶାହାରୁଖ ଏହା ଉପରେ କୌଣସି ବିବୃତ୍ତି ଦେବାକୁ ମନା କରି ଦେଇଛନ୍ତି ଏବଂ ଏହି ବିବାଦ ଉପରେ ସେ ନିରବ ରହିଛନ୍ତି। ଶାହାରୁଖଙ୍କ ମ୍ୟାନେଜର ପୂଜା ଦାଦଲାନି ଏହି ସବୁ ବିଷୟ ଉପରେ ନଜର ରଖିଛନ୍ତି।

   Related Posts