ଦକ୍ଷିଣ ଭାରତରେ ଶାହାଙ୍କ ରଣହୁଙ୍କାର : କହିଲେ, ‘ଭ୍ରଷ୍ଟାଚାର ମୁକ୍ତ ହେବ କେରଳ, ତାମିଲନାଡୁରେ ସରକାର ଗଢିବ ମହାମେଣ୍ଟ’

Published By : Prameya-News7 Bureau | March 07, 2021 IST

ନୂଆଦିଲ୍ଲୀ ୦୭/୦୩ : ଦେଶର ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏ ନେଇ ରଜନୀତି ମଧ୍ୟ ସରଗରମ ହୋଇଗଲାଣି । ଏହାରି ମଧ୍ୟରେୀ ଗୃହମନ୍ତ୍ରୀ ଅମିତ ଶାହା କନ୍ୟାକୁମାରୀରେ ଏକ ରୋଡ ଶୋ କରିଛନ୍ତି । ପରେ କେରଳର ତ୍ରିବେନ୍ଦ୍ରମରେ ଆୟୋଜିତ ଏକ ନିର୍ବାଚନୀ ରାଲିରେ ଯୋଗ ଦେଇଥିଲେ । ପଶ୍ଚିମବଙ୍ଗ ସମେତ ବିଜେପିର ଫୋକସ୍‌ରେ ଅଛି କେରଳ ଏବଂ ତାମିଲନାଡୁ ରାଜ୍ୟ । ଦଳ ୩ଟି ରାଜ୍ୟରେ ଦମରେ ଲାଗିପଡିଛି ।

କେରଳରେ ଏକ ରାଲିକୁ ସମ୍ବୋଧିତ କରି ଶାହା କହିଛନ୍ତି, ‘ ବିଜେପିର ନିର୍ବାଚନୀ ପ୍ରଚାର ହେବ, ମୋଦିଙ୍କ ସହିତ ନୂଆ କେରଳ’ । ଶାହାଙ୍କ ବ୍ୟତିତ ମଞ୍ଚରେ ମେଟ୍ରୋ ମ୍ୟାନ୍‌ ଇଂ. ଶ୍ରୀଧରନଙ୍କ ସହ ଅନ୍ୟ ବିଜେପି ନେତାମାନେ ମଧ୍ୟ ଉପସ୍ଥିତ ଥିଲେ ।

ଅମିତ ଶାହା କହିଛନ୍ତି, ଦେଶରେ ସର୍ବପ୍ରଥମେ ମେଟ୍ରୋ ନିର୍ମାଣ କରିଥିବା ମେଟ୍ରୋ ମ୍ୟାନ୍‌ ଇଂ. ଶ୍ରୀଧରଣ ବିଜେପିରେ ସାମିଲ ହୋଇଛନ୍ତି । ଏହା ସହିତ କେରଳ ହାଇକୋର୍ଟର ଜଜ୍‌ ଏବଂ ଅନେକ ନେତା ଦଳରେ ସାମିଲ ହୋଇଛନ୍ତି । ମେଟ୍ରୋ ମ୍ୟାନ୍‌ ଇଂ. ଶ୍ରୀଧରଣଙ୍କୁ ପ୍ରଶଂସା କରି ଶାହା କହିଛନ୍ତି, କୋଙ୍କଣ ରେଲଓ୍ବେ ପ୍ରୋଜେକ୍ଟ ମହତ୍ତ୍ବପୂର୍ଣ୍ଣ ପ୍ରୋଜେକ୍ଟ ଥିଲା । ଯାହାକୁକି ସଫଳତାର କରି ଦେଖାଇଥିଲେ ମେଟ୍ରୋ ମ୍ୟାନ୍‌ ଇଂ. ଶ୍ରୀଧରଣ ।

ଏହା ସହିତ ତାମିଲନାଡୁ ନିର୍ବାଚନକୁ ନେଇ ଶାହା କହିଛନ୍ତି, ‘ତାମିଲନାଡୁରେ AIADMK-BJP-PMK ମେଣ୍ଟ ସରକାର ତିଆରି ହେବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ଦେଶରେ ବିକାଶମୂଳକ କାର୍ଯ୍ୟ ଜାରି ରହିଛି ଏବଂ ତାମିଲନାଡୁରେ ମଧ୍ୟ ଏହା ଜାରି ରହିବ ’ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.