ସିଡନୀ ଟେଷ୍ଟ ଉପରେ କଳା ବାଦଲର ସଙ୍କଟ, ଏମିତି ରହିଛି ପୂରା ଦିନର ପାଣିପାଗ

Published By : Prameya-News7 Bureau | January 06, 2021 IST

ନୂଆଦିଲ୍ଲୀ ୦୬।୦୧: ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଗୁରୁବାର ସିଡନୀରେ ତୃତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଚାରି ମ୍ୟାଚ୍‌ ଟେଷ୍ଟ ସିରିଜ୍‌ ବର୍ତ୍ତମାନ ୧-୧ରେ ବରାବର ରହିଛି। ତେଣୁ ଦୁଇ ଦଳ ପାଇଁ ତୃତୀୟ ମୁକାବିଲା ଗୁରୁତ୍ଵପୂର୍ଣ୍ଣ ରହିଛି। ଏହି ମ୍ୟାଚ୍‌ ଜିତି ସିରିଜ୍‌ରେ ଅଗ୍ରଣୀ ହାସଲ କରିବା ଲକ୍ଷ୍ୟ ନେଇ ଉଭୟ ଦଳ ପଡିଆକୁ ଓହ୍ଲାଇବେ।

ଭାରତୀୟ ଦଳରେ ରୋହିତ ଶର୍ମାଙ୍କ ପ୍ରତ୍ୟାବର୍ତ୍ତନ ହୋଇଥିବା ବେଳେ ଆୟୋଜକ ଦଳକୁ ଓପନିଂ ବ୍ୟାଟସମ୍ୟାନ ଡେଭିଡ୍ ଓ୍ଵାର୍ଣ୍ଣର ଫେରି ପାରନ୍ତି। ତେଣୁ ମୁକାବିଲା ରୋମାଞ୍ଚକର ହେବାର ଆଶା କରାଯାଉଛି। ତେବେ ଏହି ହାଇ ଭୋଲଟେଜ୍ ମ୍ୟାଚ୍ ଉପରେ କଳା ବାଦଲର ସଙ୍କଟ ରହିଛି। ସିଡନୀରେ ଗୁରୁବାର ସକାଳେ ହାଲୁକା ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ବର୍ତ୍ତମାନ ଆକାଶରେ କଳା ବାଦଲ ଛାଇ ରହିଛି। ତାପମାତ୍ରା ୧୯ ରୁ ୨୩ ଡିଗ୍ରୀ ସେଲସିୟସ ମଧ୍ୟରେ ରହିପାରେ ଏବଂ ବାକି ଦିନଗୁଡିକରେ ସୂର୍ଯ୍ୟ କିରଣ ସହିତ ଆକାଶରେ ବାଦଲ ରହିପାରେ ବୋଲି ପୂର୍ବାନୁମାନ କରାଯାଇଛି।

{"id":388114,"sizeSlug":"large","linkDestination":"none"}

ସିଡନୀ ପାଣିପାଗକୁ ନେଇ ଡେଭିଡ୍ ଓ୍ଵାର୍ଣ୍ଣର ମଧ୍ୟ ଶଙ୍କାରେ ଅଛନ୍ତି। ସେ କିଛି ଦିନ ଏଠାକାର ଫଟୋ ସେୟାର କରି ଚିନ୍ତା ପ୍ରକାଶ କରିଥିଲେ। ସିଡନୀ ଟେଷ୍ଟର ପ୍ରଥମ ଦିନ ବର୍ଷା ହେବାର ୬୦ ପ୍ରତିଶତ ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ।

ସିଡନୀ କ୍ରିକେଟ୍ ଗ୍ରାଉଣ୍ଡର ପିଚ୍ କ୍ୟୁରେଟର ଆଡମ ଲୁଇସ୍‌ଙ୍କ ଅନୁଯାୟୀ ପିଚ୍‌ରେ ବହୁତ ଘାସ ରହିଛି। ଏଥିରେ ଦ୍ରୁତ ବୋଲରଙ୍କୁ ବହୁତ ସାହାଯ୍ୟ ମିଳିପାରେ। ପିଚ୍ କ୍ୟୁରେଟର କହିଛନ୍ତି ବର୍ଷା ପରେ ମଧ୍ୟ ସେମାନେ ମ୍ୟାଚ୍‌ କରାଇବାକୁ ସକ୍ଷମ। ସିଡନୀରେ ପ୍ରାୟତଃ ଅସ୍ଵାଭାବିକ ପାଗ ଦେଖିବାକୁ ମିଳିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.