Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଶବନମକୁ ଫାଶୀ ! ଏବେ ବି ବାକି ଅଛି ଆଇନଗତ ପ୍ରକ୍ରିୟା, ରାଷ୍ଟ୍ରପତିଙ୍କୁ ଦ୍ବିତୀୟ ଥର ପାଇଁ କ୍ଷମା ଆବେଦନ କଲା ଅଭିଯୁକ୍ତ

21/02/2021 at 5:01 PM

ନୂଆଦିଲ୍ଲୀ ୨୧/୦୨ : ଶବନମ୍ ଫାଶୀ ମାମଲାରେ ରାଷ୍ଟ୍ରପତିଙ୍କୁ ପୁନଶ୍ଚ କ୍ଷମା ପ୍ରାର୍ଥନା ପାଇଁ ଆବେଦନ କରାଯାଇଛି । ଯଦି ରାଷ୍ଟ୍ରପତି ପୁଣି ଥରେ କ୍ଷମା ଆବେଦନକୁ ଖାରଜ କରିଦିଅନ୍ତି ତେବେ ତାହାକୁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇପାରିବ । ଏହା ବାଦ କୋର୍ଟ ଫଇସଲା ଶୁଣାଇବା ପରେ ତାହାକୁ ନେଇ ମଧ୍ୟ ରିଭ୍ୟୁ ପିଟିସନ୍‌ ଦାଖଲ କରାଯାଇପାରିବ ।

ନିର୍ଭୟା ମାମଲା ଭଳି ଏହି ଘଟଣା ଏତେ ଜଟିଳ ନୁହେଁ କିନ୍ତୁ ଆଇନ ଅନୁଯାୟୀ ଶବନମର ଫାଶୀ ତାରିଖ ମଧ୍ୟ ନିର୍ଭୟା ଦୋଷୀମାନଙ୍କ ଭଳି ଆଗକୁ ବଢିବ । ବିଶେଷଜ୍ଞଙ୍କ କହିବା କଥା ଏବେ ଶବନମ ପାଖରେ ଆହୁରି ମଧ୍ୟ ଆଇନ ଗତ ବିକଳ୍ପ ବାକି ରହିଛି ଯାହାକୁ କି ସେ ବ୍ୟବହାର କରିପାରିବ । ଏହା ଦ୍ବାରା ଫାଶୀ ତାରିଖ ମଧ୍ୟ ଗଡିଚାଲିବ । ତେବେ ଏଥିରେ ଶବନମକୁ କିଛି ଦିନ ପାଇଁ ଆଶ୍ବସ୍ଥି ମିଳିବ ସତ କିନ୍ତୁ ଫାଶୀ ମିଳିବା ନିଶ୍ଚିତ ।

ବର୍ତ୍ତମାନ ସୁଦ୍ଧା ଶବନମର ଫାଶୀ ଓ୍ବାରେଣ୍ଟ ଜାରି ହୋଇନାହିଁ । ଫାଶୀ ପାଇଁ ତାରିଖ ଧାର୍ଯ୍ୟ ହେବା ପରେ ମଧ୍ୟ ଏହାକୁ ରୋକିବା ପାଇଁ ବିକଳ୍ପ ଆପଣାଇବେ ଶବନମର ଓକିଲ । ବର୍ତ୍ତମାନ ଶବନମ ନିକଟରେ କିଛି ଆଇନଗତ ବିକଳ୍ପ ବାକି ଥିବାରୁ ଫାଶୀ ତାରିଖ ବଢିପାରେ । ରାଷ୍ଟ୍ରପତିଙ୍କୁ ଦ୍ବିତୀୟ ଥର ପାଇଁ କ୍ଷମା ଆବେଦନ କରାଯାଇଛି । ତେବେ ରାଷ୍ଟ୍ରପତିଙ୍କ ନିକଟରୁ କୌଣସି ଫଇସଲା ନଆସିବା ଯାଏଁ ଡେଥ୍ ଓ୍ବାରେଣ୍ଟ ଜାରି କରାଯାଇପାରିବ ନାହିଁ ।

ସୂଚନାଯୋଗ୍ୟ, ୨୦୦୮ ମସିହାରେ ପ୍ରେମିକ ସହିତ ମିଶି ନିଜ ପରିବାରର ୭ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ଶବନମ । ମୃତକଙ୍କ ମଧ୍ୟରେ ଜଣେ ୧୦ ମାସର ଶିଶୁ ମଧ୍ୟ ଥିଲା । ଶବନମକୁ ମଥୁରା ଜେଲରେ ଫାଶୀ ଦଣ୍ଡାଦେଶ ହୋଇଛି । କିନ୍ତୁ ଶବନମର ପୁଅ ତାଜ୍‌ ତାଙ୍କ ମାଙ୍କୁ କ୍ଷମା କରିଦେବାକୁ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି । ତାଜ୍‌ଙ୍କର ଜନ୍ମ ୧୩ ଡିସେମ୍ବର ୨୦୦୮ରେ ହୋଇଥିଲା ।   

   Related Posts