Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଦୁର୍ଘଟଣାର ୧୪ ଦିନ ପରେ ଘରକୁ ଫେରିଲେ ଶବାନା ଆଜମୀ, ଟିନା ଅମ୍ବାନୀଙ୍କୁ ଜଣାଇଲେ କୃତଜ୍ଞତା

1/02/2020 at 5:36 PM

ମୁମ୍ବାଇ ୧।୨:  ବଲିଉଡ ଅଭିନେତ୍ରୀ ଶବାନୀ ଆଜମୀ ଶନିବାର ହସ୍ପିଟାଲରୁ ଘରକୁ ଫେରିଛନ୍ତି।  ଶବାନା ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏହି ସୂଚନା ଦେଇଥିବା ବେଳେ ତାଙ୍କର ଦ୍ରୁତ ସ୍ୱାସ୍ଥ୍ୟଲାଭ ଲାଗି କୋକିଲା ଧିରୁଭାଇ ଅମ୍ବାନୀ ହସ୍ପିଟାଲର ଚେୟାରମ୍ୟାନ ତଥା ପୂର୍ବତନ ବଲିଉଡ ଅଭିନେତ୍ରୀ ଟିନା ଅମ୍ୱାନୀ, ହସ୍ପିଟାଲ ଡାକ୍ତରୀ ଓ ଶୁଶ୍ରୂଷା ଟିମକୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତି।

ବମ୍ବେ-ପୁନା ହାଇୱେରେ ଶବାନାଙ୍କ କାର ଗତ ଜାନୁୟାରୀ ୧୮ ତାରିଖ ଦିନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଶବାନା ଆଜମୀ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ମୁମ୍ବାଇର କୋକିଲା ବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୀର୍ଘ ୧୪ ଦିନ ପରେ ଶବାନା ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ଦୁର୍ଘଟଣା ଶବାନାଙ୍କ ବ୍ୟସ୍ତତମ କାର୍ଯ୍ୟକ୍ରମରେ ବ୍ରେକ୍ ଲଗାଇ ଦେଇଥିଲା। ବାସ୍ତବରେ ସେ ଏକ ଫିଲ୍ମର ସୁଟିଂ ଲାଗି ବୁଦାପେଷ୍ଟରେ ଅବସ୍ଥାନ କରୁଥିଲେ।

ଶବାନା ତାଙ୍କ ସ୍ୱାମୀ ଜାଭେଦ ଅକ୍ତାରଙ୍କ ୭୫ ତମ ଜନ୍ମ ଦିବସ ପାଳନ ଲାଗି ସମସ୍ତ କାର୍ଯ୍ୟକ୍ରମ ବାତିଲ କରି ଭାରତ ଫେରିଆସିଥିଲେ। ଏଠାରେ ଜାଭେଦ ଅକ୍ତାରଙ୍କ ଜନ୍ମଦିନ ଲାଗି ସପ୍ତାହ ବ୍ୟାପୀ କାର୍ଯ୍ୟସୂଚୀ ପ୍ରସ୍ତୁତ କରିଥିବା ବେଳେ ଜନ୍ମଦିନର ଠିକ ପୂର୍ବ ଦିନ ସେ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ। ଏଥିଲାଗି ଶବାନାଙ୍କ କାରର ଡ୍ରାଇଭର କମଲେଶ କାମଥଙ୍କ ବେପରୁଆ ଗାଡି ଚାଳନାକୁ ଦାୟୀ କରାଯିବା ସହ ତାଙ୍କ ବୟାନ ବି ରେକର୍ଡ ହୋଇଛି।

ଶବାନା ସଡକ ଦୁର୍ଘଟଣାରେ ଆହତ ହେବା ଖବର ସାରା ଦେଶରେ  ପ୍ରଚାରିତ ହୋଇଥିଲା। ହିନ୍ଦୀ ସିନେମା ଜଗତର ସେଲିବ୍ରିଟି ମାନଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କ ଦୁର୍ଘଟଣା ସୂଚନା ପାଇ ବ୍ୟସ୍ତ ହୋଇପଡିଥିଲେ। ପ୍ରଧାନମନ୍ତ୍ରୀ ଶବାନାଙ୍କ କୁଶଳ ମଙ୍ଗଳ ପ୍ରାର୍ଥନା କରିଥିଲେ। ଶବାନା ଟ୍ୱିଟ୍‌ରେ ସମସ୍ତଙ୍କୁଆନ୍ତରିକ କୃତଜ୍ଞତା ଜଣାଇଛନ୍ତି।

   Related Posts